ETV Bharat / bharat

ଦେଶରେ 63.25 ପ୍ରତିଶତ ଆରୋଗ୍ୟତା ହାର, 24 ଘଣ୍ଟାରେ ରେକର୍ଡ ସଂଖ୍ୟକ ରିକଭରି

author img

By

Published : Jul 16, 2020, 4:12 PM IST

କୋରୋନା ଭାଇରସରେ ସୁସ୍ଥ ହୋଇଥିବା ମୋଟ ଲୋକଙ୍କ ସଂଖ୍ୟା 6 ଲକ୍ଷ ଅତିକ୍ରମ କରିଛନ୍ତି। କେନ୍ଦ୍ର ସରକାର କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ 6 ଲକ୍ଷ 12 ହଜାର 815 ଲୋକ ସୁସ୍ଥ ହୋଇଛନ୍ତି ।

 24 ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ରିକଭରି
24 ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ରିକଭରି

ନୂଆଦିଲ୍ଲୀ: କୋରୋନା ଭାଇରସରେ ସୁସ୍ଥସଂଖ୍ୟା 6 ଲକ୍ଷ ଅତିକ୍ରମ କରିଛି । କେନ୍ଦ୍ର ସରକାର କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ 6 ଲକ୍ଷ 12 ହଜାର 815 ଲୋକ ସୁସ୍ଥ ହୋଇଛନ୍ତି । ଏହା ସହିତ ଦେଶରେ ପୁନରୁଦ୍ଧାର ହାର 63.25 ପ୍ରତିଶତରେ ପହଞ୍ଚିଛି । 24 ଘଣ୍ଟା ମଧ୍ୟରେ ଏକ ରେକର୍ଡ ସଂଖ୍ୟାକ 20 ହଜାର 783 ଲୋକ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା ସଂଖ୍ୟା 2 ଲକ୍ଷ 31 ହଜାର 146 ଅଟେ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 32 ହଜାର 695 ନୂତନ କୋଭିଡ-19 ମାମଲା ରୁଜୁ ହୋଇଛି ଏହା ମୋଟ ମାମଲାକୁ 9 ଲକ୍ଷ 68 ହଜାର 876 କୁ ବୃଦ୍ଧି କରିଛି । ବୁଧବାର ସାରା ଦେଶରେ 606 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 24 ହଜାର 915 ରେ ପହଞ୍ଚିଥିବା ଜଣାଯାଇଛି।

ଏହାସହ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) କହିଛି ଯେ 24 ଘଣ୍ଟା ମଧ୍ୟରେ ବିଭିନ୍ନ ଲାବ୍ରୋଟାରୀ ଦ୍ବାରା ମୋଟ 3 ଲକ୍ଷ 26 ହଜାର 682 କୋରୋନା ପରୀକ୍ଷା କରାଯାଇଛି । ଦେଶରେ କୋଭିଡ-19 ଆରମ୍ଭ ହେବା ପରଠାରୁ ଗୋଟିଏ ଦିନରେ ଲାବୋରେଟୋରୀ ଦ୍ବାରା ଏହା ସର୍ବାଧିକ ସଂଖ୍ୟକ ପରୀକ୍ଷଣ । ଏପର୍ଯ୍ୟନ୍ତ 1 କୋଟି 27 ଲକ୍ଷ 39 ହଜାର 490 ପରୀକ୍ଷା କରାଯାଇଛି। ବର୍ତ୍ତମାନ ଭାରତରେ ସମୁଦାୟ 1 ହଜାର 234 ଲାବ୍ରୋଟାରୀ ରହିଛି । 874 ସରକାରୀ ଲାବ୍ରୋଟାରୀ ଓ 360 ବେସରକାରୀ ଲାବ୍ରୋଟାରୀ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.