ETV Bharat / bharat

ମହାରାଷ୍ଟ୍ରରେ ଜାରି କୋରୋନା ସଙ୍କଟ, 24 ଘଣ୍ଟାରେ 2190 ପଜିଟିଭ - ମହାରାଷ୍ଟ୍ର କୋରୋନା ଅପଡେଟ

ବୁଧବାର ମୁମ୍ବାଇରେ 1044 ଆକ୍ରାନ୍ତ ଓ 32 ମୃତ୍ୟୁ ସ୍ପଷ୍ଟ ହୋଇଛି । ଏପର୍ଯ୍ୟନ୍ତ ମୋଟ ଆକ୍ରାନ୍ତ ସଂଖ୍ୟା 33 ହଜାର 835 ରହିଛି । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ ଜାରି କୋରୋନା ସଙ୍କଟ, 24 ଘଣ୍ଟାରେ 2190 ପଜିଟିଭ

author img

By

Published : May 28, 2020, 1:08 AM IST

ମୁମ୍ବାଇ: ମହାରାଷ୍ଟ୍ରରେ କୋରୋନା ସଙ୍କଟ ଗମ୍ଭୀର ରୂପ ନେଇଛି । ଗୋଟିଏ ଦିନ ପରେ ପୁଣି ବଢିଛି ଆକ୍ରାନ୍ତ । ମଙ୍ଗଳବାର 2091 କେସ ବାହାରିଥିବା ବେଳେ ବୁଧବାର 2190 ମାମଲା ସ୍ପଷ୍ଟ ହୋଇଛି । ଏହାସହ ରାଜ୍ୟରେ ମୋଟ ଆକ୍ରାନ୍ତ 56 ହଜାର 948 ଛୁଇଁଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ।

covid 19 cases reaches near 57 thousands in Maharashtra
ମହାରାଷ୍ଟ୍ରରେ ଜାରି କୋରୋନା ସଙ୍କଟ, 24 ଘଣ୍ଟାରେ 2190 ପଜିଟିଭ

ସେହିପରି ଗତ 24 ଘଣ୍ଟାରେ 964 ଜଣ ସୁସ୍ଥ ହୋଇଛନ୍ତି । ଏବେ ଯାଏଁ ମୋଟ 17 ହଜାର 918 ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ମୋଟ 37 ହଜାର 125 ଆକ୍ଟିଭ କେସ୍ ଥିବା ସେ କହିଛନ୍ତି । ମୁମ୍ବାଇରେ ଲଗାତାର ଦ୍ବିତୀୟ ଦିନ 1000 ଉପରେ କୋଭିଡ-19 ପଜିଟିଭ ବାହାରିଛନ୍ତି ।

ବୁଧବାର 1044 ଆକ୍ରାନ୍ତ ଓ 32 ମୃତ୍ୟୁ ସ୍ପଷ୍ଟ ହୋଇଛି । ଏପର୍ଯ୍ୟନ୍ତ ମୋଟ ଆକ୍ରାନ୍ତ ସଂଖ୍ୟା 33 ହଜାର 835 ରହିଛି । ସେହିପରି ମୃତ୍ୟୁସଂଖ୍ୟା 1097 ଥିବା ବ୍ରିହାଣ ମୁମ୍ବାଇ ପୌର ପରିଷଦ ସୂଚନା ଦେଇଛି । ଧାରାଭିରେ 18ଟି ନୂଆ କେସ ବାହାରିଛି । ଏବେ ଯାଏଁ ଏଠାରେ 1639 ଆକ୍ରାନ୍ତ ଓ 61 ମୃତ୍ୟୁ ଚିହ୍ନଟ ହୋଇଥିବା ଜଣାପଡିଛି ।

ତେବେ ପୌର ପରିଷଦ ପକ୍ଷରୁ କୋରୋନା ଟେଷ୍ଟିଂ ଉପରେ ନୂଆ ଗାଇଡଲାଇନ ଜାରି ହୋଇଛି । ଜରୁରୀକାଳୀନ ସର୍ଜରୀ, ଗର୍ଭବତୀ ମହିଳାଙ୍କ ପାଇଁ ଏହି ଟେଷ୍ଟ ବାଧ୍ୟତାମୂଳକ ନୁହେଁ । ହେଲେ ଏହି ଗର୍ଭବତୀଙ୍କ ଡେଲିଭେରୀ ଆଗାମୀ 5 ଦିନ ଭିତରେ ହେବାକୁ ଥିବ ବୋଲି ଗାଇଡଲାଇନ ଧାର୍ଯ୍ୟ ହୋଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.