ହାଇଦ୍ରାବାଦ: ଭାରତର କୃଷକମାନେ କ୍ରମାଗତ ଭାବରେ ମୌସୁମୀ ଏବଂ ଅନିୟମିତ ବୃଷ୍ଟିପାତ, ଅତ୍ୟଧିକ ପ୍ରାକୃତିକ ଦୁର୍ବିପାକ, ଯୋଗାଣ ଶୃଙ୍ଖଳା ଏବଂ ମୁଦ୍ରାସ୍ଫୀତି ବୃଦ୍ଧି ବିରୁଦ୍ଧରେ ଯୁଦ୍ଧ କରି ଆସୁଛନ୍ତି । ଏତିକି ଯଥେଷ୍ଟ ନୁହେଁ ଯେ, ବର୍ତ୍ତମାନ କୋଭିଡ ପ୍ରବର୍ତ୍ତିତ ଲକଡାଉନ୍ ଏବଂ ପଙ୍ଗପାଳ ଆକ୍ରମଣ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ।
ଭାରତୀୟ ଜିଡିପିରେ କୃଷି ପ୍ରାୟ 17 ପ୍ରତିଶତ ଯୋଗଦାନ ଦେଇଥାଏ । କୃଷି ଓ ଏହାର ସହଯୋଗୀ କ୍ଷେତ୍ର ସହିତ ଭାରତର ଜୀବିକା ନିର୍ବାହର ସବୁଠାରୁ ବଡ ଉତ୍ସ । 70 ପ୍ରତିଶତ ଗ୍ରାମୀଣ ପରିବାର ସେମାନଙ୍କ ଜୀବିକା ପାଇଁ ମୁଖ୍ୟତଃ କୃଷି ଉପରେ ନିର୍ଭର କରନ୍ତି ।
କୋଭିଡ-19 ମହାମାରୀ କୃଷି ଏବଂ ଯୋଗାଣ ଶୃଙ୍ଖଳରେ ସର୍ବାଧିକ କାର୍ଯ୍ୟକଳାପକୁ ବାଧାପ୍ରାପ୍ତ କରେ । କୃଷି କ୍ଷେତ୍ର ପ୍ରତି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଯୋଗାଯୋଗ ଏବଂ ସମନ୍ବୟର ଫାଟ ଗୁଡିକ ଲକଡାଉନ୍ ସମୟରେ କୃଷି କାର୍ଯ୍ୟକଳାପ ପରିଚାଳନା ପାଇଁ ବିଜ୍ଞପ୍ତି ଏବଂ ସର୍କୁଲାର ପ୍ରକାଶନରେ ସ୍ପଷ୍ଟ ହୋଇଛି।
ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ, ଶ୍ରମର ଉପଲବ୍ଧତା ଅମଳ କାର୍ଯ୍ୟରେ ବାଧା ସୃଷ୍ଟି କରିଛି । ଦେଶବ୍ୟାପୀ ଲକଡାଉନ୍ କାରଣରୁ ଯୋଗାଣ ଶୃଙ୍ଖଳାରେ ବାଧା ଉପୁଜିଛି ଏବଂ ସର୍ବାଧିକ କୃଷିଜାତ ଦ୍ରବ୍ୟର ମୂଲ୍ୟ ହ୍ରାସ ପାଇଛି ତଥାପି ଗ୍ରାହକମାନେ ଅଧିକ ଅର୍ଥ ଦେଉଛନ୍ତି ।
ବିଶ୍ବ କୃଷି ଉପରେ ପ୍ରଭାବ-
- ସାର ଅଭାବ: ବିଶ୍ବ ବାଣିଜ୍ୟରେ ବ୍ୟାଘାତ ହେତୁ କୃଷକମାନେ ସାର ଏବଂ କୀଟନାଶକ ଭଳି କୃଷି ସାମଗ୍ରୀର ଅଭାବର ସମ୍ମୁଖୀନ ହେଉଛନ୍ତି।
- ଖାଦ୍ୟ ଉତ୍ପାଦନ ଏବଂ ବଣ୍ଟନ ଉପରେ: ସଂକ୍ରମଣ ହାରକୁ ନିୟନ୍ତ୍ରଣ କରିବା ପାଇଁ ଅଧିକାଂଶ ଦେଶ ଭ୍ରମଣ ନିଷେଧ ଏବଂ ବ୍ୟବସାୟ ବନ୍ଦ ଭଳି ପଦକ୍ଷେପ ନେଇଛନ୍ତି। କୃଷି ଉତ୍ପାଦନ ଉପରେ ମଧ୍ୟ ସମସ୍ୟା ଦେଖାଦେଇଛି । କୃଷକମାନେ ସେମାନଙ୍କର ବିକ୍ରୟ ହୋଇନଥିବା ଉତ୍ପାଦକୁ ଅଧିକ ସମୟ ଧରି ରଖିବାକୁ ବାଧ୍ୟ ହୁଅନ୍ତି ।
- ପଶୁପାଳନ: ପଶୁପାଳନ ଏବଂ ମତ୍ସ୍ୟଚାଷ ଭଳି ବିଭିନ୍ନ କୃଷି କ୍ଷେତ୍ର ମହାମାରୀର ଶିକାର ହୋଇଛି। ଭାରତରେ କୋଭିଡ-19 ପଶୁପାଳନ ଉପରେ ଅଧିକ ପ୍ରଭାବ ପକାଇଛି ।
- ଶ୍ରମିକମାନଙ୍କ ଉପରେ ପ୍ରଭାବ: ସ୍ବଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶରେ କୃଷି ଶ୍ରମିକମାନେ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ଏବଂ ସାମାଜିକ ସୁରକ୍ଷା ଅଭାବରୁ ଅସୁବିଧାର ସମ୍ମୁଖିନ ହୋଇଛନ୍ତି ।
- ଖାଦ୍ୟ ଚାହିଦା ଏବଂ ଖାଦ୍ୟ ନିରାପତ୍ତା ଉପରେ ପ୍ରଭାବ: ଆୟ ଏବଂ କ୍ରୟ କ୍ଷମତା ହ୍ରାସ ହେତୁ ଖାଦ୍ୟର ଚାହିଦା ପ୍ରଭାବିତ ହୋଇଛି । ଆତଙ୍କିତ ଗ୍ରାହକ ଖାଦ୍ୟ ସଂଗ୍ରହ କରୁଛନ୍ତି ଯାହାକି ଖାଦ୍ୟର ଉପଲବ୍ଧତା ଏବଂ ମୂଲ୍ୟ ଉପରେ ପ୍ରଭାବ ପକାଇଛି ।
ଭାରତ ଉପରେ ପ୍ରଭାବ-
ବର୍ତ୍ତମାନ ଭାରତରେ ରବି ଋତୁ ଚାଲିଛି । ଏହି ଗହମ, ବିରି, ମସୁର ଡାଲି, ସୋରିଷ ଇତ୍ୟାଦି ଫସଲଗୁଡିକ ଅମଳକ୍ଷମ ପର୍ଯ୍ୟାୟରେ । ଏହି ସମୟରେ ଚାଷୀ ଉତ୍ପାଦ ମଣ୍ଡିରେ ପହଞ୍ଚିଥାଏ । ଶ୍ରମର ଉପଲବ୍ଧତା ଅନେକ ଅଂଶରେ କାର୍ଯ୍ୟକୁ କ୍ଷତି ପହଞ୍ଚାଇଛି । ଫଳସ୍ବରୂପ, ପ୍ରବାସୀ ଶ୍ରମର ଅଭାବରୁ ଫସଲ ଅମଳ ପାଇଁ ଦୈନିକ ମଜୁରୀରେ ତୀବ୍ର ବୃଦ୍ଧି ଘଟିଛି । ପରିବହନ ବନ୍ଦ ଏବଂ ସୀମା ବନ୍ଦ ସମେତ ବଜାର ପ୍ରବେଶ ଅଭାବରୁ କୃଷି ମୂଲ୍ୟ ହ୍ରାସ ପାଇଛି ।
ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଗ୍ରାହକମାନଙ୍କ ପାଇଁ ଖାଦ୍ୟ ଶସ୍ୟ, ଫଳ ଏବଂ ପନିପରିବା ଓ ଅନ୍ୟାନ୍ୟ ଜରୁରୀ ଜିନିଷ ଉପଲବ୍ଧ କରାଇବା ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଆହ୍ବାନ । କୃଷକମାନଙ୍କୁ ସେମାନଙ୍କ ଫସଲ ଋଣ, ସୁନା ଋଣ ଏବଂ ଅନ୍ୟାନ୍ୟ ଅଣଔପଚାରିକ ଋଣ ପରିଶୋଧ କରିବାର ସମସ୍ୟା ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ।
କୋଭିଡ-19 କୃଷି ରିଲିଫ୍ ପ୍ୟାକେଜ୍-
- କୃଷକମାନଙ୍କୁ ରିହାତି କ୍ରେଡିଟ୍ ବୃଦ୍ଧି: କିଷାନ୍ କ୍ରେଡିଟ୍ କାର୍ଡ ମାଧ୍ୟମରେ କୃଷକଙ୍କୁ ରିହାତି ମୂଲ୍ୟରେ ଆନୁଷ୍ଠାନିକ ଋଣ ସୁବିଧା ଯୋଗାଇ ଦିଆଯିବ । ଏହି ଯୋଜନାରେ 2.5 କୋଟି ଚାଷୀଙ୍କୁ ଦୁଇ ଲକ୍ଷ କୋଟି ଟଙ୍କାର ରିହାତି ଋଣ ପ୍ରଦାନ କରାଯିବ।
- କୃଷି ଭିତ୍ତିଭୂମି ପାଣ୍ଠି: ଫାର୍ମ-ଗେଟ୍ ଏବଂ ଏଗ୍ରିଗେସନ୍ ପଏଣ୍ଟରେ କୃଷି ଭିତ୍ତିଭୂମି ପ୍ରକଳ୍ପର ବିକାଶ ପାଇଁ ଏକ ଲକ୍ଷ କୋଟି ଟଙ୍କାର ଏକ ପାଣ୍ଠି ସୃଷ୍ଟି ହେବ (ଯେପରିକି ସମବାୟ ସମିତି ଏବଂ କୃଷକ ଉତ୍ପାଦକ ସଂଗଠନ) । ଫାର୍ମ ଗେଟ୍ ବଜାରକୁ ବୁଝାଏ ଯେଉଁଠାରେ କ୍ରେତାମାନେ ସିଧାସଳଖ କୃଷକମାନଙ୍କଠାରୁ ଉତ୍ପାଦ କିଣି ପାରିବେ ।
- କୃଷକମାନଙ୍କ ପାଇଁ ଜରୁରୀକାଳୀନ କାର୍ଯ୍ୟ ପୁଞ୍ଜି: 30,000 କୋଟି ଟଙ୍କାର ଅତିରିକ୍ତ ପାଣ୍ଠି କୃଷକମାନଙ୍କ ପାଇଁ ଜରୁରୀକାଳୀନ କାର୍ଯ୍ୟ ପୁଞ୍ଜି ଭାବରେ ମୁକ୍ତ କରାଯିବ। ଏହି ପାଣ୍ଠି NABARD ମାଧ୍ୟମରେ ଗ୍ରାମୀଣ ପର୍ଯ୍ୟନ୍ତ ପ୍ରଦାନ କରାଯିବ ।ସେମାନଙ୍କ ଫସଲ ଋଣ ଆବଶ୍ୟକତା ପୂରଣ ପାଇଁ ସମବାୟ ବ୍ୟାଙ୍କ (ଆରସିବି) ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ (ଆରଆରବି) ରହିଛି । ଏହି ପାଣ୍ଠିରୁ ତିନି କୋଟି କ୍ଷୁଦ୍ର କୃଷକ ଉପକୃତ ହେବେ ବୋଲି ଆଶା କରାଯାଉଛି। ଏହା ବ୍ୟତୀତ 90,000 କୋଟି ଟଙ୍କା ଆର୍ଥିକ ସହାୟତା ସହିତ ନାବାର୍ଡ ଆରସିବି ଏବଂ ଆରଆରବି ମାନଙ୍କୁ ଚଳିତ ବର୍ଷ ଫସଲ ଋଣ ଚାହିଦା ପୂରଣ କରିବ।
- ମତ୍ସ୍ୟଚାଷୀଙ୍କୁ ସହାୟତା: ସାମୁଦ୍ରିକ ଏବଂ ଆଭ୍ୟନ୍ତରୀଣ ମତ୍ସ୍ୟଚାଷର ସମନ୍ବିତ, ସ୍ଥାୟୀ ଏବଂ ଅନ୍ତର୍ଭୂକ୍ତ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (PMMSY) ଆରମ୍ଭ ହୋଇଛି । ଏହି ଯୋଜନା ଅଧୀନରେ ସାମୁଦ୍ରିକ, ଆଭ୍ୟନ୍ତରୀଣ ମତ୍ସ୍ୟ ଏବଂ ଜଳଚର କାର୍ଯ୍ୟରେ 11,000 କୋଟି ଟଙ୍କା ଏବଂ ଭିତ୍ତିଭୂମି ବିକାଶ ପାଇଁ 9,000 କୋଟି ଟଙ୍କା ଖର୍ଚ୍ଚ ହେବ (ଯେପରିକି ମତ୍ସ୍ୟ ବନ୍ଦର, ଶୀତଳ ଶୃଙ୍ଖଳା, ବଜାର)।
- ପଶୁପାଳନ ଭିତ୍ତିଭୂମି ବିକାଶ: ଦୁଗ୍ଧ ପ୍ରକ୍ରିୟାକରଣ, ମୂଲ୍ୟ ଯୋଗ ଏବଂ ଗୋଖାଦ୍ୟ ଭିତ୍ତିଭୂମିରେ ଘରୋଇ ପୁଞ୍ଜି ବିନିଯୋଗକୁ ସମର୍ଥନ କରିବା ଉଦ୍ଦେଶ୍ୟରେ 15,000 କୋଟି ଟଙ୍କାର ଏକ ପଶୁପାଳନ ଭିତ୍ତିଭୂମି ବିକାଶ ପାଣ୍ଠି ପ୍ରତିଷ୍ଠା କରାଯିବ।
ଲକଡାଉନ୍ ସମୟରେ ନିଆଯାଇଥିବା ପଦକ୍ଷେପ-
ମାର୍ଚ୍ଚ 2020 ରେ ନାବାର୍ଡ ସମବାୟ ବ୍ୟାଙ୍କ ଏବଂ ଆରଆରବି ମାନଙ୍କୁ 29,500 କୋଟି ଟଙ୍କା ମୂଲ୍ୟର ରିଫାଇନାନ୍ସ ପ୍ରଦାନ କରିଛି। ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି ଅଧୀନରେ ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ପାଣ୍ଠି ଅଧୀନରେ 4,200 କୋଟି ଟଙ୍କା ସହାୟତା ଯୋଗାଇ ଦିଆଯାଇଛି। କାର୍ଯ୍ୟର ପୁଞ୍ଜି ସୀମା 6,700 ଟଙ୍କା ମାର୍ଚ୍ଚ 2020 ଠାରୁ କୃଷିଜାତ ଦ୍ରବ୍ୟ କ୍ରୟ ସହ ଜଡିତ ରାଜ୍ୟ ସରକାରୀ ସଂସ୍ଥା ପାଇଁ ମଧ୍ୟ କୋଟି ଟଙ୍କା ମଞ୍ଜୁର କରାଯାଇଛି।
ଆରବିଆଇ ମଧ୍ୟ ଦୁଇ ପ୍ରତିଶତ ସୁଧ ସବଭେନସନ୍ ଏବଂ ଫସଲ ଋଣ ଉପରେ ତିନି ପ୍ରତିଶତ ତୁରନ୍ତ ପରିଶୋଧ ପ୍ରୋତ୍ସାହନକୁ ମେ ମାସ 31, 2020 ପର୍ଯ୍ୟନ୍ତ ବୃଦ୍ଧି କରିଛି। 25,000 କୋଟି ଥିବାବେଳେ 86,600 କୋଟି ଟଙ୍କା ମୂଲ୍ୟର 63 ଲକ୍ଷ ଋଣ କୃଷି କ୍ଷେତ୍ରରେ ମାର୍ଚ୍ଚ 1, 2020 ରୁ ଏପ୍ରିଲ 30, 2020 ମଧ୍ୟରେ ଅନୁମୋଦିତ ହୋଇଛି।