ETV Bharat / bharat

କୋରୋନା ବଦଳାଇଲା ଅଭ୍ୟାସ, ଟ୍ରେନରେ ଚା' ପରିବର୍ତ୍ତେ ବଢୁଛି 'କାଢା'ର ଚାହିଦା

author img

By

Published : Jul 13, 2020, 4:11 PM IST

କୋରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଚେସତନ ହେଉଛନ୍ତି ଲୋକେ । ଯାତ୍ରୀମାନେ ଟ୍ରେନର ପ୍ୟାଣ୍ଟ୍ରି ବଏଙ୍କ ଠାରୁ କାଢା ଦାବି କରୁଛନ୍ତି । ଅଧିକ ପଢନ୍ତୁ...

କୋରୋନା ବଦଳାଇଲା ଅଭ୍ୟାସ, ଟ୍ରେନରେ ଚା' ପରିବର୍ତ୍ତେ ବଢୁଛି 'କାଢା'ର ଚାହିଦା
କୋରୋନା ବଦଳାଇଲା ଅଭ୍ୟାସ, ଟ୍ରେନରେ ଚା' ପରିବର୍ତ୍ତେ ବଢୁଛି 'କାଢା'ର ଚାହିଦା

ନୂଆଦିଲ୍ଲୀ: ଦେଶରେ ବଢୁଥିବା କୋରୋନା ସଂକ୍ରମଣ କାରଣରୁ କ୍ଷୀର ଚା’ର ଚାହିଦା ଯଥେଷ୍ଟ ହ୍ରାସ ପାଇଛି। ଯାତ୍ରୀମାନେ ଟ୍ରେନର ପ୍ୟାଣ୍ଟ୍ରି ବଏଙ୍କ ଠାରୁ କାଢା ଦାବି କରୁଛନ୍ତି । କାଢା ଉପଲବ୍ଧ ନହେବାରୁ ଅଦା-ତୁଳସୀ ବିନା କ୍ଷୀର-ଚିନି ଚା' ପିବାକୁ ପଡୁଛି । ତେବେ ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପ୍ୟାଣ୍ଟ୍ରି ବଏ କାଢା ବିତରଣ କରିବା ଆରମ୍ଭ କରିଛନ୍ତି। ପ୍ରତିଦିନ 500 କପରୁ ଅଧିକ କାଢା ପାଇଁ ଚାହିଦା ଥିବାବେଳେ 100 କପ କ୍ଷୀର ଚା' ମଧ୍ୟ ଏବେ ବିକ୍ରି ହେଉନାହିଁ । ଏପରି ଅବସ୍ଥା ବୈଶାଳୀ, ଗୋରଖଧାମ, କୁଶୀନଗର ଓ ଏଲଟିଟି ଏକ୍ସପ୍ରେସରେ ଦେଖିବାକୁ ମିଳୁଛି ।

କୋରୋନା ସଂକ୍ରମଣ ବୃଦ୍ଧି ମଧ୍ୟରେ ଲୋକଙ୍କ ଭିତରେ ସଚେତନତା ମଧ୍ୟ ବୃଦ୍ଧି ପାଇଛି । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଉପରେ ଲୋକଙ୍କ ଗୁରୁତ୍ୱ ରହିଛି। ଆୟୁଷ ମନ୍ତ୍ରଣାଳୟ ଇମ୍ୟୁନିଟି ବୁଷ୍ଟର ଭାବରେ କାଢା ପିଇବାକୁ ସୁପାରିଶ କରିଛି। ଲୋକମାନେ ଏହାକୁ ଘରେ ପ୍ରସ୍ତୁତ କରୁଛନ୍ତି । ବାଧ୍ୟତାମୂଳକ ଭାବେ ଟ୍ରେନରେ ଯାତ୍ରା କରିବା ସମୟରେ ମଧ୍ୟ ଲୋକମାନେ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରୁଛନ୍ତି । ଅଧିକାଂଶ ଟ୍ରେନରେ ଦୁଗ୍ଧ ଚା’ର ଚାହିଦା ଅଳ୍ପ ରହିବାର ଏହା ହେଉଛି କାରଣ । ଯାତ୍ରୀମାନେ କାଢା, ତୁଳସୀ, ଅଦା ଏବଂ ଗୋଲମରିଚ ପଡିଥିବା ଚା' ଦାବି କରୁଛନ୍ତି ।

ବୈଶାଳୀ ଏକ୍ସପ୍ରେସର ପ୍ୟାଣ୍ଟ୍ରୀ ମ୍ୟାନେଜର ଆରକେ ତିୱାରୀ କହିଛନ୍ତି ଯେ, 8 ରୁ ଦଶ ଦିନ ପର୍ଯ୍ୟନ୍ତ ଯାତ୍ରୀମାନେ ଅଧିକ ଗରମ ପାଣି ଏବଂ କାଢା ପାଇଁ ଦାବି କରିବା ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗୋଲମରିଚ, ଅଦା ଓ ତୁଳସୀ ମିଶା ଚା ’ପରିବେଷଣ କରାଯାଉଛି । ଯାତ୍ରୀମାନେ ଏହି ମସଲା ଚା' କୁ ବହୁତ ଭଲ ପାଉଛନ୍ତି । ବୈଶାଳୀରେ ପ୍ରତିଦିନ 350 ରୁ 400 କପ କାଢା ଚା'ର ଚାହିଦା ଥିବାବେଳେ କ୍ଷୀର ଚା'ର ଚାହିଦା 30 ରୁ 35 କପ ଅଟେ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.