ETV Bharat / bharat

ଚଣ୍ଡିଗଡକୁ ଆସୁଥିବା ସମସ୍ତ ବ୍ୟକ୍ତି କୋଭିଡ ଟେଷ୍ଟ କରିବାକୁ ବାଧ୍ୟ

author img

By

Published : May 25, 2020, 8:32 AM IST

ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗଳା ବ୍ୟତୀତ ଦେଶର ସମସ୍ତ ରାଜ୍ୟରେ ଆଜି ଠାରୁ ଉଡାଣ ଭରିବ ବିମାନ । ପଞ୍ଜାବ ଆସୁଥିବା ସମସ୍ତ ଯାତ୍ରୀ କୋଭିଡ ଟେଷ୍ଟ କରିବାକୁ ବାଧ୍ୟ । ଅଧିକ ପଢନ୍ତୁ...

ଚଣ୍ଡିଗଡକୁ ଆସୁଥିବା ସମସ୍ତ ବ୍ୟକ୍ତି କୋଭିଡ ଟେଷ୍ଟ କରିବାକୁ ବାଧ୍ୟ
ଚଣ୍ଡିଗଡକୁ ଆସୁଥିବା ସମସ୍ତ ବ୍ୟକ୍ତି କୋଭିଡ ଟେଷ୍ଟ କରିବାକୁ ବାଧ୍ୟ

ଚଣ୍ଡିଗଡ: ଆଜି ଠାରୁ ବିମାନ ସେବା ପୁନଃ ଆରମ୍ଭ ହେବାକୁ ଯାଉଛି । କୋରୋନା ପାଇଁ ବିଭିନ୍ନ ରାଜ୍ୟର ସତର୍କତା ମୂଳକ ଗାଇଡଲାଇନ ଜାରି କରୁଛନ୍ତି । ପଞ୍ଜାବକୁ ଆସୁଥିବା ସମସ୍ତ ଯାତ୍ରୀ କୋଭିଡ ଟେଷ୍ଟ କରିବା ବାଧ୍ୟତାମୂଳକ କରାଯାଇଛି ।

ପଞ୍ଜାବକୁ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଚଣ୍ଡିଗଡ ବିମାନ ବନ୍ଦରରେ ଓହ୍ଲାଇବେ । ସୁରକ୍ଷା ଦୃଷ୍ଟିରୁ ସମସ୍ତ ଯାତ୍ରୀଙ୍କ କୋଭିଡ-19 ଟେଷ୍ଟ ବାଧ୍ୟତାମୂଳକ ଭାବେ କରାଯିବ । ଏନେଇ ମହାଲ୍ଲି ଜିଲ୍ଲାର ଜିଲ୍ଲାପାଳ ଗିରିଶ ଦୟାଲାନ ନିର୍ଦ୍ଦେଶ ଦେଇଛନ୍ତି ।

ସମସ୍ତ ଯାତ୍ରୀ 14 ଦିନ ପାଇଁ ହୋମ କ୍ବାରେଣ୍ଟାଇନରେ ରହିବେ । ଯେଉଁମାନଙ୍କ ରିପୋର୍ଟ ପଜିଟିଭ ରହିବ ସେମାନଙ୍କ ପାଇଁ ଆଇସୋଲେସନରେ ରହିବେ । ଯଦି ରିପୋର୍ଟ ନେଗେଟିଭ ରହେ, ତେବେ ସେମାନେ 14 ଦିନ ପାଇଁ ହୋମ କ୍ବାରେଣ୍ଟାଇନରେ ରହିବାକୁ ପଡିବ ବୋଲି କହିଛନ୍ତି ଦୟାଲାନ ।

ଏହା ସହ ସେ ଆହୁରି କହିଛନ୍ତି, ସମସ୍ତ ଏୟାରଲାଇନରେ ଷ୍ଟେସନ ମ୍ୟାନେଜର ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦେବେ । ଯେଉଁ ଯାତ୍ରୀମାନଙ୍କ ଗନ୍ତବ୍ୟସ୍ଥଳ ପଞ୍ଜାବ ସେମାନଙ୍କ ଏକ ତାଲିକା ପ୍ରସ୍ତୁତ କରିବେ ।

ଆଜି ଠାରୁ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ବ୍ୟତୀତ ଦେଶବ୍ୟାପୀ ବିମାନ ସେବାକୁ ପୁନଃ ଆରମ୍ଭ କରାଯାଇଛି । କୋରୋନା ଲକଡାଉନ ପାଇଁ ଗତ 2 ମାସ ଧରି ବିମାନ ସେବାକୁ ବନ୍ଦ ରଖାଯାଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.