ETV Bharat / bharat

କୋଭିଡ୍‌-19: ଭାରତ ଓ ବିଶ୍ବ ଉପରେ ଏହାର ପ୍ରଭାବ, ଦକ୍ଷିଣ କୋରିଆ ମଡେଲ ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଚିନ୍ତା

author img

By

Published : Apr 4, 2020, 7:18 PM IST

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଏ ପର୍ଯ୍ୟନ୍ତ ମୋଟ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ରହିଛି 2,069 । ମୋଟ 335 ଜଣ ସଂକ୍ରମିତ ବ୍ୟକ୍ତିଙ୍କ ସହିତ ମହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ରାଜ୍ୟ ହୋଇ ରହିଛି । ଜାତୀୟ ରାଜଧାନୀରେ ମୋଟ 219 ଜଣ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ।

COVID-19, impact on india and globe, skorea model, who's concern, କୋଭିଡ୍‌-19, ଭାରତ ଓ ବିଶ୍ବ ଉପରେ କୋରୋନାର ପ୍ରଭାବ, ଦକ୍ଷିଣ କୋରିଆ ମଡେଲ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଚିନ୍ତା
କୋଭିଡ୍‌-19: ଭାରତ ଓ ବିଶ୍ବ ଉପରେ ଏହାର ପ୍ରଭାବ, ଦକ୍ଷିଣ କୋରିଆ ମଡେଲ ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଚିନ୍ତା

ହାଇଦ୍ରାବାଦ: ବିଶ୍ବର ବହୁସଂଖ୍ୟକ ଦେଶରେ କୋଭିଡ୍‌-19 ବ୍ୟାପୁଥିବା ଏବଂ ଏଥିରେ ପ୍ରାୟ ଦଶ ଲକ୍ଷ ଲୋକ ସଂକ୍ରମିତ ହୋଇଥିବା ବେଳେ, ଆସନ୍ତୁ, ନୋଭେଲ କରୋନା ଭାଇରସ୍‌ ସଂପର୍କିତ ଚାରିଟି ଜ୍ଞାତବ୍ୟ ତଥ୍ୟ ଉପରେ ଆମେ ନଜର ପକାଇବା ।

କିଭଳି ଭାରତ ଓ ସାରା ବିଶ୍ବକୁ କୋଭିଡ୍‌-19 ପ୍ରଭାବିତ କରୁଛି

ଭାରତରେ କରୋନା ଭାଇରସ ସଂକ୍ରମଣ ସହ ତବଲିଗୀ ଜମାତ୍‌ର ସଂପର୍କ ପ୍ରସଙ୍ଗ ପଦାକୁ ଆସିବା ପରେ, ଭାରତରେ ମୋଟ ସଂକ୍ରମଣ ବ୍ୟକ୍ତିଙ୍କ ସଂଖ୍ୟା 2000 ଅତିକ୍ରମ କରିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଏ ପର୍ଯ୍ୟନ୍ତ ମୋଟ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ରହିଛି 2,069 । ମୋଟ 335 ଜଣ ସଂକ୍ରମିତ ବ୍ୟକ୍ତିଙ୍କ ସହିତ ମହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ରାଜ୍ୟ ହୋଇ ରହିଛି । ଜାତୀୟ ରାଜଧାନୀରେ ମୋଟ 219 ଜଣ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ।

ଜନ୍ସ ହପକିନ୍ସ ବିଶ୍ବବିଦ୍ୟାଳୟର ହିସାବ ଅନୁସାରେ, ସାରା ବିଶ୍ବରେ କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ଦଶ ଲକ୍ଷକୁ ଟପି ଗଲାଣି ।

ସାରା ବିଶ୍ବରେ ମୋଟ 10, 15,403 ଜଣ ବ୍ୟକ୍ତି ନୋଭେଲ କରୋନା ଭାଇରସ୍‌ରେ ସଂକ୍ରମିତ ବୋଲି ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା 53,030 ରହିଛି ଏବଂ ଅନ୍ୟ 2,10,579 ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି । ବିଶ୍ବବିଦ୍ୟାଳୟର ସେଣ୍ଟର ଫର ସିଷ୍ଟମ୍‌ସ ସାଇନ୍‌ସ ଆଣ୍ଡ ଇଞ୍ଜିନିୟରିଂ ଦ୍ବାରା ସମାହିତ ଏହି ତଥ୍ୟକୁ ଜିନୁହା ଖବର ସରବରାହ ସଂସ୍ଥା ପ୍ରକାଶ କରିଛି ।

ଯୁକ୍ତରାଷ୍ଟ୍ର ଆମେରିକାରେ ସର୍ବାଧିକ 2,45, 213 ଜଣ ସଂକ୍ରମିତ ହୋଇଥିବା ରିପୋର୍ଟ ମିଳିଛି ଏବଂ ଏହା ସହିତ 5,983 ଜଣ ପ୍ରାଣ ହରାଇଛନ୍ତି । ଇଟାଲୀରେ ମୋଟ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା 1,15,242 ରହିଥିବା ବେଳେ ଏଠାରେ ସର୍ବାଧିକ 13,915 ଜଣଙ୍କର ମୃତ୍ୟୁ ହୋଇଛି ।

ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ଦୃଷ୍ଟିରୁ 1,12,065 ମାମଲା ସହିତ ସ୍ପେନ୍‌ ତୃତୀୟରେ ରହିଛି ଏବଂ ଏଠାରେ 10,348 ଜଣଙ୍କ ମୃତ୍ୟୁ ଘଟିଛି । ଇଟାଲୀ ପରେ ଏହା ଦ୍ବିତୀୟ ସର୍ବାଧିକ ମୃତ୍ୟୁସଂଖ୍ୟା ।

କାହିଁକି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଗମ୍ଭୀର ଭାବେ ଚିନ୍ତିତ

ସ୍ପେନ ଓ ଇଟାଲୀରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ସହିତ ଗତ କିଛି ସପ୍ତାହ ହେଲା ବିଶ୍ବରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଗଭୀର ଚିନ୍ତାରେ ପଡ଼ିଯାଇଛି ।

ସ୍ବାସ୍ଥ୍ୟସେବାକୁ ସାର୍ବଜନୀନ କରିବା ଏବଂ ସମସ୍ତଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ବିଭିନ୍ନ ଦେଶ ପାଇଁ ଏକ ନୂତନ ଦିଗ୍‌ଦର୍ଶନ ପୁସ୍ତିକା ପ୍ରକାଶ କରିଛି । ଏଥିରେ ସେମାନଙ୍କର ଆବଶ୍ୟକତା ଏବଂ ପ୍ରୟୋଜନୀୟତା ଭିତ୍ତିରେ ଅତ୍ୟାବଶ୍ୟକ ଔଷଧର ଏକ ଜାତୀୟ ତାଲିକା ପ୍ରସ୍ତୁତ କରିବା ସହିତ ଅତ୍ୟାବଶ୍ୟକ ଔଷଧକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ଦେଶକୁ କୁହାଯାଇଛି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ, ସ୍ବାସ୍ଥ୍ୟ ସେବାକୁ ସାର୍ବଜନୀନ ସ୍ତରରେ ପହଞ୍ଚାଇବା ଏବଂ 2030 ସୁଦ୍ଧା ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ ସେବା ଉପଲବ୍‌ଧ କରାଇବା ଲକ୍ଷ୍ୟ ହାସଲ ପାଇଁ 2030 ସୁଦ୍ଧା ଅତି କମ୍‌ରେ ଦୁଇ ଶହ କୋଟି ଲୋକଙ୍କ ପାଖରେ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ଆବଶ୍ୟକ ହେବ ।

ବିଶ୍ବର ବିଭିନ୍ନ ସ୍ଥାନରେ ନୂତନ ଏବଂ ଅଭିନବ ଔଷଧ ଉପରେ ବର୍ଦ୍ଧିତ ହାରରେ ନିଜସ୍ବ ଅଧିକାର ସଂରକ୍ଷଣ କରାଯାଉଛି ବା ସେଗୁଡ଼ିକୁ ପେଟେଣ୍ଟ କରାଯାଉଛି ଏବଂ ଏହି କାରଣରୁ ଏଗୁଡ଼ିକ ଏକଚାଟିଆ ଭାବେ ବହୁ ଅଧିକ ମୂଲ୍ୟରେ ଉପଲବ୍‌ଧ ହେଉଛି ଏବଂ ଏଭଳି ଔଷଧ ସମସ୍ତଙ୍କୁ ସହଜରେ ମିଳିପାରୁ ନାହିଁ । ତେଣୁ, ଅତ୍ୟାବଶ୍ୟକ ଚିକିତ୍ସା ସହ ସମ୍ବନ୍ଧିତ ସଂକଟର ସମାଧାନ ନିମନ୍ତେ ବୌଦ୍ଧିକ ସଂପତ୍ତି ଅଧିକାରର ସଂଶୋଧନ ଦିଗରେ ଏକ ସାର୍ବଜନୀନ ନୀତି ପ୍ରଣୟନର ଆବଶ୍ୟକତାରହିଛି ।

ଭୂତାଣୁର ବ୍ୟାପ୍ତିକୁ ଦକ୍ଷିଣ କୋରିଆ କିଭଳି ରୋକିଲା

ପ୍ରଥମ 30ଟି ସଂକ୍ରମଣ ମାମଲାକୁ ସିଓଲ ଦୃଢ଼ତା ଏବଂ ଦକ୍ଷତାର ସହ ପରିଚାଳନା କଲା । କିନ୍ତୁ, ଯେତେବେଳେ 31ତମ କୋଭିଡ-19 ରୋଗୀ ଚିହ୍ନଟ ହେଲା, ସେତେବେଳେ ହଠାତ ସବୁକିଛି ଓଲଟପାଲଟ ହୋଇଗଲା । ବିଶ୍ବ ଅର୍ଥନୀତି ଫୋରମ ପରିଚାଳିତ କୋଭିଡ ଟାସ୍କ ଫୋର୍ସର ଏକ ଅନଲାଇନ ବୈଠକକୁ ସମ୍ବୋଧିତ କରି ଦକ୍ଷିଣ କୋରିଆର ବିଦେଶ ମନ୍ତ୍ରୀ କାଙ୍ଗ କ୍ୟୁଙ୍ଗ-ୱା କହିଲେ, ‘ତା’ପରେ ସ୍ଥିତି ବିସ୍ଫୋରକ ରୂପ ନେଲା । ବ୍ୟାପ୍ତିକୁ ରୋକିବା କଷ୍ଟକର ହୋଇପଡ଼ିଲା । ସେତେବେଳର ସଂକଟକୁ ନେଇ ଆମର ଭାବନା ବର୍ତ୍ତମାନ ସଂକ୍ରମଣ ରୋକିବାକୁ ସଂଗ୍ରାମ କରୁଥିବା ବିଭିନ୍ନ ୟୁରୋପୀୟ ଦେଶରେ ଉପୁଜିଥିବା ସଂକଟର ଭାବନା ଭଳି ଏବଂ ଏହା ଥିଲା ଅଭିଭୂତ କରିଦେବାର ଭାବନା ।’

ରୋଗ ଚିହ୍ନଟ ହେବା ପୂର୍ବରୁ ଏହି 31ତମ ମହିଳା ରୋଗୀ ଜଣକ, ଯିଏ କି ‘ସୁପର ସ୍ପ୍ରେଡର’ ନାଁରେ ମଧ୍ୟ ପରିଚିତ, ଦାଏଗୁ ଏବଂ ସିଓଲ ଭଳି ଜନଗହଳିପୂର୍ଣ୍ଣ ସହରକୁ ଯାତ୍ରା କରିଥିଲେ ଏବଂ ବହୁସଂଖ୍ୟକ ଲୋକଙ୍କୁ ସଂକ୍ରମିତ କରାଇଥିଲେ ।

ଦକ୍ଷିଣ କୋରିଆରେ ରୋଗ ପରୀକ୍ଷଣଙ୍କୁ ଅନିବାର୍ଯ୍ୟ କରାଗଲା ଏବଂ ଏଭଳି ଏକ ଦ୍ରୁତ ଗତିରେ ବ୍ୟାପୁଥିବା ଭୂତାଣୁ ନିୟନ୍ତ୍ରଣ କ୍ଷେତ୍ରରେ ଏହା ସଂପୂର୍ଣ୍ଣ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହେଲା । ଏ ପର୍ଯ୍ୟନ୍ତ 3,50,000 ବ୍ୟକ୍ତିଙ୍କ ପରୀକ୍ଷଣ କରାଯାଇଛି ଏବଂ କେତେକ ରୋଗୀଙ୍କ କ୍ଷେତ୍ରରେ ସେମାନଙ୍କୁ ଘରକୁ ଛାଡ଼ିବା ପୂର୍ବରୁ ବହୁ ଥର ଯାଞ୍ଚ କରାଯାଇଛି ।

ଯୁକ୍ତରାଷ୍ଟ୍ର ଆମେରିକା, ଇଟାଲୀ, ମିଳିତ ଗଣରାଜ୍ୟର ବିପରୀତ ଧାରାରେ ଯାଇ ଦକ୍ଷିଣ କୋରିଆ ଲକଡାଉନ ଘୋଷଣା କରି ନଥିଲା । ହେଲେ, ଏହା ସବୁ ସ୍କୁଲକୁ ବନ୍ଦ କରିଦେଇଥିଲା ।

କୋଭିଡ-19 ଏବଂ ଋତୁକାଳୀନ ଫ୍ଲୁ: ପ୍ରଭେଦ

କୋଭିଡ-19, ସାଧାରଣ ସର୍ଦ୍ଦି ଓ ଫ୍ଲୁ - ଏଗୁଡ଼ିକ ଶ୍ବାସକ୍ରିୟା ସଂକ୍ରାନ୍ତୀୟ ରୋଗ ଯାହା କି ଜଣେ ବ୍ୟକ୍ତିଙ୍କ ନିକଟରୁ ଅନ୍ୟ ଜଣଙ୍କ ପାଖକୁ ବ୍ୟାପିଥାଏ । କୋଭିଡ-19 ଏବଂ ଫ୍ଲୁର କେତେକ ଲକ୍ଷଣରେ ସାମଞ୍ଜସ୍ୟ ରହିଥିବା ବେଳେ ଫ୍ଲୁର ଲକ୍ଷଣ ଖୁବଶୀଘ୍ର ପ୍ରକାଶ ପାଇଥାଏ ଏବଂ ଏହା ବିଭିନ୍ନ ପ୍ରକାରର ହୋଇପାରେ । କିନ୍ତୁ କୋଭିଡ-19ରେ ଗୁରୁତର ଅସୁସ୍ଥତା କିମ୍ବା ମୃତ୍ୟୁର ଅଧିକ ସମ୍ଭାବନା ରହିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.