ETV Bharat / bharat

ଲଗାତାର କୋରୋନା ରିପୋର୍ଟ ହ୍ରାସ ପରେ ଗୁରୁବାର ତେଲେଙ୍ଗାନାରେ 22 ନୂଆ ମାମଲା, 3 ମୃତ୍ୟୁ - ତେଲେଙ୍ଗାନାରେ କୋରୋନା ରିପୋର୍ଟ

ଗତ କିଛି ଦିନ ହେବ କୋଭିଡ -19 ମାମଲାରେ ହ୍ରାସ ପରେ ତେଲେଙ୍ଗାନାରେ ଗୁରୁବାର ଦିନ 22ଟି ନୂଆ ମାମଲା ରିପୋର୍ଟ ହୋଇଛି । ଏହାସହ ତିନି ଜଣଙ୍କର ମୃତ୍ୟୁ ଘଟିଛି । ଏହି ତିନିଜଣ ଗ୍ରେଟର ହାଇଦ୍ରାବାଦର ଥିଲେ । ଏହାକୁ ମିଶାଇ ରାଜ୍ୟରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା 28କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : May 1, 2020, 12:10 AM IST

ହାଇଦ୍ରାବାଦ: ସାରା ଦେଶରେ କୋରୋନା ସଂକ୍ରମଣ ଓ ମୃତ୍ୟୁ ରିପୋର୍ଟ ବଢିବାରେ ଲାଗିଛି । ଏପରିସ୍ଥଳେ ଗତ କିଛି ଦିନ ହେବ କୋଭିଡ -19 ମାମଲାରେ ହ୍ରାସ ପରେ ତେଲେଙ୍ଗାନାରେ ଗୁରୁବାର ଦିନ 22ଟି ନୂଆ ମାମଲା ରିପୋର୍ଟ ହୋଇଛି । ଏହାସହ ତିନି ଜଣଙ୍କର ମୃତ୍ୟୁ ଘଟିଛି।

ସରକାରୀ ସୂତ୍ରରୁ ପ୍ରକାଶ ଯେ, କୋରୋନାରେ ଜଣେ 44 ବର୍ଷ ବୟସ୍କା ମହିଳା ଏବଂ ଦୁଇ ପୁରୁଷ, 48 ରୁ 76 ବର୍ଷ ମଧ୍ୟରେ ଅଛନ୍ତି | ଏହି ତିନିଜଣ ଗ୍ରେଟର ହାଇଦ୍ରାବାଦର ଥିଲେ । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା 28କୁ ବୃଦ୍ଧି ପାଇଛି ।

22ଟି ନୂଆ କୋରୋନା ମାମଲା ସହିତ ସମୁଦାୟ 1,038 କୁ ବୃଦ୍ଧି ପାଇଛି ସଂକ୍ରମଣ ରିପୋର୍ଟ । ଗତ ତିନି ଦିନ ଧରି ରାଜ୍ୟ ଏକ ଅଙ୍କ ବିଶିଷ୍ଟ ମାମଲା ରିପୋର୍ଟ ଆସୁଥିଲା । ମାତ୍ର ଗୁରୁବାର ଏହି ସଂଖ୍ୟା ଦ୍ରୁତ ଗତିରେ ବଢିଛି ।

ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଇ. ରାଜେନ୍ଦର କହିଛନ୍ତି ଯେ, ରାଜ୍ୟରେ ଗୁରୁବାର 33 ଜଣ କୋଭିଡ -19 ରୋଗୀଙ୍କୁ ଡିସଚାର୍ଜ କରାଯାଇଛି । ଏଥିରେ ଜଣେ 50 ବର୍ଷ ବୟସ୍କ ଡାକ୍ତର ଅନ୍ତର୍ଭୁକ୍ତ ରହିଛନ୍ତି ।

ଏହା ସହିତ ରାଜ୍ୟରେ କୋରୋନାରେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା 442କୁ ବୃଦ୍ଧି ପାଇଛି । ବର୍ତ୍ତମାନ 568 ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.