ମୁମ୍ବାଇ: ଦେଶକୁ ଏବେ କୋରୋନର ନୂଆ ଷ୍ଟ୍ରେନ ଭୟ । କୋରୋନାର ଏପରି ସ୍ଥିତିକୁ ଦେଖି ବୁଧବାର ମହାରାଷ୍ଟ୍ର ସରକାର ଜାନୁଆରୀ 31ଯାଏଁ ଲକଡାଉନକୁ ବଢାଇ ଦେଇଛନ୍ତି । ଆଗରୁ ଡିସେମ୍ବର 31 ଯାଏଁ ଲକାଡାଉନ ରହିଥିଲା ।
କୋରୋନା ମହାମାରୀକୁ ଧ୍ୟାନରେ ରଖି ଧାରା 1897 ଅନୁଯାଇ ମିଶନ ବିଗିନ ଏଗେନ ଅପରେସନ ଆରମ୍ଭ କରିଛି ମହାରାଷ୍ଟ୍ର ସରକାର । ରାଜ୍ୟର ପ୍ରତି ଜିଲ୍ଲାରେ ରାତ୍ରୀକାଳିନ କର୍ଫ୍ୟୁକୁ ବଳବତ୍ତର ରଖିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ହୋଇଛି । ମହାମାରୀକୁ ରୋକିବା ପାଇଁ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆହୋଇଛି ।
କୋରୋନାର ତାଣ୍ଡବ କମିନଥିବାବେଳେ ନୂଆ ଷ୍ଟ୍ରେନ ଚିନ୍ତାର କାରଣ ପାଲଟିଛି । ବୁଧବାର ମହାରାଷ୍ଟ୍ରରେ 3ହଜାର 18ଟି ନୂଆ କୋରୋନା ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ 5ହଜାର 5ଶହ 72ଜଣ ସୁସ୍ଥ ହୋଇଛନ୍ତି । ଏହାସହ କୋରୋନାରେ 68ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି । ବର୍ତ୍ତମାନ ମହାରାଷ୍ଟ୍ରରେ 55ହଜାର 6 ଶହ 72ଟି ସକ୍ରିୟ ମାମଲା ରହିଛି ।
@ANI