ETV Bharat / bharat

କୋଭିଡ୍‌-19: ଭ୍ରାନ୍ତି ଏବଂ ସତ୍ୟ

author img

By

Published : Mar 30, 2020, 9:24 PM IST

କୋଭିଡ୍‌-19 ବା କୋରୋନା ଭାଇରସ୍‌ ସଂପର୍କରେ ଅନେକ ଗୁଜବ ଓ ଭ୍ରାନ୍ତ ଧାରଣା ବିଭିନ୍ନ ସ୍ଥାନରେ ପ୍ରଚାରିତ ହେଉଛି । କିନ୍ତୁ ସେ ସବୁ କ’ଣ ସତ୍ୟ ? କୋରୋନା ଭାଇରସ ସର୍ବବ୍ୟାପୀ ମହାମାରୀ ସଂପର୍କିତ କେତେକ ଭ୍ରାନ୍ତି ଦୂର କରିବାକୁ ଏଠାରେ ପ୍ରୟାସ କରାଯାଇଛି ।

covid-19, myths vs facts on covid-19, coronavirus reality check, coronavirus news, କୋରୋନା ଭାଇରସ ନ୍ୟୁଜ୍‌, କୋଭିଡ-19, କୋରୋନାକୁ ନେଇ ଭ୍ରାନ୍ତି ଓ ସତ୍ୟତା, କୋରୋନା ଭାଇରସ ସତ୍ୟତା
କୋଭିଡ୍‌-19: ଭ୍ରାନ୍ତି ଏବଂ ସତ୍ୟ

ନିକଟରେ ଏମିତି ଅନେକ ଗୁଜବ ପ୍ରଚାରିତ ହୋଇଛି, ଯେଉଁଥିରେ ଭାରତ କୋଭିଡ୍‌-19 ସଂକ୍ରମଣର ତୃତୀୟ ପର୍ଯ୍ୟାୟରେ ପହଞ୍ଚି ଯାଇଛି ବୋଲି ମଧ୍ୟ କୁହାଯାଇଛି । କିନ୍ତୁ ପ୍ରକୃତ ତଥ୍ୟ ହେଉଛି ଏବେ ବି ଭାରତ ସାମୁଦାୟିକ ସଂଚାରଣର ସେହି ପର୍ଯ୍ୟାୟରେ ପହଞ୍ଚି ନାହିଁ । କୋଭିଡ୍‌-19 ବା କୋରୋନା ଭାଇରସ୍‌ ସଂପର୍କରେ ଏମିତି ଅନେକ ଗୁଜବ ଓ ଭ୍ରାନ୍ତ ଧାରଣା ବିଭିନ୍ନ ସ୍ଥାନରେ ପ୍ରଚାରିତ ହେଉଛି । କିନ୍ତୁ ସେ ସବୁ କ’ଣ ସତ୍ୟ ? କୋରୋନା ଭାଇରସ ସର୍ବବ୍ୟାପୀ ମହାମାରୀ ସଂପର୍କିତ କେତେକ ଭ୍ରାନ୍ତି ଦୂର କରିବାକୁ ଏଠାରେ ପ୍ରୟାସ କରାଯାଇଛି ।

1. ଆଣ୍ଟିବାୟୋଟିକ୍‌ ଦ୍ବାରା କୋଭିଡ୍‌-19ର ଚିକିତ୍ସା କିମ୍ବା ପ୍ରତିରୋଧ ସମ୍ଭବ କି ?

ନା, କେବଳ ଜୀବାଣୁ ସଂକ୍ରମଣ କ୍ଷେତ୍ରରେ ହିଁ ଆଣ୍ଟିବାୟୋଟିକ୍‌ କାମ କରିଥାଏ ଏବଂ କୋଭିଡ୍‌-19 ଭୂତାଣୁ ଦ୍ବାରା ହେଉଥିବା କାରଣରୁ ଏ କ୍ଷେତ୍ରରେ ଆଣ୍ଟିବାୟୋଟିକ୍‌ ପ୍ରୟୋଗ ଫଳପ୍ରଦ ହେବ ନାହିଁ ।

2. ଏହି ଭୂତାଣୁ ଉତ୍ତପ୍ତ ଜଳବାୟୁରେ ବ୍ୟାପେ ନାହିଁ

ଏହା ସତ ନୁହେଁ । ଉତ୍ତପ୍ତ, ଆର୍ଦ୍ର ଏବଂ ଥଣ୍ଡା ପାଗ ଅଞ୍ଚଳ ସମେତ ସବୁ ଧରଣର ପାଣିପାଗ ଅଞ୍ଚଳରେ କୋରୋନା ଭାଇରସ୍‌ ବ୍ୟାପିବାର ଆଶଙ୍କା ରହିଛି । ତେଣୁ, ସମସ୍ତ ପ୍ରକାର ପ୍ରତିଷେଧମୂଳକ ପଦକ୍ଷେପ ନେବା ସହିତ ସାମାଜିକ ଦୂରତା ବଜାୟ ରଖିବା କିମ୍ବା ଅନ୍ୟମାନଙ୍କଠାରୁ ହାତ ନ ପହଞ୍ଚିବା ଭଳି ଦୂରତାରେ ରହିବା ଆପଣଙ୍କ ପାଇଁ ସବୁଠାରୁ ଭଲ ।

3. ହ୍ୟାଣ୍ଡ୍‌ ଡ୍ରାୟର୍‌ସ ହାତ ଶୁଖାଇବା ଉପକରଣ ଏହି ଭୂତାଣୁକୁ ନାଶ କରିପାରେ

ନା । କୋଭିଡ୍‌-19 ଭାଇରସ୍‌ର ବିନାଶ କ୍ଷେତ୍ରରେ ହ୍ୟାଣ୍ଡ୍‌ ଡ୍ରାୟରସ୍‌ କାମରେ ଲାଗେ ନାହିଁ । ଆପଣ କେବଳ ପାଣି ଓ ସାବୁନରେ କିମ୍ବା ଆଲକୋହଲ ମିଶ୍ରିତ ସାନିଟାଇଜରରେ ହାତ ସଫା କରି ଏବଂ ହାତକୁ ଭଲ ଭାବେ ପେପର ଟାୱେଲ କିମ୍ବା ଏୟାର ଡ୍ରାୟର୍ସରେ ଶୁଖାଇବା ଭଳି ପ୍ରତିରୋଧମୂଳକ ପଦକ୍ଷେପ ନେଇପାରିବେ ।

4. କେବଳ ବୟସ୍କ ଲୋକେ କିମ୍ବା ପିଲାମାନେ ଏହି ଭୂତାଣୁ ସଂକ୍ରମିତ ହୋଇପାରନ୍ତି

ନା । ସମାନ ଭାବରେ ସବୁ ବୟସ ବର୍ଗର ଲୋକେ ଏହି ଭୂତାଣୁ ଦ୍ବାରା ସଂକ୍ରମିତ ହୋଇପାରନ୍ତି । ବୋଧ ହୁଏ, ବୟସ୍କ ଲୋକେ ଏବଂ ପୂର୍ବରୁ ଶ୍ବାସ, ମଧୁମେହ, ହୃଦ୍‌ରୋଗ ଭଳି ଅନ୍ୟ ରୋଗାବସ୍ଥାରେ ଆକ୍ରାନ୍ତ ଲୋକେ, ଏହି ଭୂତାଣୁ ସଂକ୍ରମଣ ଦ୍ବାରା ଗୁରୁତର ଅସୁସ୍ଥ ହୋଇପଡ଼ିବାର ଆଶଙ୍କା ଅଧିକ ରହିଛି ।

5. ଶରୀରରେ ଆଲ୍‌କୋହଲ ସ୍ପ୍ରେ କଲେ ଏହି ଭୂତାଣୁ ମରିଯାଏ

ନା । ଶରୀରରେ ଆଲକୋହଲ ସ୍ପ୍ରେ କରିବା ବା ଲଗାଇବା ବିପଜ୍ଜନକ ହୋଇପାରେ, ବିଶେଷତଃ, ଯଦି ଏହା ଆଖିରେ ପଶିଯାଏ । ହେଲେ, ଆଲ୍‌କୋହଲକୁ ବିଭିନ୍ନ ବସ୍ତୁର ପୃଷ୍ଠଭାଗରେ ଏକ ବିଶୋଧକ ରୂପେ ବ୍ୟବହାର କରାଯାଇପାରେ ଏବଂ ଆଲକୋହଲ ମିଶ୍ରିତ ସାନିଟାଇଜର୍‌ ବ୍ୟବହାର ଲାଗି ପରାମର୍ଶ ଦିଆଯାଇଛି ।

6. କୋଭିଡ୍‌-19 ସଂକ୍ରମିତ ପ୍ରତ୍ୟେକ ବ୍ୟକ୍ତିଙ୍କର ମୃତ୍ୟୁ ହୁଏ

ଏହା ଆଦୌ ସତ ନୁହେଁ । ଏହା କେବଳ, ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ଅଳ୍ପ କେଇ ପ୍ରତିଶତ ଲୋକଙ୍କ ପାଇଁ ପ୍ରାଣଘାତୀ ହୋଇଥାଏ । ସାମାନ୍ୟ ଲକ୍ଷଣ ଥିବା ରୋଗୀମାନଙ୍କର ମଧ୍ୟ ଚିକିତ୍ସା ହୋଇପାରିବ । ତେଣୁ ଯଦି ଆପଣଙ୍କ ଶରୀରରେ କୌଣସି ପ୍ରକାର ଲକ୍ଷଣ ଦେଖାଯାଏ, ତେବେ ନିଜର ଡାକ୍ତରୀ ଯାଞ୍ଚ କରାଇ ନିଅନ୍ତୁ ।

7. ରସୁଣ କରୋନା ଭାଇରସ୍‌ର ପ୍ରତିରୋଧ କରେ

ରସୁଣ ଖାଇଲେ ନୋଭେଲ କରୋନା ଭାଇରସ୍‌ର ପ୍ରତିରୋଧ କରିହୁଏ ବୋଲି ବର୍ତ୍ତମାନ ସୁଦ୍ଧା କୌଣସି ପ୍ରମାଣ ମିଳିନାହିଁ । କେତେକ ଗବେଷକଙ୍କ ମତରେ ରସୁଣ ଖାଇବା ଦ୍ବାରା ଶରୀରରେ ନିର୍ଦ୍ଦିଷ୍ଟ କେତେକ ପ୍ରଜାତିର ଜୀବାଣୁର ବୃଦ୍ଧିହାର ହ୍ରାସ ପାଇଥାଏ । କିନ୍ତୁ, କୋଭିଡ୍‌-19 ଭୂତାଣୁ ଦ୍ବାରା ବ୍ୟାପିଥାଏ ।

8. ଗୋମୂତ୍ର ଏହି ଭାଇରସର ପ୍ରତିରୋଧ କରେ

ପାରମ୍ପରିକ ଚିକିତ୍ସା ଶାସ୍ତ୍ରରେ, ଗୋମୂତ୍ରର ନିର୍ଦ୍ଦିଷ୍ଟ କେତେକ ଔଷଧୀୟ ଗୁଣ ରହିଛି ବୋଲି ବିଚାର କରାଯାଏ । କିନ୍ତୁ ଏହାର ସେବନ କରିବା ଦ୍ବାରା ଜଣେ ବ୍ୟକ୍ତି କରୋନା ଭାଇରସ୍‌ ସଂକ୍ରମଣର ପ୍ରତିରୋଧ କରିପାରିବେ ନାହିଁ ।

କଥାରେ ଅଛି ଯେ, “ଚିକିତ୍ସା ତୁଳନାରେ ପ୍ରତିଷେଧକ ଭଲ ।” ସୁତରାଂ, ପ୍ରତ୍ୟେକ ନାଗରିକ ସରକାରଙ୍କ ଦ୍ବାରା ଜାରି ପରାମର୍ଶ ମାନିବା ସହ ଘରେ ଅଲଗା ରହିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଭଳି ନିର୍ଦ୍ଦେଶ ପାଳନ କରିବା ଉଚିତ, ଯାହା ଫଳରେ କୋଭିଡ୍‌-19ର ବ୍ୟାପ୍ତିକୁ ରୋକି ହେବ । ପ୍ରକୃତ ତଥ୍ୟ ତୁଳନାରେ ଗୁଜବ ତୀବ୍ର ଗତିରେ ବ୍ୟାପିଥାଏ ଏବଂ ତେଣୁ, ପ୍ରଥମେ ବାସ୍ତବ ତଥ୍ୟ ଜାଣିବା ପରେ ହିଁ ପ୍ରକୃତରେ ଯାହା ସତ୍ୟ ତାହାକୁ ବିଶ୍ବାସ କରିବା ଉଚିତ । ତେଣୁ, ଏହି ସର୍ବବ୍ୟାପୀ ମହାମାରୀ ଏହାର କାୟାବିସ୍ତାର କରି ଚାଲିଥିବା ସମୟରେ. ଜଣେ ଦାୟିତ୍ବବାନ୍‌ ନାଗରିକ ଭାବରେ, ଗୁଜବ ରଟାନ୍ତୁ ନାହିଁ କି ଗୁଜବରେ ବିଶ୍ବାସ କରନ୍ତୁ ନାହିଁ, ସବୁ ପ୍ରକାର ପ୍ରତିରୋଧକାରୀ ପଦକ୍ଷେପ ନିଅନ୍ତୁ ଏବଂ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାନ୍ତୁ ।

ରୋଗର ଭୟ ଆମ ମାନସିକତା ଏବଂ ଶରୀରର ପ୍ରତିରୋଧକ ପଦ୍ଧତି ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ଏବଂ ତେଣୁ, ଆମେ ସାହସୀ ହେବା ଆବଶ୍ୟକ । ପ୍ରକୃତି ଆମର ସତ୍ତା ଲୋପ କରିଦେବ ନାହିଁ । ପ୍ରକୃତିକୁ ସମ୍ମାନ ଦିଅନ୍ତୁ ଏବଂ ଏହା ଆମର ସୁରକ୍ଷା କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.