ETV Bharat / bharat

କୋରୋନା ମୃତକଙ୍କୁ ଜେସିବିରେ ନେବା ଘଟଣା, 2 ଅଧିକାରୀ ନିଲମ୍ବିତ

author img

By

Published : Jun 27, 2020, 9:23 AM IST

Updated : Jun 27, 2020, 3:01 PM IST

କୋରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହକୁ ସଂସ୍କାର ପାଇଁ ଜେସିବିରେ ନେବା ଘଟଣା । 2 ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ଅଧିକ ପଢନ୍ତୁ...

କୋରୋନା ଆତଙ୍କ: ଆନ୍ଧ୍ରପ୍ରଦେଶରେ ମର ଶରୀରକୁ ଶ୍ମଶାନ ନେଲା ଜେସିବି

ଅମରାବତୀ: କୋରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହକୁ ସଂସ୍କାର ପାଇଁ ଜେସିବିରେ ନେବା ଘଟଣାରେ ଦୁଇ ଅଧିକାରୀ ନିଲମ୍ୱିତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ପଳାଶ-କଶିବୁଗା ମ୍ୟୁନିସିପାଲଟି ଅଞ୍ଚଳରେ ଶୁକ୍ରବାର ଘଟିଥିବା ଏହି ଘଟଣା ସୋସିଆଲ ମିଡିଆ ଓ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଏହାପରେ ମ୍ୟୁନିସିପାଲଟି କମିଶନର ଟି. ନଗେନ୍ଦ୍ର କୁମାର ଏବଂ ସାନିଟାଇଜର ଇନସପେକ୍ଟର ଏନ୍ ରାଜିଭଙ୍କୁ ଜିଲ୍ଲାପାଳ ଟି. ନଗେନ୍ଦ୍ର କୁମାର ନିଲମ୍ୱନ କରିଛନ୍ତି।

ଆକ୍ରାନ୍ତ ଜଣଙ୍କ ତାଙ୍କ ଘର ଉଦୟପୁରମରେ ଗୁରୁବାର ରାତିରେ ମୃତ୍ୟୁବରଣ କରିଛନ୍ତି। ମୃତ୍ୟୁ ବେଳକୁ 70 ବର୍ଷ ହୋଇଥିଲା। ମୃତକ ଜଣଙ୍କ ମ୍ୟୁନିସିପାଲଟି ଅଫିସର ଚତୁର୍ଥ ଶ୍ରେଣୀର କର୍ମଚାରୀ ଭାବରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁ ବେଳକୁ କିନ୍ତୁ ସେ କରୋନାରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିନଥିଲା। ତେବେ ତାଙ୍କର ନମୁନା ଯାଞ୍ଚ ପରେ ଶୁକ୍ରବାର ଜଣାପଡ଼ିଥିଲା ମୃତକ ଜଣଙ୍କ କରୋନାରେ ଆକ୍ରାନ୍ତ ଥିଲେ।

ଶେଷକୃତ୍ୟ ପାଇଁ ପରିବାର ଲୋକେ କେହି ଆସିନଥିଲେ। ଏହାପରେ ପଡ଼ୋଶୀମାନେ ସ୍ଥାନୀୟ ମ୍ୟୁନିସିପାଲଟିକୁ ଏ ବାବଦରେ ଖବର ଦେଇଥିଲା। ସଂପୃକ୍ତ ଅଞ୍ଚଳଟି ଛୋଟିଆ ଅଞ୍ଚଳ ହୋଇଥିବାରୁ ଆମ୍ବୁଲାନ୍ସ ସେବା ନଥିଲା। ଏହାପରେ ମ୍ୟୁନିସିପାଲଟି ଅଧିକାରୀ ମୃତକଙ୍କୁ ଜେସିବି ମେସିନ ସାହାଯ୍ୟରେ ନେଇଥିଲେ। ଶେଷକୃତ୍ୟ ବେଳେ ମ୍ୟୁନିସିପାଲଟି ଅଧିକାରୀ ପିପିଇ କିଟ୍ ଏବଂ ମାସ୍କ ଯୋଗାଇବା ପରେ ଘର ଲୋକ ଆସି ଅନ୍ତିମ ସଂସ୍କାର କରିଥିଲେ।

Last Updated : Jun 27, 2020, 3:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.