ETV Bharat / bharat

କିଲର କୋରୋନା, ଦେଶରେ 24 ଘଣ୍ଟାରେ 20,903 ମାମଲା 379 ମୃତ୍ୟୁ - କୋରୋନା ଭାଇରସ

ଦେଶରେ ସର୍ବାଧିକ ଦିନିକିଆ ରେକର୍ଡ ଭାଙ୍ଗିଲା କୋରୋନା। 24 ଘଣ୍ଟାରେ ଦେଶରେ 20,903 ନୂଆ ମାମଲା ସହ 379 ଜଣଙ୍କ ମୃତ୍ୟୁ ହୋଇଛି।

କିଲର କୋରୋନା, ଦେଶରେ 24 ଘଣ୍ଟାରେ 20,903 ମାମଲା 379 ମୃତ୍ୟୁ

author img

By

Published : Jul 4, 2020, 8:23 AM IST

ନୂଆଦିଲ୍ଲୀ: ଦେଶରେ ସର୍ବାଧିକ ଦିନିକିଆ ରେକର୍ଡ ଭାଙ୍ଗିଲା କୋରୋନା। 24 ଘଣ୍ଟାରେ ଦେଶରେ 20,903 ନୂଆ ମାମଲା ସହ 379 ଜଣଙ୍କ ମୃତ୍ୟୁ ହୋଇଛି। ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 6,25,544ରେ ପହଞ୍ଚିଛି । ସେପଟେ ମୃତକଙ୍କ ସଂଖ୍ୟା 18, 213 ଛୁଇଁଲାଣି । ବର୍ତ୍ତମାନ ସୁଦ୍ଧା 2,27,439ଟି ସକ୍ରିୟ ମାମଲା ରହିଥିବାବେଳେ 3,79,892ଜଣ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟଣ ବିଭାଗ ସୂଚନା ଦେଇଛି ।

ପ୍ରଭାବିତ ରାଜ୍ୟ ତାଲିକାର ପ୍ରଥମରେ ରହିଛି ମହାରାଷ୍ଟ୍ର। ସେଠାରେ ବର୍ତ୍ତମାନ ସୁଦ୍ଧା 1,86,626 ମାମଲା ରହିଥିବା ବେଳେ 8,178ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି ତାମିଲନାଡୁରେ 98,392 କୋରୋନା ସଂକ୍ରମିତ ମାମଲା ରହିଥିବା ବେଳେ 1321 ଲୋକଙ୍କ ମୃତ୍ୟୁ ହୋଇଛି।

ଏହି ଭୂତାଣୁରେ ଦିଲ୍ଲୀରେ 2,864 ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ 92,175 ମାମଲା ରିପୋର୍ଟ କରିଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଶୁକ୍ରବାର ଦିନ କହିଛି ଯେ ଜୁଲାଇ 2 ପର୍ଯ୍ୟନ୍ତ ପରୀକ୍ଷା କରାଯାଇଥିବା ମୋଟ ନମୁନା ସଂଖ୍ୟା ହେଉଛି 92,97,749, ଯେଉଁଥିରୁ ଗୁରୁବାର ଦିନ 2,41,576 ନମୁନା ପରୀକ୍ଷା କରାଯାଇଛି। ଭାରତରେ ପୁନରୁଦ୍ଧାର ହାର 60.73 ପ୍ରତିଶତ ରହିଛି।

ସେହିପରି ରାଜ୍ୟରେ 94 ଟି ନୂତନ କୋଭିଡ ମାମଲା ସହ , ମୋଟ 16,003ସଂକ୍ରମିକ, ସକ୍ରିୟ ମାମଲା 4,057; ଫରିଦାବାଦରେ 4 ଜଣଙ୍କର ମୃତ୍ୟୁ ସହିତ ଟୋଲ୍ 255 କୁ ବୃଦ୍ଧି ପାଇଛି । ସେହିପରି 24 ଘଣ୍ଟାରେ କର୍ଣ୍ଣାଟକ ରେ 1694 ନୂଆ ମାମଲା ସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା 19,710 ଛୁଇଁଛି। ଅନ୍ୟପଟେ ଝାଡଖଣ୍ଡରେ ଗୋଟିଏ ଦିନରେ 63 ନୂଆ ମାମଲା ସହ ସଂକ୍ରମିତ ତାଲିକା 2,697କୁ ଠେଲି ହୋଇଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.