ETV Bharat / bharat

‘ନିଜାମୁଦ୍ଦିନ ସମାବେଶ ଦେଶ ପାଇଁ ଏକ ବଡ କ୍ଷତି’ - Nizamuddin meet

ତବଲିଘି ଜାମାତର ଆନ୍ତର୍ଜାତୀୟ ମଣ୍ଡଳୀ କୋରୋନା ଭାଇରସ୍ ମହାମାରୀ ବିରୋଧରେ ଲଢେଇରେ ଦେଶ ପାଇଁ ଏକ ବଡ କ୍ଷତି ଘଟାଇଛି ବୋଲି ଜାତୀୟ ସଂଖ୍ୟାଲଘୁ କମିଶନ (ଏନସିଏମ୍) ମନ୍ତବ୍ୟ ରଖିଛି ।

Nizamuddin meet
‘ନିଜାମୁଦ୍ଦିନ ସମାବେଶ
author img

By

Published : Apr 2, 2020, 12:56 PM IST

ନୂଆଦିଲ୍ଲୀ: ଗତ ମାସରେ ଦିଲ୍ଲୀର ନିଜାମୁଦ୍ଦିନରେ ଥିବା ମୁଖ୍ୟାଳୟରେ ଥିବା ତବଲିଘି ଜମାତର ଆନ୍ତର୍ଜାତୀୟ ମଣ୍ଡଳୀ କୋରୋନା ଭାଇରସ୍ ମହାମାରୀ ବିରୋଧରେ ଲଢେଇରେ ଦେଶ ପାଇଁ ଏକ ବଡ କ୍ଷତି ଘଟାଇଛି ବୋଲି ଜାତୀୟ ସଂଖ୍ୟାଲଘୁ କମିଶନ (ଏନସିଏମ୍) ମନ୍ତବ୍ୟ ରଖିଛି ।

ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ ଲେଖିଥିବା ଏକ ଚିଠିରେ ଏନସିଏମ ମୁଖ୍ଯ ସଏଦ ଘୟରୁଲ ରିଜଭି କହିଛନ୍ତି, ‘ ନିଜାମୁଦ୍ଦିନ ଘଟଣା ଲକ୍ ଡାଉନରର ଏକ ଗୁରୁତର ଉଲ୍ଲଂଘନ ଓ ଏହାସହ ନାଗରିକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି ’ । ଏହାସହ ଚିଠିରେ ଉଲ୍ଲେଖ ରହିଛି ଯେ, ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍। ଲୋକମାନଙ୍କୁ ଲକ୍ ଡାଉନର ନିର୍ଦ୍ଦେଶାବଳୀ ବିଷୟରେ ଅବଗତ କରାଇବା ଏବଂ ଏପରି ସ୍ଥାନରେ କୌଣସି ସମାବେଶକୁ ରୋକିବା ପାଇଁ ସ୍ଥାନୀୟ ଧାର୍ମିକ ନେତାମାନଙ୍କ ଉପରେ ରୋକ୍ ଲଗାଯାଉ ।

ଆଉ ଏକ ଚିଠିରେ ସମସ୍ତ ସଂଖ୍ୟାଲଘୁ ଧର୍ମଗୁରୁଙ୍କୁ ଲକ୍ ଡାଉନ୍ ନିୟମ ପାଳନ କରିବାକୁ କହିଛନ୍ତି । ପ୍ରକାଶ ଥାଉକି, ତବଲିଘି ଜମାତର ମୁଖ୍ୟ ମୌଲବୀ ଆଉ ଏହାର କିଛି ମେମ୍ବର ଏବେବି ଗାଏବ ଅଛନ୍ତି । ନିଜାମୁଦ୍ଦିନ ମର୍କାଜ ବର୍ତ୍ତମାନ 2000 ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି । ଅନ୍ୟପକ୍ଷେ 7ଜଣଙ୍କ ନାମରେ ମଧ୍ୟ ମାମଲା ରୁଜୁ କରାଯାଇଛି ।

@PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.