ETV Bharat / bharat

ସମ୍ମାନର ଅନନ୍ୟ ପ୍ରୟାସ, ସଫେଇ କର୍ମଚାରୀଙ୍କୁ ପୋଲିସ ଦେଲେ ଗାର୍ଡ ଅଫ୍ ଅନର - N Police accords Guard of Honour to sanitisation workers

ଜରୁରୀକାଳୀନ ସେବାରେ ନିୟୋଜିତ ସଫେଇ କର୍ମୀଙ୍କୁ ତାମିଲନାଡୁ ପୋଲିସ କର୍ମଚାରୀଙ୍କ ନିଆରା ଭେଟି। ତିରୁନେଲଭେଲି ନିଗମର ପରିମଳ କର୍ମଚାରୀଙ୍କୁ ତାମିଲନାଡୁ ପୋଲିସ ଗାର୍ଡ ଅଫ୍ ଅନର ପ୍ରଦାନ କରିଛି।

COVID-19
ସମ୍ମାନର ଅନନ୍ୟ ପ୍ରୟାସ, ସଫେଇ କର୍ମଚାରୀଙ୍କୁ ପୋଲିସ ଦେଲେ ଗାର୍ଡ ଅଫ୍ ଅନର
author img

By

Published : Apr 10, 2020, 10:12 AM IST

ଥିରୁଅନନ୍ତପୁରମ: ବିଶ୍ବ ଲଢୁଛି କୋଭିଡ୍ ଯୁଦ୍ଧ। ଏହି ଯୁଦ୍ଧରେ ଭାରତର ଅବସ୍ଥା ଉତ୍ତପ୍ତ ଲାର୍ଭା ପରି ଯେ କୌଣସି ମୁହୁର୍ତ୍ତରେ ଏଠି ଉଦଗିରଣ ବି ହୋଇପାରେ। ହେଲେ ମନରେ ଦୃଢ ଇଚ୍ଛାଶକ୍ତି ଓ ଲୋକଙ୍କ ଜୀବନ ବଞ୍ଚେଇବାର ପଣ କରି ଅନେକ ସେବାରତ ଏହି ଯୁଦ୍ଧରେ ଲମ୍ପ ପ୍ରଦାନ କରିଛନ୍ତି। 21 ଦିନିଆ ଲକଡାଉନରେ ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଏହାସହ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ର ବାର୍ତ୍ତା ସବୁ ଆଡେ ପ୍ରଚାର ହେଉଛି।

COVID-19
ସମ୍ମାନର ଅନନ୍ୟ ପ୍ରୟାସ, ସଫେଇ କର୍ମଚାରୀଙ୍କୁ ପୋଲିସ ଦେଲେ ଗାର୍ଡ ଅଫ୍ ଅନର

ହେଲେ ଏଭଳି ପରିସ୍ଥିତିରେ ପ୍ରତ୍ୟେକ ମୁହୁର୍ତ୍ତରେ ବିପଦ ସହ ଖେଳିବାକୁ ଓ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାକୁ ଆଗେଇ ଆସିଛନ୍ତି କିଛି ଯୋଦ୍ଧା। ଏମାନଙ୍କ ଭିତରେ ସର୍ବାଗ୍ରେ ରହିବେ ଡାକ୍ତର ଓ ସଫେଇ କର୍ମଚାରୀ। ଯାହାଙ୍କ ଜୀବନ କଥା ଭାବିଲେ ଡର ଲାଗୁଛି ଯେତିକି ତାସହ ଗର୍ବରେ ଛାତି କୁଣ୍ଡେ ମୋଟ ହୋଇଯାଉଛି।

ତେବେ ଜରୁରୀକାଳୀନ ସେବାରେ ନିୟୋଜିତ ସଫେଇ କର୍ମୀଙ୍କୁ ତାମିଲନାଡୁ ପୋଲିସ କର୍ମଚାରୀଙ୍କ ନିଆରା ଭେଟି। ତିରୁନେଲଭେଲି ନିଗମର ପରିମଳ କର୍ମଚାରୀଙ୍କୁ ତାମିଲନାଡୁ ପୋଲିସ ଗାର୍ଡ ଅଫ୍ ଅନର ପ୍ରଦାନ କରିଛି।

ଗାର୍ଡ ଅଫ୍ ଅନର ତିରୁନେଲଭେଲି ଡେପୁଟି କମିଶନର ପୋଲିସ ସାରଭାନଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ତିରୁନେଲଭେଲି ନିଗମ କାର୍ଯ୍ୟାଳୟରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଦୃଶ୍ୟ ଦେଖିଲେ ଆତ୍ମବିଭୋର ହେବା ସହ ଗୋଟିଏ କଥା ମନେପଡୁଥିଲା ମୋ ଭାରତ ମହାନ୍। ତେବେ ଦେଶର ଏହି ସଙ୍କଟମୟ ପରିସ୍ଥିତିରେ ଏହି ଯୋଦ୍ଧାଙ୍କ କାର୍ଯ୍ୟ ବାସ୍ତବରେ ପ୍ରଶଂସନୀୟ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.