ETV Bharat / bharat

କୋଭିଡ-19: ଜାଣନ୍ତୁ ମାସ୍କ ବ୍ୟବହାର ପ୍ରଣାଳୀ - corona outbreak in india

ଦେଶରେ କୋରୋନା ଆତଙ୍କ ଦେଖାଯାଇଛି । ଏହି ସମୟରେ ସଂକ୍ରମଣ ରୋକିବାକୁ ମାସ୍କର ବ୍ୟବହାର ଅଧିକ କରାଯାଉଛି । ତେବେ ଆସନ୍ତୁ ଜାଣିବା ମାସ୍କ କେତେବେଳେ ବ୍ୟବହାର କରିବା ଓ କିପରି ବ୍ୟବହାର କରିବା ।

COVID-19: Using a Mask
କୋଭିଡ-19: ଜାଣନ୍ତୁ ମାସ୍କ ବ୍ୟବହାର ପ୍ରଣାଳୀ
author img

By

Published : Mar 30, 2020, 7:10 PM IST

କୋରୋନା(କୋଭିଡ୍‌-19) ଭାଇରସ ପ୍ରାଦୁର୍ଭାବ ସମୟରେ ସାରା ବିଶ୍ବରେ ଅନେକ ଡାକ୍ତରୀ ସାମଗ୍ରୀ ଓ ଉପକରଣ, ବିଶେଷତଃ ମାସ୍କ ବ୍ୟବହାର କରାଯାଉଛି । ଫଳରେ ବିଶ୍ବର ବିଭିନ୍ନ ସ୍ଥାନରେ ମାସ୍କର ଅଭାବ ପରିଲକ୍ଷିତ ହୋଇଛି । କୋରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ସ୍ବାସ୍ଥ୍ୟସେବା କର୍ମୀ ଓ ଅନ୍ୟମାନଙ୍କ ପାଇଁ ମାସ୍କ ବ୍ୟବହାର ନିତାନ୍ତ ଆବଶ୍ୟକ ହୋଇଥିବା ବେଳେ ସେମାନେ ଏହା ପାଇପାରୁନାହାନ୍ତି ଏବଂ ଏହା ଫଳରେ ସେମାନେ ଭୂତାଣୁ ଦ୍ବାରା ସଂକ୍ରମିତ ହେବାର ଆଶଙ୍କା ବଢ଼ିବାରେ ଲାଗିଛି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସୁପାରିସ ଅନୁସାରେ ମାସ୍କ କେବଳ ସେତେବେଳେ ପିନ୍ଧିବା ଆବଶ୍ୟକ ଯେତେବେଳେ:

- ଆପଣ କୋରୋନା ଭୂତାଣୁ ଆକ୍ରାନ୍ତ ବୋଲି ସନ୍ଦିଗ୍ଧ/ସଂକ୍ରମିତ ବ୍ୟକ୍ତିଙ୍କ ସେବା କରୁଛନ୍ତି

- ଆପଣଙ୍କର କାଶ କିମ୍ବା ଛିଙ୍କ ହେଉଛି

- ଆପଣ ଜଣେ ସ୍ବାସ୍ଥ୍ୟସେବା କର୍ମୀ ଏବଂ ଶ୍ବାସକ୍ରିୟା ପ୍ରଣାଳୀରେ ରୋଗ ଲକ୍ଷଣ ଥିବା ରୋଗୀମାନଙ୍କର ଯତ୍ନ ନେଉଛନ୍ତି

ମାସ୍କ ବ୍ୟବହାର କରିବା ସମୟରେ ଏଠାରେ ଦିଆଯାଇଥିବା କେତେକ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ:

1. ମାସ୍କ ପିନ୍ଧିବା ପୂର୍ବରୁ ଆପଣଙ୍କ ହାତକୁ ପାଣି ଏବଂ ସାବୁନ ଦେଇ ଭଲ ଭାବରେ ଧୋଇ ଦିଅନ୍ତୁ କିମ୍ବା ଆଲ୍‌କୋହଲ ମିଶ୍ରିତ ଏକ ସାନିଟାଇଜର୍‌ ବ୍ୟବହାର କରନ୍ତୁ ।

2. ମାସ୍କରେ ଆପଣଙ୍କର ନାକ, ପାଟି ଓ ଥୋଡିକୁ ଉପଯୁକ୍ତ ଭାବେ ଢାଙ୍କି ଦିଅନ୍ତୁ । ଦୁଇ ପାଖରେ ଫାଙ୍କ ଯେପରି ନ ରହେ, ତାହା ନିଶ୍ଚିତ କରି ନିଅନ୍ତୁ, ତଳ ଉପର କରି ସଜାଡ଼ି ନିଅନ୍ତୁ ।

3. ସର୍ଜିକାଲ ମାସ୍କ ବ୍ୟବହାର କରୁଥିଲେ, ଭାଙ୍ଗ ସ୍ଥାନରୁ ମାସ୍କର ପରସ୍ତ ଖୋଲନ୍ତୁ ଏବଂ ନିଶ୍ଚିତ କରି ନିଅନ୍ତୁ ଯେ ଖୋଲିବା ବେଳେ ସେଗୁଡ଼ିକ ତଳମୁହାଁ ହୋଇ ରହିଛନ୍ତି ।

4. ଡିସ୍‌ପୋଜେବୁଲ ବା ବ୍ୟବହାର ପରେ ଫିଙ୍ଗି ଦେବାକୁ ଥିବା ମାସ୍କକୁ ପୁଣି ବ୍ୟବହାର କରନ୍ତୁ ନାହିଁ ।

5. ମାସ୍କ ଓଦାଳିଆ ଅବସ୍ଥାକୁ ଆସିବା ମାତ୍ରେ ହିଁ ଫିଙ୍ଗି ଦିଅନ୍ତୁ ।

6. ମାସ୍କ ବ୍ୟବହାର କରୁଥିବା ବେଳେ ଏହାକୁ ଛୁଅଁନ୍ତୁ ନାହିଁ । ଯଦି ଛୁଅଁନ୍ତି, ତେବେ ତୁରନ୍ତ ଆପଣଙ୍କ ହାତକୁ ସାବୁନ ଓ ପାଣିରେ କିମ୍ବା ଆଲ୍‌କୋହଲ ମିଶ୍ରିତ ସାନିଟାଇଜରରେ ଧୋଇ ନିଅନ୍ତୁ ।

7. ମାସ୍କ ବାହାର କରିବା ସମୟରେ, ସଂକ୍ରମିତ ସମ୍ଭାବନା ଥିବା ଏହାର ପୃଷ୍ଠଭାଗକୁ ଛୁଅନ୍ତୁ ନାହିଁ ।

8. ମାସ୍କକୁ ବେକରେ ଝୁଲାଇ ରଖନ୍ତୁ ନାହିଁ ।

9. ଏହାକୁ ଖୋଲି ବାହାର କରିବା ପରେ ଯେଉଁଠି ଇଚ୍ଛା ସେଠି ରଖି ଦିଅନ୍ତୁ ନାହିଁ ।

10. ମାସ୍କକୁ ମୁହଁର ପଛପଟୁ ଖୋଲନ୍ତୁ ଏବଂ ତୁରନ୍ତ ଏକ ଢାଙ୍କୁଣି ଥିବା ଆବର୍ଜନା ଡବାରେ ଫିଙ୍ଗି ଦିଅନ୍ତୁ ।

ଏହାପରେ ଆପଣଙ୍କ ହାତକୁ ସାବୁନ ଏବଂ ପାଣିରେ କିମ୍ବା ଆଲ୍‌କୋହଲ ମିଶ୍ରିତ ସାନିଟାଇଜରରେ ଧୋଇ ଦିଅନ୍ତୁ । ମାସ୍କର ଅପବ୍ୟବହାର କରନ୍ତୁ ନାହିଁ । ମାସ୍କ ପିନ୍ଧିବା ଏକ ସଉକ ନୁହେଁ, ବରଂ ଲୋକଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଏହା ଗୁରୁତ୍ବପୂର୍ଣ୍ଣ । ତେଣୁ, ଅନାବଶ୍ୟକ ଭାବେ ମାସ୍କ କିଣନ୍ତୁ ନାହିଁ ଏବଂ ଆପଣଙ୍କ ତୁଳନାରେ ଯେଉଁ ବ୍ୟକ୍ତି ମାନଙ୍କର ଏହା ବେଶୀ ଦରକାର ଏବଂ ଯେଉଁ ବ୍ୟକ୍ତିମାନେ ଭୂତାଣୁ ସଂକ୍ରମଣ ସମ୍ଭାବନା ଥିବା ସ୍ଥାନରେ ଅଧିକ କାର୍ଯ୍ୟରତ ସେମାନଙ୍କୁ ଏହା କିଣିବାକୁ ଦିଅନ୍ତୁ । ଉତ୍ତମ ଭାବରେ ସ୍ବାସ୍ଥ୍ୟରକ୍ଷା ବିଧି ପାଳନ କରିବା, ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରିବା ସହିତ ପ୍ରସ୍ତାବିତ ପ୍ରତିରୋଧକ ପଦକ୍ଷେପ ନେବା ଦ୍ବାରା ଆପଣ କୋରୋନା ଭୁତାଣୁରୁ ଦୂରେଇ ରହିପାରିବେ । ସାମାଜିକ ଦୂରତା ବଜାୟ ରଖନ୍ତୁ, ବାରମ୍ବାର ହାତ ଧୁଅନ୍ତୁ, ନିହାତି ଆବଶ୍ୟକ ନହେଲେ ଏବଂ ନହେବା ପର୍ଯ୍ୟନ୍ତ ଘରୁ ବାହାରକୁ ଯାଆନ୍ତୁ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.