ETV Bharat / bharat

ୟୁପିରେ ପ୍ରତିଷ୍ଠା ହେବ ‘କୋଭିଡ-19’ ଟେଷ୍ଟିଂ ଲ୍ୟାବ - covid-19 collection centers to be built in up

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର କୋଭିଡ-19 ବିରୋଧରେ ୟୁପି କୋଭିଡ କେୟାର ପାଣ୍ଠି ପ୍ରତିଷ୍ଠା କରିଛନ୍ତି। ଏହି କେୟାର ପାଣ୍ଠି ଜନସାଧାରଣଙ୍କ ପ୍ରତିନିଧୀଙ୍କ ସହିତ ସମାଜର ବିଭିନ୍ନ ବିଭାଗରୁ ବ୍ୟାପକ ସହାୟତା ପ୍ରାପ୍ତ କରୁଛି । ଅଧିକ ପଢନ୍ତୁ...

jogi adityanath
ୟୁପିରେ ପ୍ରତିଷ୍ଠା ହେବ କୋଭିଡ-19 ସଂଗ୍ରହ କେନ୍ଦ୍ର
author img

By

Published : Apr 8, 2020, 10:25 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, କୋଭିଡ -19 ଅନୁସନ୍ଧାନ ପାଇଁ ରାଜ୍ୟର ସମସ୍ତ 75ଟି ଜିଲ୍ଲାରେ ଟେଷ୍ଟିଂ ଲ୍ୟାବ ପ୍ରତିଷ୍ଠା କରାଯିବ। ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଦିନ ଗଣମାଧ୍ୟମକୁ କହିଛନ୍ତି ଯେ, ଯେଉଁ 6ଟି ମଣ୍ଡଳରେ ସରକାରୀ ମେଡିକାଲ କଲେଜ ନାହିଁ, ସେହି ସ୍ଥାନରେ ପରୀକ୍ଷା ଲ୍ୟାବ ସ୍ଥାପନ କରାଯିବ । ଏଥିସହ କୋଭିଡ -19 ଅନୁସନ୍ଧାନ ପାଇଁ ରାଜ୍ୟର ସମସ୍ତ 75 ଟି ଜିଲ୍ଲାରେ ଲ୍ୟାବ ଗଠନ କରାଯିବ। ଏହା ବ୍ୟତୀତ ଦେବପାଟନ (ଗୋଣ୍ଡା), ମିର୍ଜାପୁର, ବରେଲି, ମୁରାଦାବାଦ, ଆଲିଗଡ ଏବଂ ବାରାଣାସୀର ବିଏଚୟୁ ହସ୍ପିଟାଲରେ ଏକ ଲ୍ୟାବ ଖୋଲିବାର ପ୍ରକ୍ରିୟା ଚାଲିଛି।

ସେ କହିଛନ୍ତି ଯେ, ଉତ୍ତରପ୍ରଦେଶରେ ଗତ 4-5 ଦିନ ମଧ୍ୟରେ କୋରୋନା ପଜିଟିଭ ମାମଲା ବୃଦ୍ଧି ପାଇଛି। ମଙ୍ଗଳବାର ସୁଦ୍ଧା ରାଜ୍ୟରେ ମୋଟ 308ଟି ମାମଲା ରହିଛି ଏବଂ ସେଥିମଧ୍ୟରୁ 168 ଟି ତବଲିଗୀ ଜାମାତ ସହ ଜଡିତ । ଭାରତ ସରକାରଙ୍କ ସହାୟତାରେ ରାଜ୍ୟର ସମସ୍ତ ସ୍ତରରେ ଏହାକୁ ରୋକିବା ପାଇଁ ପ୍ରଭାବଶାଳୀ ପଦକ୍ଷେପ ନିଆଯାଉଛି ।

ଯୋଗୀ କହିଛନ୍ତି ଯେ ଯେତେବେଳେ କୋରୋନାର ପ୍ରଥମ ପଜିଟିଭ ମାମଲା ଆସିଲା, ସେତେବେଳେ ରାଜ୍ୟରେ ଗୋଟିଏ ହେଲେ ଲ୍ୟାବ ନଥିଲା। ଆଜି ଭାରତ ସରକାରଙ୍କ ସହଯୋଗରେ ଉତ୍ତରପ୍ରଦେଶରେ 10 ଟି ପରୀକ୍ଷା ଲ୍ୟାବ ସଫଳତାର ସହ କାର୍ଯ୍ୟ କରୁଛି । ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ରାଜ୍ୟରେ 24 ଟି ସରକାରୀ ମେଡିକାଲ କଲେଜ ଅଛି। ଏଥିମଧ୍ୟରୁ 12 ଟି ମେଡିକାଲ କଲେଜକୁ ନବୀକରଣ କରାଯାଉଛି। ଏହି ମେଡିକାଲ୍ କଲେଜ ଗୁଡିକରେ ଏକ ନୂତନ BSL-3 ଲ୍ୟାବ ନିର୍ମାଣ କରାଯାଉଛି।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.