ହାଇଦ୍ରାବାଦ: କୋରୋନା ଭାଇରସ ସମଗ୍ର ବିଶ୍ବରେ ହଇଚଇ ସୃଷ୍ଟି କରିଛି। ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢିବା ସହିତ ବିଶେଷଜ୍ଞମାନେ ଏହି ଭୂତାଣୁକୁ ପରାସ୍ତ କରିବାର ଉପାୟ ଖୋଜିବା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି। କୋଭିଡ-19 ର ରହସ୍ୟ ଉନ୍ମୋଚନ କରିବାରେ ସାହାଯ୍ୟ କରିବାକୁ ବୈଜ୍ଞାନିକମାନେ ଯୁବକ, ସୁସ୍ଥ ବୟସ୍କ ଓ ପିଲାମାନଙ୍କର DNA ଅନୁସନ୍ଧାନ କରୁଛନ୍ତି, ଯେଉଁମାନଙ୍କର କୌଣସି ଅନ୍ତର୍ନିହିତ ଚିକିତ୍ସା ସମସ୍ୟା ନଥିଲେ ମଧ୍ୟ ଗୁରୁତର ରୋଗରେ ଆକ୍ରାନ୍ତ ହେଉଛନ୍ତି । ଅନୁସନ୍ଧାନକାରୀମାନେ ଜେନେଟିକ ତ୍ରୁଟି ଖୋଜୁଛନ୍ତି ଯାହାକି କୋରୋନା ଭାଇରସରେ କେତେକ ବ୍ୟକ୍ତିଙ୍କୁ ଗୁରୁତର ଅସୁସ୍ଥ ହେବାର ଆଶଙ୍କା ରଖିଛି ।
ସେଣ୍ଟ ଲୁଇସର ୱାଶିଂଟନ୍ ୟୁନିଭରସିଟି ସ୍କୁଲ୍ ଅଫ୍ ମେଡିସିନରେ ଥିବା ମ୍ୟାକଡୋନେଲ୍ ଜେନୋମ୍ ଇନଷ୍ଟିଚ୍ୟୁଟ୍ ହେଉଛି ବିଶ୍ବବ୍ୟାପୀ 30 ରୁ ଅଧିକ ଜିନୋମ୍ ସିକ୍ୱେନ୍ସିଂ ହବ୍ ମଧ୍ୟରୁ ଗୋଟିଏ । ଅନୁସନ୍ଧାନକାରୀମାନେ ଲୋକଙ୍କୁ ନେଇ ମଧ୍ୟ ଅଧ୍ୟୟନ କରିବେ ଯେଉଁମାନେ କୋରୋନା ଭାଇରସରେ ବାରମ୍ବାର ସଂସ୍ପର୍ଶରେ ଆସିବା ସତ୍ତ୍ବେ ସଂକ୍ରମିତ ହୁଅନ୍ତି ନାହିଁ । କୋଭିଡ-19 ର ଚରମ ବୁଝିବା ଦ୍ବାରା ପ୍ରାପ୍ତ ଜ୍ଞାନ ଏହି ରୋଗ ପାଇଁ ନୂତନ ଚିକିତ୍ସା କୌଶଳ ଆଣିପାରେ ।
ଅନୁସନ୍ଧାନକାରୀମାନେ ମଧ୍ୟ ସେହି ଲୋକମାନଙ୍କୁ ଅଧ୍ୟୟନ କରିବାକୁ ଯୋଜନା କରିଛନ୍ତି ଯେଉଁମାନେ SARS-CoV-2 ଦ୍ବାରା ସଂକ୍ରମିତ ହୁଅନ୍ତି ନାହିଁ । ଏହିପରି ବ୍ୟକ୍ତିମାନଙ୍କର ଜେନେଟିକ୍ ଭିନ୍ନତା ଥାଇପାରେ ଯାହା ସଂକ୍ରମଣରୁ ରକ୍ଷା କରିଥାଏ ।
ଅଧ୍ୟୟନର ପ୍ରଥମ ଉଦ୍ଦେଶ୍ୟ ହେଉଛି SARS-CoV-2 ସଂକ୍ରମଣର ଗୁରୁତର ଥିବା ରୋଗୀଙ୍କୁ ଚିକିତ୍ସା ଆବଶ୍ୟକ। ଏମାନେ ବାହାରୁ ସୁସ୍ଥ ଜଣାପଡନ୍ତି ଓ 50 ବର୍ଷରୁ କମ୍ ବୟସ । ଏହି ରୋଗୀମାନଙ୍କର ଅନିୟନ୍ତ୍ରିତ ମଧୁମେହ, ହୃଦ ରୋଗ, ଫୁସଫୁସ ରୋଗ କିମ୍ବା ଅନ୍ୟ କୌଣସି ଗୁରୁତର ଅବସ୍ଥା ନାହିଁ । କୋଭିଡ-19 ଗୁରୁତର ଜଟିଳତାର ଆଶଙ୍କା ବଢିଥାଏ ବୋଲି ସେ କହିଛନ୍ତି।
ଶାରୀରିକ ଭାବେ ସମ୍ପୁର୍ଣ୍ଣ ସୁସ୍ଥ ଥିବା କିମ୍ବା ଶିଶୁଙ୍କୁ ନେଇ ପରୀକ୍ଷା କରିବାକୁ ଆଗ୍ରହୀ ଥିବା ବୈଜ୍ଞାନିକମାନେ କହିଛନ୍ତି । କାରଣ ସେମାନେ ସମ୍ପୁର୍ଣ୍ଣ ସୁସ୍ଥ ଥାଇ ମଧ୍ୟ ସେମାନେ କୋରୋନା ସଂକ୍ରମିତ ହୋଇଛନ୍ତି ମାତ୍ର ଏହାର ସଂଖ୍ୟା ଖୁବ କମ୍ । ପ୍ରାୟ 10 ପ୍ରତିଶତ ରୋଗୀ ଏପରି ଥାଆନ୍ତି ।
ଏହି ରୋଗୀମାନଙ୍କ ଜିନୋମ୍ ପ୍ରକୃତରେ ରିସର୍ଚ୍ଚ କରିବାରେ ସାହାଯ୍ୟ କରିବ କି କିପରି ଭାଇରସ ଆକ୍ରାନ୍ତ କରୁଛି । ଏହାସହ ଯେଉଁମାନେ ଏଯାଏଁ ଭାଇରସର ଶିକାର ହୋଇନାହାନ୍ତି, ସେମାନଙ୍କ ପାଇଁ ମଧ୍ୟ ସାହାଯ୍ୟକାରୀ ହୋଇପାରିବ । ଆମ ରୋଗ ପ୍ରତିରୋଧକ ଶକ୍ତି କେବେ ଏପରି ଭାଇରସକୁ ସାମ୍ନା କରିନି । ତେଣୁ ବିଶ୍ବ ସ୍ତରରେ ଏହାକୁ ପରୀକ୍ଷା କରିବା ଆବଶ୍ୟକ ।