ହାଇଦ୍ରାବାଦ: ଦିନକୁ ଦିନ ବଢିବାରେ ଲାଗିଛି ତେଲେଙ୍ଗାନାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମେଡିକାଲ ବୁଲେଟିନ ଅନୁଯାୟୀ ତେଲେଙ୍ଗାନାରେ ଶୁକ୍ରବାର 1,278 ପଜେଟିଭ ମାମଲା ରିପୋର୍ଟ ହୋଇଛି । ଏହାସହ ଶୁକ୍ରବାର 8 ମୃତ୍ୟୁହାର ରେକର୍ଡ ହୋଇଛି । ଏହାକୁ ମିଶାଇ ତେଲେଙ୍ଗାନାରେ ମୋଟ ମୃତ୍ୟୁ ସଂଖ୍ୟା 339ରେ ପହଞ୍ଚିଛି ।
![ତେଲେଙ୍ଗାନା 1,278 ଟି ନୂଆ ମାମଲା , ଶୁକ୍ରବାର 8 ମୃତ୍ୟୁ ରିପୋର୍ଟ](https://etvbharatimages.akamaized.net/etvbharat/prod-images/7978390_telengana.jpg)
ଶୁକ୍ରବାର 1,278 ଟି ପଜେଟିଭ ମାମଲା ମଧ୍ୟରୁ 762 ଟି ଜିଏମଏମସି ଅଧୀନରେ, 171 ରଙ୍ଗରେଡି ଜିଲ୍ଲାରୁ, 36 ଜଣ ସାଙ୍ଗାରେଡିରୁ 36, ମେଡଚାଲରୁ 85, ୱାରଙ୍ଗାଲ ସହରାଞ୍ଚଳରୁ 5, କରିମନଗରରୁ 9, ନାଲଗୋଣ୍ଡାରୁ 32, ନିଜାମବାଦରୁ 22, ମେଡକରୁ 22 ଟି ମାମଲା ଆସିଛି ।
ସେହିପରି ଖମ୍ମରୁ 18, ମଞ୍ଚେରିଆଲରୁ 17, ନାରାୟଣପେଟରୁ 9, ସୁର୍ଯ୍ୟପେଟ, ଆଦିଲାବାଦ ଏବଂ ମହାବୁବନଗରରୁ 14 ଟି ମାମଲା, ସିରିସିଲାରୁ 7ଟି, ୱାରଙ୍ଗାଲ ଗ୍ରାମରୁ 8 ଟି, ମହାବାବାଦ୍ ଏବଂ ପେଡାପାଲ୍ଲୀରୁ 6 ଟି, କାମାରେଡିରୁ 23 ଟି, ଜଙ୍ଗୋନରୁ 4, ସିଦ୍ଧିପେଟ, ୟାଦାଦ୍ରି, ଗଡୱାଲ, ୱାନାପାର୍ଟି, ଆସିଫାବାଦ ଏବଂ ନିର୍ମଲରୁ 1ଟି ମାମଲା ସାମ୍ନାକୁ ଆସିଛି ।
ସେହିପରି ରାଜ୍ୟରେ ଶୁକ୍ରବାର 1,013 ଜଣଙ୍କୁ ଡିସଚାର୍ଜ କରାଯାଇଛି । ଫଳରେ ତେଲେଙ୍ଗାନାର କୋଭିଡ -19 ସଂକ୍ରମଣରୁ 19,205 ଆରୋଗ୍ୟ ହୋଇଛନ୍ତି । ବର୍ତ୍ତମାନ, ରାଜ୍ୟରେ ସକ୍ରିୟ କୋଭିଡ ମାମଲା ସଂଖ୍ୟା 12,680 ରହିଛି ।
ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 10,354 ନମୁନା ଟେଷ୍ଟିଂ କରାଯାଇଥିଲା । ଯେଉଁଥିରୁ 9,076 ନେଗେଟିଭ ରିପୋର୍ଟ ସାମ୍ନାକୁ ଆସିଛି । କୋଭିଡ ସଂକ୍ରମଣ ସାମ୍ନାକୁ ଆସିବା ପରଠାରୁ ରାଜ୍ୟରେ 1,51,109 ନମୁନା ପରୀକ୍ଷା ହୋଇସାରିଛି । ଯେଉଁଥିରୁ 1,18,885 ନମୁନା ନଗେଟିଭ ରହିଛି ।