ETV Bharat / bharat

24 ଘଣ୍ଟାରେ 525 ନୂଆ କୋରୋନା ପଜିଟିଭ, ଦେଶରେ 3 ହଜାର ଟପିଲା ପୀଡିତ ସଂଖ୍ୟା - corona epidemic

covid-19-live updates
ରାଜସ୍ଥାନରେ 12ଟି ନୂଆ କୋରୋନା ମାମଲା, ମୃତ୍ୟୁ ସଂଖ୍ୟା 4କୁ ବୃଦ୍ଧି
author img

By

Published : Apr 4, 2020, 10:20 AM IST

Updated : Apr 4, 2020, 9:07 PM IST

20:59 April 04

24 ଘଣ୍ଟାରେ 525 ନୂଆ କୋରୋନା ପଜିଟିଭ, ଦେଶରେ 3 ହଜାର ଟପିଲା ପୀଡିତ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଗତ 24 ଘଣ୍ଟାରେ 525 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 3 ହଜାର ଟପିଛି । ଏହା ସହ 75ଜଣଙ୍କର ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି ।  

ଭାରତରେ ମୋଟ ପଜିଟିଭ ସଂଖ୍ୟା 3072 ରହିଛି । ଏମାନଙ୍କ ମଧ୍ୟରେ 2784 ଜଣ ଚିକିତ୍ସିତ ହେଉଥିବା ବେଳେ 213 ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି ।

19:58 April 04

ତବଲିଗି ଜମାତ ଘଟଣାରେ 1,023 କୋରୋନା ମାମଲା ସଂପୃକ୍ତ, ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ 525 COVID-19 ମାମଲା ବୃଦ୍ଧି, ଗୋଟିଏ ଦିନରେ ସବୁଠୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  

ସମୁଦାୟ COVID-19 ପଜିଟିଭ ମାମଲା ଭାରତରେ 3072କୁ ବୃଦ୍ଧି ପାଇଛି । ସେହିପରି 2784 ଜଣ ଚିକିତ୍ସିତ ହେଉଛନ୍ତି । 213 ଜଣ ଡିସଚାର୍ଜ ହୋଇଥିବା ବେଳେ 75ଜଣଙ୍କର ମୃତ୍ୟୁ ହୋଇଛି । 

12:35 April 04

ମହାରାଷ୍ଟ୍ରରେ 47 ନୂଆ କୋରୋନା ପଜିଟିଭ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 537କୁ ବୃଦ୍ଧି

ମୁମ୍ବାଇ: ମହାରାଷ୍ଟ୍ରରେ ସକାଳ 9ଟା ସୁଦ୍ଧା 47 ନୂଆ କୋରୋନା ପଜିଟିଭ ରିପୋର୍ଟ କରାଯାଇଛି । ମୁମ୍ବାଇରୁ 28 ଜଣ ପଜିଟିଭ ରହିଥିବା ବେଳେ ଥାନେରୁ 15, ଅମରାବତୀରୁ ଜଣେ, ପୁନେରୁ 2ଜଣ ଓ ପାମ୍ପ୍ରି ଚିଞ୍ଚୱାଡରୁ ଜଣେ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଫଳରେ ମହାରାଷ୍ଟ୍ରର ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା 537ରେ ପହଞ୍ଚିଛି ।

12:11 April 04

କୋରୋନା ସଂକ୍ରମିତଙ୍କ ସହ ସଂସ୍ପର୍ଶ, ଗଙ୍ଗାରାମ ହସପିଟାଲର 108 ଜଣ ଷ୍ଟାଫ କ୍ବାରେଣ୍ଟାଇନରେ

ଦିଲ୍ଲୀ: କୋରୋନା ସଂକ୍ରମିତଙ୍କ ସହ ସଂସ୍ପର୍ଶରେ ଆସିବାରୁ ଗଙ୍ଗାରାମ ହସପିଟାଲର ଡାକ୍ତର ଓ ନର୍ସଙ୍କ ସହ 108 ଜଣ  ଷ୍ଟାଫଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି  । ଡାକ୍ତର ଓ ନର୍ସ ମାନେ ଦୁଇ ଜଣ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ରୋଗୀଙ୍କ ଦ୍ବିତୀୟ ଟେଷ୍ଟ ରିପୋର୍ଟ ପଜିଟିଭ ରହିଛି ।  

11:49 April 04

ମଧ୍ୟପ୍ରଦେଶରେ କୋରୋନା ମୃତ୍ୟୁ ସଂଖ୍ୟା 10

ଭୋପାଳ: ମଧ୍ୟପ୍ରଦେଶ ଇନ୍ଦୋରରେ ଜଣେ ବ୍ୟକ୍ତିଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଏହା ସହ ଏମପିରେ ମୋଟ ମୃତ୍ୟୁ 10ରେ ପହଞ୍ଚିଛି । 

11:23 April 04

ଭାରତରେ 2902ଟି କୋରୋନା ପଜିଟିଭ ମାମଲା , ମୃତ୍ୟୁ ସଂଖ୍ୟା 68କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ କୋରୋନା ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି । ଗତ 12 ଘଣ୍ଟା ମଧ୍ୟରେ ଦେଶରେ 355ଟି ନୂଆ ମାମଲା ରିପୋର୍ଟ କରାଯାଇଛି । ଏହାକୁ ନେଇ ବର୍ତ୍ତମାନ ସୁଦ୍ଧା ଦେଶର ମୋଟ କୋରୋନା ମାମଲା 2902ରେ ପହଞ୍ଚିଛି । ଅପରପକ୍ଷରେ 68ଜଣ ଲୋକଙ୍କ ମୃତ୍ୟ ହୋଇଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି 183 ଜଣ ଲୋକ କୋରୋନାରୁ ଆରୋଗ୍ୟ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି ।  

10:57 April 04

ଗୁଜୁରାଟରେ କୋରୋନା ପଜିଟିଭ ସଂଖ୍ୟା 105, ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି

ଗାନ୍ଧୀନଗର: ଗୁଜୁରାଟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା 105ରେ ପହଞ୍ଚିଛି । ସେହିପରି ରାଜ୍ୟର ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି ପାଇଛି ।  

10:38 April 04

ମଧ୍ୟପ୍ରଦେଶରେ କୋରୋନା ମୃତ୍ୟୁ ସଂଖ୍ୟା 9

ଭୋପାଳ: ମଧ୍ୟପ୍ରଦେଶ ସିନ୍ଧୱାଡାର ଜଣେ 36 ବର୍ଷୀୟ ବ୍ୟକ୍ତିଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଏହା ସହ ଏମପିରେ ମୋଟ ମୃତ୍ୟୁ 9ରେ ପହଞ୍ଚିଛି ।  

10:34 April 04

ଆଗ୍ରାରେ 25 ନୂଆ କୋରୋନା ପଜିଟିଭ, ୟୁପିରେ 223

ଆଗ୍ରା: ଜିଲ୍ଲାରେ ନୂଆ 25 ମାମଲା ଚିହ୍ନଟ କରାଯାଇଛି । ଏହା ସହ ଜିଲ୍ଲାର ମୋଟ ମୋଟ କୋରୋନା ପଜିଟିଭ ସଂଖ୍ୟା 45ରେ ପହଞ୍ଚିଛି । ଅନ୍ୟପକ୍ଷରେ ଉତ୍ତରପ୍ରଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 223ରେ ପହଞ୍ଚିଛି । 

10:34 April 04

ଗୋଆରେ ପଜିଟିଭ ସଂଖ୍ୟା 7କୁ ବୃଦ୍ଧି

ଗୋଆ ସ୍ବାସ୍ଥ୍ୟମନ୍ତ୍ରୀ ବିଶ୍ବଜିତ୍ ରାଣେ: ସେଣ୍ଟ ଏଷ୍ଟେଭାମ ନାମକ ଜଣ ବିଦେଶୀ ଫେରନ୍ତା କୋରୋନାରେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହ ଗୋଆରେ ମୋଟ ପଜିଟିଭ ମାମଲା 7କୁ ବୃଦ୍ଧି ପାଇଛି |

09:15 April 04

ରାଜସ୍ଥାନରେ 12ଟି ନୂଆ କୋରୋନା ମାମଲା, ମୃତ୍ୟୁ ସଂଖ୍ୟା 4କୁ ବୃଦ୍ଧି

ଜୟପୁର: ଜଣେ 60 ବର୍ଷୀୟ କୋରୋନା ଭାଇରସ ପଜିଟିଭ ମହିଳାଙ୍କ ଶନିବାର ରାଜସ୍ଥାନ ବିକାନେରର ଏକ ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ଏହି ମୃତ୍ୟୁ ସହ ରାଜ୍ୟର କୋରୋନା ମୃତ୍ୟୁ ସଂଖ୍ୟା 4କୁ ବୃଦ୍ଧି ପାଇଛି ।  ପଜିଟିଭ ସେହିପରି ରାଜ୍ୟରେ 12ଟି ନୂଆ ମାମଲା ଦେଖାଯାଇଛି । ଏହା ସହ ରାଜ୍ୟର ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା 191କୁ ବୃଦ୍ଧି ପାଇଛି ।  

ଏହି ମାମଲା ଗୁଡିକ ମଧ୍ୟରେ ତବଲିଗୀ ଜାମାତ ସହ 8ଜଣ ପୀଡିତ ସଂପୃକ୍ତ ରହିଛନ୍ତି । ମାମଲା ମଧ୍ୟରୁ 6ଟି ଜୁନଝୁନ ଏବଂ 2ଟି ଚୁରୁ ଜିଲ୍ଲାର ହୋଇଥିବା ଜଣାପଡିଛି । ବାକି ଚାରିଜଣଙ୍କ ମଧ୍ୟରୁ ତିନିଜଣ ବନସ୍ବାରା ଏବଂ ଜଣେ ଭିଲୱାରାର ବୋଲି ସ୍ପଷ୍ଟ ହୋଇଛି ।  

Last Updated : Apr 4, 2020, 9:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.