ନୂଆଦିଲ୍ଲୀ: ଧିରେ ଧିରେ ବୃଦ୍ଧି ପାଉଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ମୋଟ 396 କୋରୋନା ପଜିଟିଭ୍ ମାମଲା ସାମ୍ନାକୁ ଆସିଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ସେମାନଙ୍କ ମଧ୍ୟରୁ 41ଜଣ ବିଦେଶୀ ଥିବା ଜଣାପଡିଛି ।
ମୋଟ 24 ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 7ଜଣଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରଣାଳୟରୁ ସୂଚନା ମିଳିଥିଲା । ସମଗ୍ର ଦେଶ ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ ଦ୍ବିତୀୟ ସ୍ଥାନରେ କେରଳ ରହିଛି । ରବିବାର 6ଟା 30 ମିନିଟ ବେଳକୁ ମୋଟ 396ଟି ମାମଲା ସାମ୍ନାକୁ ଆସିଛି । ଏମଧ୍ୟରୁ 24 ଜଣ ସୁସ୍ଥ ହୋଇଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ