ଭୁବନେଶ୍ବର: ଓଡିଶାରେ ଆଉ 23 କୋରୋନା ପଜିଟିଭ ଚିହ୍ନଟ । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୭କୁ ବୃଦ୍ଧି ପାଇଛି । ବାଲେଶ୍ବରରୁ 15 ପଜିଟିଭ ଚିହ୍ନଟ କରାଯାଇଥିବା ବେଳେ ଗଞ୍ଜାମରୁ 3, ଯାଜପୁରରୁ 3, ପୁରୀ ଓ ବୌଦ୍ଧରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଦେଶରେ 24 ଘଣ୍ଟାରେ 3604 କୋରୋନା ପଜିଟିଭ, 87 ମୃତ୍ୟୁ ରେକର୍ଡ - ଦେଶରେ 24 ଘଣ୍ଟାରେ 3604 କୋରୋନା ପଜିଟିଭ
11:11 May 12
ଓଡିଶାରେ 23 ନୂଆ କୋରୋନା ପଜିଟିଭ, ପଜିଟିଭ ସଂଖ୍ୟା ୪୩୭କୁ ବୃଦ୍ଧି
10:57 May 12
ରାଜସ୍ଥାନରେ 24 ଘଣ୍ଟାରେ 47 ନୂତନ କୋରୋନା ଆକ୍ରାନ୍ତ, 2 ମୃତ୍ୟୁ ରିପୋର୍ଟ
ଜୟପୁର: ରାଜସ୍ଥାନରେ ଗତ 24 ଘଣ୍ଟା ମଧ୍ୟରେ 47ଟି ନୂତନ କୋରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ସେହିପରି 2 ମୃତ୍ୟୁ ରିପୋର୍ଟ ହୋଇଛି । ଫଳେ ରାଜ୍ୟର ମୋଟ ପଜିଟିଭ ସଂଖ୍ୟା 4035ରେ ପହଞ୍ଚିଛି । ଅନ୍ୟପକ୍ଷରେ ରାଜ୍ୟର ମୋଟ ମୃତ୍ୟୁ ସଂଖ୍ୟା 115ରେ ପହଞ୍ଚିଛି । ଏନେଇ ରାଜସ୍ଥାନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।
09:58 May 12
ଦେଶରେ 24 ଘଣ୍ଟାରେ 3604 କୋରୋନା ପଜିଟିଭ, 87 ମୃତ୍ୟୁ ରେକର୍ଡ
ନୂଆଦିଲ୍ଲୀ: ଦେଶରେ ଗତ 24 ଘଣ୍ଟା ମଧ୍ୟରେ 3604 କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଫଳରେ ଦେଶର ମୋଟ ପଜିଟିଭ ସଂଖ୍ୟା 70756କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା 2293ରେ ପହଞ୍ଚିଛି ।
ସେହିପରି ବର୍ତ୍ତମାନ ସୁଦ୍ଧା 46008 ଜଣ ଚିକିତ୍ସିତ ହେଉଥିବା ବେଳେ 22454 ଜଣ ସୁସ୍ଥ ହୋଇଥିବା ଜଣାପଡିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ମହାରାଷ୍ଟ୍ରରେ ସର୍ବାଧିକ 23401 ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଥିବା ବେଳେ ଗୁଜୁରାଟରେ 8541, ଦିଲ୍ଲୀରେ 7233, ତାମିଲନାଡୁରେ 8002, ରାଜସ୍ଥାନରେ 3988, ମଧ୍ୟପ୍ରଦେଶରେ 3785, ଉତ୍ତରପ୍ରଦେଶରେ 3573, ଆନ୍ଧ୍ରପ୍ରଦେଶରେ 2018, ତେଲେଙ୍ଗାନା 1275, କର୍ଣ୍ଣାଟକରେ 862, କେରଳରେ 519 ଓ ଓଡିଶାରେ 437 ରହିଛି ।
ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 868 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 513, ମଧ୍ୟପ୍ରଦେଶରେ 221, ଦିଲ୍ଲୀରେ 73, ଆନ୍ଧ୍ରପ୍ରଦେଶରେ 45, ତାମିଲନାଡୁରେ 53, କର୍ଣ୍ଣାଟକରେ 31 ଓ ତେଲେଙ୍ଗାନାରେ 30 ଜଣଙ୍କ ମୃତ୍ୟୁ ହୋଇଛି ।