ETV Bharat / bharat

କାରକୁ ସଜାଇଲେ ଆମ୍ବୁଲାନ୍ସ , ଲକଡାଉନ ସମୟରେ ଦୁର୍ଗମ ଅଞ୍ଚଳର ଦରଦୀ ବନ୍ଧୁ

author img

By

Published : Apr 1, 2020, 4:43 PM IST

ଉତ୍ତରପ୍ରଦେଶରେ ଜଣେ ବ୍ୟକ୍ତି ଏହି କୋଭିଡ୍ ଯୁଦ୍ଧରେ ନିଜକୁ ସାମିଲ କରିବା ପାଇଁ ଏକ ନିଆରା ପଦକ୍ଷେପ ଆପଣେଇଛନ୍ତି। ଯେଉଁଥିରେ ସେ ନିଜର କାରକୁ ସାଧାରଣ ଲୋକଙ୍କ ପାଇଁ ଆମ୍ବୁଲାନ୍ସ ଭାବେ ବ୍ୟବହାର କରୁଛନ୍ତି। ଅଧିକ ଖବର ପଢନ୍ତୁ...

Covid 19
କାରକୁ ସଜାଇଲେ ଆମ୍ବୁଲାନ୍ସ , ଲକଡାଉନ ସମୟରେ ଦୁର୍ଗମ ଅଞ୍ଚଳର ଦରଦୀ ବନ୍ଧୁ

ଲକ୍ଷ୍ନୌ: କୋରୋନା ଭଳି ଏକ ଅଦୃଶ୍ୟ ମହାମାରୀ ସହ ସମସ୍ତେ ଲଢେଇ ଜାରି ରଖିଛନ୍ତି। ଏହି ସମୟରେ ବିଭିନ୍ନ ବର୍ଗର ଲୋକ ସରକାରଙ୍କୁ ସହାୟତାର ହାତ ବଢାଇଛନ୍ତି। କିଏ ଭୋକିଲାଙ୍କୁ ଖାଇବାକୁ ଦେଉଛନ୍ତି ଆଉ କିଏ ପିଏମ କେୟାର ଫଣ୍ଡକୁ ଟଙ୍କା ଦାନ କରୁଛି। ତେବେ ଉତ୍ତରପ୍ରଦେଶରେ ଜଣେ ବ୍ୟକ୍ତି ଏହି କୋଭିଡ୍ ଯୁଦ୍ଧରେ ନିଜକୁ ସାମିଲ କରିବା ପାଇଁ ଏକ ନିଆରା ପଦକ୍ଷେପ ଆପଣେଇଛନ୍ତି। ଯେଉଁଥିରେ ସେ ନିଜର କାରକୁ ସାଧାରଣ ଲୋକଙ୍କ ପାଇଁ ଆମ୍ବୁଲାନ୍ସ ଭାବେ ବ୍ୟବହାର କରୁଛନ୍ତି।

ସୂଚନା ଅନୁସାରେ, ବ୍ୟକ୍ତି ଜଣକ ହେଲେ ଉତ୍ତରପ୍ରଦେଶ ଦେବପ୍ରୟାଗର 32 ବର୍ଷୀୟ ଯୁବକ। ତେବେ କୋରୋନା ମହାମାରୀ ବିଷୟରେ ଶୁଣି ଲୋକମାନେ ଆତଙ୍କିତ ହୋଇ ପଡୁଥିବା ବେଳେ ଏହି ଯୁବକଙ୍କ କାର୍ଯ୍ୟ ବାସ୍ତବରେ ପ୍ରଶଂସନୀୟ। କେବଳ ସେତିକି ନୁହେଁ ସବୁ ସମୟରେ ଲୋକଙ୍କ ସେବା ଜାରି ରଖିବା ପାଇଁ ଏକ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି, ତାହା ହେଲା 9410530387।

ଏ ବିଷୟରେ ତାଙ୍କୁ ପଚାରାଯିବାରୁ ସେ କହିଛନ୍ତି, “ଆମ ରାଜ୍ୟର ପାହାଡ଼ିଆ ଅଞ୍ଚଳରେ ସ୍ୱାସ୍ଥ୍ୟସେବା କିପରି ଅଛି ତାହା ଆମେ ସମସ୍ତେ ଜାଣୁ। ବିଭିନ୍ନ ସମୟରେ ମଧ୍ୟ ଆମ୍ବୁଲାନ୍ସ ସେବା କାର୍ଯ୍ୟକ୍ଷମ ନୁହେଁ । ତେବେ କୋରୋନା ବିଭୀଷିକାରେ ବର୍ତ୍ତମାନ ସ୍ଥାନୀୟ ଡ୍ରାଇଭରମାନେ ଲୋକଙ୍କୁ 2000 ଟଙ୍କା ପାଉଥିଲେ ମଧ୍ୟ ଡାକ୍ତରଖାନା ନେବାକୁ ଚାହୁଁନାହାଁନ୍ତି। କାରଣ ସେମାନେ ଭୟଭୀତ ହୋଇଯାଉଛନ୍ତି ଯେ ସେମାନେ ସଂକ୍ରମିତ ହୋଇପାରନ୍ତି। ତେଣୁ ମୁଁ ମୋର ନିଜ କାରକୁ ଆମ୍ବୁଲାନ୍ସ ଭାବରେ ବ୍ୟବହାର କରିବା ଆରମ୍ଭ କରିଛି ବୋଲି ଭଟ୍ଟ କହିଛନ୍ତି।

ମାର୍ଚ୍ଚ 22 ରୁ ସେ ନିଜ ଅଞ୍ଚଳ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଲୋକଙ୍କୁ ନେବା ଆରମ୍ଭ କରିଥିଲେ ଏବଂ ସେହି ଦିନଠାରୁ ସେ ଜଣେ ଗର୍ଭବତୀ ମହିଳାଙ୍କ ସମେତ 24 ଜଣଙ୍କୁ ଠିକ୍ ସମୟରେ ଚିକିତ୍ସା କରିବାରେ ସାହାଯ୍ୟ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.