ନୂଆଦିଲ୍ଲୀ: ଦେଶରେ କୋରୋନା ଭୟ ବଢିବା ସହ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଗୁରୁବାର କହିଛି ଯେ, ଭୟଙ୍କର ଶ୍ବାସକ୍ରିୟା ସଂକ୍ରମଣ ଏବଂ ଇନ୍ଫ୍ଲୁଏଞ୍ଜା ଭଳି ଗୁରୁତର ଶ୍ବାସକ୍ରିୟା ଜନିତ ସମସ୍ୟାରେ ପୀଡିତ ମୋଟ 826 ଟି ନମୁନା ଯାଞ୍ଚ କରାଯାଇଛି । ସେଥିମଧ୍ୟରୁ କୌଣସି ଗୋଟିକରେ ମଧ୍ୟ କୋରୋନା ଭୂତାଣୁ ପଜେଟିଭ ରିପୋର୍ଟ ମିଳିନାହିଁ । ICMR ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ଦେଶରେ ସାମୂହିକ ସ୍ତରରେ ସଂକ୍ରମଣ ରିପୋର୍ଟ ଆସିନାହିଁ ।
ଚିକିତ୍ସା କ୍ଷେତ୍ରରେ ଦେଶର ସର୍ବୋଚ୍ଚ ଅନୁସନ୍ଧାନ ସଂଗଠନ ଦ୍ବାରା ସାମୂହିକ ସ୍ତରରେ କୋରୋନା ଭାଇରସ୍ (କୋଭିଡ -19) ସଂକ୍ରମଣ ଉପରେ ତୀକ୍ଷ୍ଣ ଓ ନିରନ୍ତର ନଜର ରଖାଯାଉଛି ।
ଆଇସିଏମଆର 15 ଫେବୃଆରୀରୁ କଡା ନୀରିକ୍ଷଣ ଆରମ୍ଭ କରିଦେଇଥିଲା । ସମୂହିକ ସ୍ତରର କରୋନା ବିସ୍ତାର ଯାଞ୍ଚ କରିବା ପାଇଁ 29 ଫେବୃଆରୀ ପର୍ଯ୍ୟନ୍ତ ସମଗ୍ର ଦେଶରେ 16 ଟି ସିସିଟିଭି ସାଇଟ୍ ପ୍ରତିଷ୍ଠା କରାଯାଇଛି । ଯାହାକୁ 15 ମାର୍ଚ୍ଚ ସୁଦ୍ଧା 51 ଟି ସିସିଟିଭି ସାଇଟକୁ ବୃଦ୍ଧି କରାଯାଇଛି । ବିଶେଷକରି ଯେଉଁଠାରେ କୋରୋନା ଭାଇରସ୍ ରିପୋର୍ଟ ସାମ୍ନାକୁ ଆସିଛି , ସେହି ସ୍ଥାନ ମାନଙ୍କରେ ପର୍ଯ୍ୟବେକ୍ଷଣକୁ କଡାକଡି କରି ଦିଆଯାଇଛି ।
ଗୁରୁବାର ଆଇସିଏମଆର ରିପୋର୍ଟ କରିଛି ଯେ କରୋନା ଭାଇରସ ସଂକ୍ରମଣରେ ସନ୍ଦିଗ୍ଧ ତଥା ଆକ୍ରାନ୍ତିତଙ୍କ ସଂଖ୍ୟା 168 ରହିଛି ।
ICMR ଆହୁରି କହିଛି ଯେ ଭୟଙ୍କର ଶ୍ବାସକ୍ରିୟା ସଂକ୍ରମଣ ଯାଞ୍ଚ କରିବା ପାଇଁ ମାର୍ଚ୍ଚ 19 ତାରିଖ ଦିନ 10 ଟା ସୁଦ୍ଧା 12,426 ଲୋକଙ୍କ ଠାରୁ ମୋଟ 13,316 ଟିନମୁନା ସଂଗ୍ରହ କରାଯାଇଛି ।
ଆଞ୍ଚଳିକ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆରଏମଆରସି) ଗୋରଖପୁରର ନିର୍ଦ୍ଦେଶକ ଓ ଆଇସିଏମଆର ରିସର୍ଚ୍ଚ ମ୍ୟାନେଜମେଣ୍ଟ, ପଲିସି ଆଣ୍ଡ ପ୍ଲାନିଂ ଏବଂ ବାୟୋମେଟିକାଲ ଯୋଗାଯୋଗର ମୁଖ୍ୟ ଡାକ୍ତର ରଜନୀକାନ୍ତ ଶ୍ରୀବାସ୍ତବ କହିଛନ୍ତି ଯେ ଏହି ନୂତନ କୋରୋନାଭାଇରସକୁ 'SARS-COV-2' ନାମ ଦିଆଯାଇଛି ।
ଏଠାରେ ସୂଚନା ଯୋଗ୍ୟ ଯେ, ସାରା ଦେଶରେ କୋରୋନା ସଂକ୍ରମଣର ନମୁନା ପରୀକ୍ଷା କରିବା ପାଇ ଆଇସିଏମଆର 72 ଟି ଲାବ୍ରୋଟୋରୀରେ ରହିଛି ।
@IANS ଇନପୁଟ