ନୂଆଦିଲ୍ଲୀ: ଦେଶରେ କୋଭିଡ 19ରୁ ସୁସ୍ଥ ହେବା ହାର ବଢିଚାଲିଛି । ଗୁରୁବାର ଏହା 42 ପ୍ରତିଶତ ପାର କରିଛି । ଏବେ ଭାରତରେ କୋରୋନା ସୁସ୍ଥତା ହାର 42.75 ପ୍ରତିଶତ ରହିଛି ।
ଗୁରୁବାର 3266 ଲୋକ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାସହ 86 ହଜାର 810 ଜଣ ଏବେ ବି ଚିକିତ୍ସିତ ହେଉଛନ୍ତି । ମୋଟ୍ 69 ହଜାର 691 ଲୋକ ସୁସ୍ଥ ହୋଇସାରିଛନ୍ତି । ଫଳରେ ଦେଶର ସୁସ୍ଥତା ହାର 42 ପ୍ରତିଶତ ଉପରକୁ ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।
କୋରୋନା ଚିକିତ୍ସା ଉପରେ କେନ୍ଦ୍ର ସରକାର କଡା ନଜର ରଖିଛନ୍ତି । ଏପରିକି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟ ଉପଯୁକ୍ତ ସହଯୋଗ କରୁଛନ୍ତି । ପ୍ରତିଟି ସ୍ଥିତିର ଉଚ୍ଚସ୍ତରୀୟ ସମୀକ୍ଷା ହେଉଛି । ଆକ୍ରାନ୍ତଙ୍କୁ ସୁସ୍ଥ କରିବାରେ ସବୁପ୍ରକାର ଉପାୟ ଓ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଉଛି । ଆଗାମୀ ଦିନରେ ସୁସ୍ଥତା ହାର 50 ପ୍ରତିଶତ ଟପିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।