ETV Bharat / bharat

ବଢୁଛି କୋରୋନା ସଂକ୍ରମଣ: ଯୋଗୀ ସରକାରଙ୍କୁ ଟାର୍ଗେଟରେ କଲେ ପ୍ରିୟଙ୍କା - ଯୋଗୀ ସରକାର

ଉତ୍ତରପ୍ରଦେଶ କୋରୋନା ମାମଲା ବୃଦ୍ଧିକୁ ନେଇ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ । ଏଥିସହ ସେ ଦାବୀ କରିଛନ୍ତି, କୋରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧିର କାରଣ କମ୍ ପରୀକ୍ଷା ଏବଂ ତଥ୍ୟ ଲୁଚାଇବା ।

priyanka gandhi
ପ୍ରିୟଙ୍କା ଗାନ୍ଧୀଙ୍କ ଟାର୍ଗେଟରେ ଯୋଗୀ ସରକାର
author img

By

Published : Jul 18, 2020, 1:50 PM IST

ଲକ୍ଷ୍ନୌ:ପ୍ରିୟଙ୍କା ଗାନ୍ଧୀଙ୍କ ଟାର୍ଗେଟରେ ଯୋଗୀ ଆଦିତ୍ୟନାଥ । ଉତ୍ତରପ୍ରଦେଶ କୋରୋନା ମାମଲା ବୃଦ୍ଧିକୁ ନେଇ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ । ଏଥିସହ ସେ ଦାବୀ କରିଛନ୍ତି, କୋରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧିର କାରଣ କମ୍ ପରୀକ୍ଷା ଏବଂ ତଥ୍ୟ ଲୁଚାଇବା ।

ପ୍ରିୟଙ୍କା ଗାନ୍ଧୀ ଟ୍ବିଟଟରେ ଲେଖିଛନ୍ତି, ତିନି ମାସର ଲକଡାଉନ ଏବଂ ୟୁପି ସରକାରଙ୍କ ବିଭିନ୍ନ ଦାବି ସତ୍ତ୍ବେ ଜୁଲାଇ ମାସରେ ୟୁପିର 25 ଜିଲ୍ଲା କୋରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତିନୋଟି ଜିଲ୍ଲାରେ 200 ପ୍ରତିଶତ କୋରୋନା ମାମଲା, 400 ପ୍ରତିଶତ ତିନୋଟି ଜିଲ୍ଲା ଏବଂ ଗୋଟିଏ ଜିଲ୍ଲାରେ 1000 ପ୍ରତିଶତରୁ ଆଦି କୋରୋନା ମାମଲା ରହିଛି ।

ଏଥିସହ ସେ କହିଛନ୍ତି, ରିପୋର୍ଟ ଅନୁଯାୟୀ, ପ୍ରୟାଗରାଜର 70 ପ୍ରତିଶତ ସଂକ୍ରମିତ ରୋଗୀଙ୍କର ମୃତ୍ୟୁ 48 ଘଣ୍ଟା ଭିତରେ ହୋଇଥିଲା । ପ୍ରଥମରୁ ହିଁ ଏହାକୁ ନେଇ ଡର ଥିଲା । ଏଣୁ ଏନେଇ ଆମେ ୟୁପି ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖିଥିଲୁ । ଏଥିସହ ଏନେଇ ସକରାତ୍ମକ ଉପଦେଶ ସହ ପରୀକ୍ଷଣ ବଢାଇବାକୁ କହିଥିଲୁ ।

ଆଜିର ଏହି ପରିସ୍ଥିତି କେବଳ କମ୍ କୋରୋନା ପରୀକ୍ଷଣ ଏବଂ ବିଳମ୍ବରେ ରିପୋର୍ଟ ଆସିବା ନେଇ ଉପୁଜିଛି । ଯାହାର ଉତ୍ତର ଯୋଗୀ ସରକାରଙ୍କ ପାଖରେ ନାହିଁ ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି । ପ୍ରକାଶ ଥାଉକି, ବର୍ତ୍ତମାନ ୟୁପିରେ 45163 କୋରୋନା ମାମଲା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.