ETV Bharat / bharat

ଭାରତ ଫେରିବାକୁ ସୁପ୍ରିମକୋର୍ଟକୁ ନିବେଦନ କଲେ ଗର୍ଭବତୀ ମହିଳା - ଭାରତ ଫେରିବାକୁ ଗର୍ଭବତୀ ମହିଳାଙ୍କ ନିେଦନ

ଦୁବାଇରେ କାର୍ଯ୍ୟରତ ଥିବା ଜଣେ ଗର୍ଭବତୀ ମହିଳା ଭାରତ ଫେରିବାକୁ ସୁପ୍ରିମକୋର୍ଟକୁ ନିବେଦନ କରିଛନ୍ତି । ଏଥିସହ ସେ କହିଛନ୍ତି ସେ ଗର୍ଭବତୀ ଅଛନ୍ତି ଏବଂ ସେଠାରେ ତାଙ୍କ ଯତ୍ନ ନେବାକୁ କେହି ନାହାନ୍ତି ।

_pregent women
ଭାରତ ଫେରିବାକୁ ସୁପ୍ରିମକୋର୍ଟକୁ ନିବେଦନ କଲେ ଗର୍ଭବତୀ ମହିଳା
author img

By

Published : Apr 22, 2020, 3:54 PM IST

ନୂଆଦିଲ୍ଲୀ: ଭାରତ ଫେରିବାକୁ ସୁପ୍ରିମକୋର୍ଟକୁ ନିବେଦନ କଲେ ଗର୍ଭବତୀ ମହିଳା । ଦୁବାଇରେ କାର୍ଯ୍ୟରତ ଥିବା ଜଣେ ଗର୍ଭବତୀ ମହିଳା ଭାରତ ଫେରିବାକୁ ସୁପ୍ରିମକୋର୍ଟକୁ ନିବେଦନ କରିଛନ୍ତି । ଏଥିସହ ସେ କହିଛନ୍ତି ସେ ଗର୍ଭବତୀ ଅଛନ୍ତି ଏବଂ ସେଠାରେ ତାଙ୍କ ଯତ୍ନ ନେବାକୁ କେହି ନାହାନ୍ତି ।

କେରଳର କୋଜହିକୋଡେର ଅଥିରା ଗୀତା ଶ୍ରୀଧରନ ଦୁବାଇରେ ଇଞ୍ଜିନିୟର ଭାବେ କାମ କରନ୍ତି । ସେ ଭାରତ ଫେରିବାକୁ ଚାହୁଁଛନ୍ତି । କାରଣ ସେଠାରେ ତାଙ୍କ ସ୍ବାମୀଙ୍କୁ ଛାଡିଦେଲେ ତାଙ୍କ ଯତ୍ନ ନେବାପାଇଁ କେହି ନାହାନ୍ତି । ତାଙ୍କ ସ୍ବାମୀ କନଷ୍ଟ୍ରକସନ କମ୍ପାନୀରେ କାମ କରୁଛନ୍ତି । କିନ୍ତୁ ଲକଡାଉନରେ ତାଙ୍କ ସ୍ବାମୀଙ୍କ କମ୍ପାନୀ ବନ୍ଦ କରାଯାଇନାହିଁ । ସେଥିପାଇଁ ତାଙ୍କର ଯତ୍ନ ନେବାକୁ ସେଠାରେ କେହି ନାହାନ୍ତି । ଯେହେତୁ ଆଗାମା ଜୁଲାଇ ମାସରେ ତାଙ୍କର ଡେଲିଭରୀ ରହିଛି । ସେଥିପାଇଁ ସେ ଭାରତ ଫେରିବାକୁ ଚାହୁଁଛନ୍ତି । କିନ୍ତୁ ଲକଡାଉନ କାରଣରୁ ସେ ଉପାୟଶୂନ୍ୟ ହୋଇପଡିଛନ୍ତି ।

ଯାଚିକାରେ କୁହାଯାଇଛି ଯେ, ଜୁଲାଇରେ ଡେଲିଭରୀ ଥିବାରୁ ସେ ମେ ମାସ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ଭାରତ ଆସିପାରିବେ । ବର୍ତ୍ତମାନ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ କୌଣସି ଉପାୟ ନାହିଁ । ଏପଟେ ଏଭଳି ସ୍ଥିତିରେ ଉଭୟ ମା ଏବଂ ଶିଶୁ ପାଇଁ ବିପଦ ଥିବା ଯାଚିକାରେ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.