ନୂଆଦିଲ୍ଲୀ: ୟୁନିସେଫ ଦ୍ବାରା ପ୍ରସ୍ତୁତ ଏକ ରିପୋର୍ଟରୁ ଜଣାପଡିଛି ଯେ ଭାରତରେ କୋରୋନା ମହାମାରୀ ଏବଂ ଲକଡାଉନ 247 ନିୟୁତ ପିଲାଙ୍କୁ ପ୍ରାଥମିକ ତଥା ମାଧ୍ୟମିକ ଶିକ୍ଷାରେ ନାମ ଲେଖାଇଥିବା ପ୍ରଭାବିତ କରିଛି । ଏହାଛଡା ଅଙ୍ଗନୱାଡି କେନ୍ଦ୍ରରେ ଶିକ୍ଷା ଗ୍ରହଣ କରୁଥିବା 28 ନିୟୁତ ପିଲା ମଧ୍ୟ ଏଥିରେ ପ୍ରଭାବିତ ହୋଇଛନ୍ତି । ରିପୋର୍ଟ ଅନୁଯାୟୀ, କୋରୋନା ମହାମାରୀର ପ୍ରଭାବରେ ଅତି କମରେ 600 ନିୟୁତ ଦକ୍ଷିଣ ଏସିଆ ପିଲାମାନେ ସଙ୍କଟରେ ଅଛନ୍ତି ।
ଏଥିସହ ରିପୋର୍ଟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଇ-ପ୍ଲାଟଫର୍ମ ଯେପରି ୱେବ ପୋର୍ଟାଲ୍, ମୋବାଇଲ୍ ଆପ୍, ଟିଭି ଚ୍ୟାନେଲ, ରେଡିଓ ଏବଂ ପୋଡକଷ୍ଟ, ଦିକ୍ସା ପ୍ଲାଟଫର୍ମ, ସ୍ବଂୟପ୍ରଭା ଟିଭି ଚ୍ୟାନେଲ, ଇ-ପାଠଶାଳା ଭଳି ଏକାଧିକ ଇ-ପ୍ଲାଟଫର୍ମ ମାଧ୍ୟମରେ ପିଲାମାନଙ୍କ ପାଇଁ ଶିକ୍ଷା ଜାରି ରଖିବା ପାଇଁ କରାଯାଇଥିବା ପ୍ରୟାସ ସମ୍ବନ୍ଧରେ ଦର୍ଶାଯାଇଛି।
କୋରୋନାକୁ ନେଇ ଲାଗୁ ହୋଇଥିବା ଲକଡାଉନ ପରେ, ନିକଟରେ ନ୍ୟାସନାଲ କାଉନସିଲ ଫର୍ ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଙ୍ଗ୍ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଘରେ ପାଠପଢା ପାଇଁ ବିକଳ୍ପ ଏକାଡେମିକ୍ କ୍ୟାଲେଣ୍ଡର ପ୍ରସ୍ତୁତ କରିଥିଲେ । ଏପଟେ ୟୁନିସେଫ୍ ରିପୋର୍ଟ ସୂଚାଇ ଦେଇଛି ଯେ, ଭାରତରେ କେବଳ ଏକ ଚତୁର୍ଥାଂଶ ପରିବାର (24 ପ୍ରତିଶତ) ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି ।
ଏଥିସହ ଏଠାରେ ଗ୍ରାମାଞ୍ଚଳ-ସହରାଞ୍ଚଳ ଏବଂ ଲିଙ୍ଗଗତ ବିଭେଦ ରହିଛି। ବହୁ ସଂଖ୍ୟକ ପିଲା ଦୂର ଶିକ୍ଷା ସୁଯୋଗରୁ ବଞ୍ଚିତ ହେବାର ସମ୍ଭାବନା ରହିଛି ବୋଲି ରିପୋର୍ଟରେ କୁହାଯାଇଛି। ଶିଶୁ ସୁରକ୍ଷା, ଶିଶୁ ସୁରକ୍ଷା-‘ଚାଇଲ୍ଡଲାଇନ’, ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟକୁ ଗତ ମାର୍ଚ୍ଚ 20 ରୁ ଏପ୍ରିଲ 10 ମଧ୍ୟରେ 4 ଲକ୍ଷ 60 ହଜାର କଲ୍ ଆସିଥିଲା ।
ଯାହା ସେମାନଙ୍କ ନିୟମିତ କଲ୍ ପରିମାଣ ଠାରୁ 50% ଅଧିକ । ନିକଟରେ 10 ହଜାର ଇଣ୍ଟରଭେନସନ ମାମଲା ରୁଜୁ ହୋଇଥିଲା । ଯେଉଁମାନେ ଶିଶୁଙ୍କ ପାଖରେ ପହଞ୍ଚିବା ପାଇଁ ଚାଇଲ୍ଡଲାଇନ କର୍ମଚାରୀଙ୍କ ସମର୍ଥନ ଲୋଡିଥିଲେ । ତେବେ 10 ହଜାର ମାମଲାରୁ 30 ପ୍ରତିଶତ ମାମଲା ହିଂସା, ଶିଶୁ ଯୌନ ଶୋଷଣ, ଶିଶୁ ବିବାହ ଏବଂ ଶିଶୁ ଶ୍ରମିକ ସମ୍ବନ୍ଧୀୟ ମାମଲା ଥିବା ରିପୋର୍ଟରେ ଦର୍ଶାଯାଇଛି।
ୟୁନିସେଫ୍ ଭାରତର ପ୍ରତିନିଧି ଡ. ୟାସମିନ ଅଲ୍ଲୀ ହକ୍ କହିଛନ୍ତି, ଏହି ମହାମାରୀ ଶିଶୁଙ୍କ ଦୁର୍ବଳତାର ଖୁଲାସା କରିଛି । କିନ୍ତୁ ଅପ୍ରତ୍ୟେକ୍ଷ ଏବଂ ଦୀର୍ଘ କାଳୀନ ହ୍ରାସ ପାଇଁ ପାଇଁ ଲକ୍ଷ ଲକ୍ଷ ଦୁର୍ବଳ ଶିଶୁ ସେମାନଙ୍କ ବିକାଶ ଏବଂ ଶିକ୍ଷାର ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି । ସବୁଠାରୁ ଅସୁରକ୍ଷିତ ପରିବାରଗୁଡିକ ସାମାଜିକ ସୁରକ୍ଷା ଯୋଜନା ଦ୍ବାରା ସୁରକ୍ଷିତ ହେବା ଆବଶ୍ୟକ ।
ଯାହା ସେମାନଙ୍କୁ ସ୍ୱାସ୍ଥ୍ୟସେବା, ପିଲାମାନଙ୍କ ପାଇଁ ଶିକ୍ଷା, ପୁଷ୍ଟିକର ଖାଦ୍ୟ ଇତ୍ୟାଦିରେ ଯୋଗାଇବାରେ ସାହାଯ୍ୟ କରିପାରିବ। ଏହା କେବଳ ସରକାର ଏବଂ ସମସ୍ତ ହିତାଧିକାରୀଙ୍କ ଦ୍ୱାରା ସମ୍ଭବ ହୋଇପାରିବ। କୋରୋନା ସଙ୍କଟର ଦ୍ବିତୀୟ ପ୍ରଭାବ ପିଲାମାନଙ୍କ ସୁଲଭ ତଥା ପୁଷ୍ଟିକର ଖାଦ୍ୟ ଉପରେ ପଡିଛ୍ । ମିଳିତ ଜାତିସଂଘର ରିପୋର୍ଟ ଅନୁଯାୟୀ, ଭାରତରେ ପାଞ୍ଚ ବର୍ଷ ବୟସରୁ କମ୍ 20 ନିୟୁତ ପିଲା ଅପଚୟରେ ପିଡିତ ଅଛନ୍ତି ।ଏଥିସହ 40 ନିୟୁତରୁ ଅଧିକ ଶିଶୁ କ୍ରମାଗତ ଭାବରେ ପୁଷ୍ଟିହୀନ ଅଟନ୍ତି ।
ଏହାଛଡା 15-49 ବର୍ଷ ବୟସର ଭାରତୀୟ ମହିଳାମାନଙ୍କ ମଧ୍ୟରୁ ରକ୍ତହୀନ ଅଟନ୍ତି। ଲାନସେଟ୍ ଗ୍ଲୋବାଲ୍ ହେଲ୍ଥ ଜର୍ଣ୍ଣାଲରେ ଜନ୍ ହପକିନ୍ସ ବ୍ଲୁମବର୍ଗ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲ୍ଥ ଦ୍ୱାରା ପ୍ରକାଶିତ ଅଧ୍ୟୟନରେ କୁହାଯାଇଛି, ନିୟମିତ ସ୍ୱାସ୍ଥ୍ୟ ସେବା କଭରେଜ୍ ସ୍ତର ହ୍ରାସ, ଜୀବନ ରକ୍ଷାକାରୀ ପ୍ରତିରୋପଣ କାର୍ଯ୍ୟରେ ବାଧା ଏବଂ ଶିଶୁ ଅପଚୟ ବୃଦ୍ଧି ହେତୁ ଭାରତର 3 ଲକ୍ଷ ପିଲା ମୃତ୍ୟୁ ବରଣ କରିପାରନ୍ତି ।