ETV Bharat / bharat

କୋରୋନା ବିପଦ: ତେଲେଙ୍ଗାନାରେ ଆଉ 2ଜଣଙ୍କ ମୃତ୍ୟୁ, ମୋଟ 40 - ତେଲେଙ୍ଗାନାରେ କୋରୋନା ମୃତ୍ୟୁ

ବୁଧବାର ତେଲେଙ୍ଗାନାରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟି ରାଜ୍ୟରେ ମୋଟ 40 ଜଣଙ୍କର ମୃତ୍ୟୁ ରେକର୍ଡ ହୋଇଛି । ଲଗାତାର ଦ୍ବିତୀୟ ଦିନ ରାଜ୍ୟରେ ପାଇଁ ଖରାପ ଖବର ଆସିଛି । ମଙ୍ଗଳବାର କୋରୋନାରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବୁଧବାର ପୁଣି 2 ଜଣଙ୍କ ମୃତ୍ୟୁ ହୋଇଛି । ତେବେ ସ୍ବାସ୍ଥ୍ୟ ବିଭାଗ ମୃତକଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରିନାହିଁ ।

Telangana
Telangana
author img

By

Published : May 21, 2020, 12:56 AM IST

ହାଇଦ୍ରାବାଦ: ତେଲେଙ୍ଗାନାରେ କ୍ରମାଗତ ଭାବେ କୋଲଭିଡ -19 ମାମଲାରେ ସଂକ୍ରମଣ ଓ ମୃତ୍ୟୁ ରିପୋର୍ଟ ବଢିବାରେ ଲାଗିଛି । ବୁଧବାର ତେଲେଙ୍ଗାନାରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟି ରାଜ୍ୟରେ ମୋଟ 40 ଜଣଙ୍କର ମୃତ୍ୟୁ ରେକର୍ଡ ହୋଇଛି ।

ଲଗାତାର ଦ୍ବିତୀୟ ଦିନ ରାଜ୍ୟରେ ପାଇଁ ଖରାପ ଖବର ଆସିଛି । ମଙ୍ଗଳବାର କୋରୋନାରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବୁଧବାର ପୁଣି 2 ଜଣଙ୍କ ମୃତ୍ୟୁ ହୋଇଛି । ତେବେ ସ୍ବାସ୍ଥ୍ୟ ବିଭାଗ ମୃତକଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରିନାହିଁ ।

ରାଜ୍ୟରେ କୋଭିଡ-19 ମାମଲା 1,661 କୁ ବୃଦ୍ଧି ପାଇଛି । ବୁଧବାର 27 ଜଣ ପଜିଟିଭ ରହିଥିବା ସୂଚନା ରହିଛି । ଜନସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ଅନୁଯାୟୀ, ଏଥିମଧ୍ୟରୁ 15 ଟି ରିପୋର୍ଟ ଗ୍ରେଟର ହାଇଦ୍ରାବାଦରୁ ଆସିଛି ।

12 ପ୍ରବାସୀ ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡିଛି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 89 ଜଣ ପ୍ରବାସୀ କୋରୋନା ସଂକ୍ରମିତ ହୋଇଥିବା ସୂଚନା ରହିଛି ।

ବୁଧବାର ଦୁଇ ଜଣଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଏହାସହ ଡିସଚାର୍ଜ ରୋଗୀଙ୍କ ସଂଖ୍ୟା 1,013 କୁ ବୃଦ୍ଧି ପାଇଛି । ରାଜ୍ୟରେ ସକ୍ରିୟ ମାମଲା ବର୍ତ୍ତମାନ 608 ରହିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.