ETV Bharat / bharat

ତେଲେଙ୍ଗାନା ସ୍ବାସ୍ଥ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଶିଲା କୋରୋନା

author img

By

Published : Sep 20, 2020, 12:37 PM IST

ତେଲେଙ୍ଗାନା ସ୍ବାସ୍ଥ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଶିଲା କୋରୋନା । 7 ଜଣ କର୍ମଚାରୀ କୋଭିଡରେ ସଂକ୍ରମିତ । ଅଧିକ ପଢନ୍ତୁ...

Covid hits Telangana health minister's office, 7 test positive
ତେଲେଙ୍ଗାନା ସ୍ବାସ୍ଥ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଶିଲା କୋରୋନା

ହାଇଦ୍ରାବାଦ: ତେଲେଙ୍ଗାନା ସ୍ବାସ୍ଥ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଶିଲା କୋରୋନା । ସ୍ବାସ୍ଥ୍ୟମନ୍ତ୍ରୀ ଏଟେଲା ରାଜେନ୍ଦ୍ରଙ୍କ କାର୍ଯ୍ୟାଳୟର 7 ଜଣ କର୍ମଚାରୀ କୋଭିଡରେ ସଂକ୍ରମିତ ହୋଇଛନ୍ତି । ଦୁଇ ଜଣ ଡ୍ରାଇଭର, ତିନି ସୁରକ୍ଷା କର୍ମୀ ଓ ଦୁଇ ଜଣ ବ୍ୟକ୍ତିଗତ ସହାୟକ ଆକ୍ରାନ୍ତ ହୋଇଛନ୍ତି । ତେବେ, ମନ୍ତ୍ରୀ ମଧ୍ୟ ନିଜର କୋଭିଡ ପରୀକ୍ଷା କରାଇ ଥିଲେ । ଯାହାର ରିପୋର୍ଟ ନେଗେଟିଭ ଆସିଥିଲା । କାର୍ଯ୍ୟାଳୟରୁ କୋଭିଡ ସଂକ୍ରମିତ ଚିହ୍ନଟ ହେବା ପରେ ପୁରା କାର୍ଯ୍ୟାଳୟକୁ ସାନିଟାଇଜ କରାଯାଇଛି ।

ତେବେ, ଏହି ମହାମାରୀ ସମୟରେ ସ୍ବାସ୍ଥ୍ୟମନ୍ତ୍ରୀ ରାଜ୍ୟରେ ଠିକ ଭାବରେ କୋଭିଡ ପରିଚାଳନା କରିଥିବାରୁ ତାଙ୍କୁ ବିଧାନସଭା ଅଧିବେଶନରେ ପ୍ରଶଂସା କରାଯାଇଥିଲା । ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣ କରିବା ନେଇ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିବା ସହ ଡାକ୍ତରଖାନା ପରିଦର୍ଶନ ମଧ୍ୟ କରିଥିଲେ । ତେଲେଙ୍ଗାନା ଏପର୍ଯ୍ୟନ୍ତ 1.69 ଲକ୍ଷ କୋଭିଡ ମାମଲା ରହିଥିବା ବେଳେ 1,025 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସୌଜନ୍ୟ @ IANS

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.