ETV Bharat / bharat

ଇଏନଟି ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଗାଇଡଲାଇନ ଜାରି କଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ

author img

By

Published : Jun 5, 2020, 4:46 PM IST

ଇଏନଟି ଡାକ୍ତର, ନର୍ସିଂ କର୍ମଚାରୀ, ସହାୟକ କର୍ମଚାରୀ, ରୋଗୀ ଏବଂ ସେମାନଙ୍କ ପରିଜନଙ୍କ ମଧ୍ଯରେ କୋରୋନା ସଂକ୍ରମଣ ରୋକିବା ପାଇଁ ସୁରକ୍ଷିତ ଇଏନଟି(କାନ, ନାକ, ଗଳା) ଚିକିତ୍ସା ପଦ୍ଧତି ପାଇଁ ନିର୍ଦ୍ଦେଶାବଳୀ ଜାରି କଲେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ।

_corona
ଇଏନଟି ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଗାଇଡଲାଇନ ଜାରି କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଇଏନଟି ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଗାଇଡଲାଇନ ଜାରି କଲେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ । ଇଏନଟି ଡାକ୍ତର, ନର୍ସିଂ କର୍ମଚାରୀ, ସହାୟକ କର୍ମଚାରୀ, ରୋଗୀ ଏବଂ ସେମାନଙ୍କ ପରିଜନଙ୍କ ମଧ୍ଯରେ କୋରୋନା ସଂକ୍ରମଣ ରୋକିବା ପାଇଁ ସୁରକ୍ଷିତ ଇଏନଟି(କାନ, ନାକ, ଗଳା) ଚିକିତ୍ସା ପଦ୍ଧତି ପାଇଁ ନିର୍ଦ୍ଦେଶାବଳୀ ଜାରି କଲେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ।

ଏହି ନିର୍ଦ୍ଦେଶାବଳୀରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛନ୍ତି ଯେ, କୋରୋନା ସନ୍ଦିଗ୍ଧଙ୍କ ଚିକିତ୍ସା ଅଲଗା ୱାର୍ଡରେ କରାଯିବା ଉଚିତ । ଏଥିସହ କୋରୋନା ନେଗେଟିଭ ନିଶ୍ଚିତ ହେବା ପରେ ସେମାନଙ୍କୁ ଇଏନଟି ୱାର୍ଡକୁ ସ୍ଥାନାନ୍ତର କରାଯିବା ଉଚିତ୍।

ଏଥିସହ କେବଳ ଜଣେ ରୋଗୀର ଯତ୍ନ ନେଉଥିବା ବ୍ୟକ୍ତିଙ୍କୁ ସ୍କ୍ରିନିଂ ପରେ ଅନୁମତି ଦିଆଯିବ । ଏଥିସହ ସେମାନେ କୋରୋନା ନିୟମ ଅନୁଯାୟୀ ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା ଏବଂ ସାମାଜିକ ଦୂରତା ଭଳି କଠୋର ସତର୍କତା ଅବଲମ୍ବନ କରିବା ଉଚିତ ବୋଲି ନିର୍ଦ୍ଦେଶାବଳୀରେ ଦର୍ଶାଯାଇଛି।

ଏଥିସହ ନିର୍ଦ୍ଦେଶାବଳୀରେ କୁହାଯାଇଛି ରୋଗୀର ବ୍ୟକ୍ତିଗତ ଜିନିଷକୁ କମ୍ ରଖନ୍ତୁ । ପ୍ରତ୍ୟେକ ଜିନିଷ ବ୍ୟବହାର ପରେ ଷ୍ଟାଣ୍ଡାର୍ଡ ଷ୍ଟେରିଲାଇଜେସନ୍ ପ୍ରୋଟୋକଲ୍ ଅନୁଯାୟୀ ପରୀକ୍ଷା କରାଯିବା ଉଚିତ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

ଏହାଛଡା କୋରୋନା ରୋଗୀଙ୍କ ୱାର୍ଡରେ କମ ଆସବାବପତ୍ର ରହିବା ଉଚିତ୍ । ଯାହା ସଫା ଏବଂ ଡିସଇନଫେକ୍ସନ ରହିବା ଉଚିତ । ଏଥିସହ ଭିଜିଟର ମାନଙ୍କୁ ଅନୁମତି ଦିଆଯାଉନଥିବା ସହ କରିଡର ଏବଂ କୋଠରୀଗୁଡିକରେ ଭଲ ଭେଣ୍ଟିଲେଟର ଭଲ ଚାଳିତ ହେବା ଉଚିତ୍ ।

ଇଏନଟି ଏବଂ ହେଡ୍ ଏବଂ ନେକ ସର୍ଜରୀ ୱାର୍ଡ ପାଇଁ ଯୋଜନା: ରୋଗୀ ଶଯ୍ୟା ମଧ୍ୟରେ ଅତି କମରେ ଦୁଇ ମିଟର ଦୂରତା ବାଧ୍ୟତାମୂଳକ । ଅତିରିକ୍ତ ଦୂରତା, ଯଦି ସମ୍ଭବ କେୟାରଟେକର ମଧ୍ୟ ରୋଗୀମାନଙ୍କ ସହିତ ରହିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.