ETV Bharat / bharat

କୋରୋନାରେ ମୃତ୍ୟୁହାର ହ୍ରାସ, ଆରୋଗ୍ୟ ହାରରେ ଉନ୍ନତି: ହର୍ଷ ବର୍ଦ୍ଧନ

author img

By

Published : May 16, 2020, 12:43 AM IST

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଶୁକ୍ରବାର କହିଛନ୍ତି ଯେ ଦେଶରେ କୋଭିଡ-19 ର ମୃତ୍ୟୁହାର (CFR) ହ୍ରାସ ପାଇଛି । କୋରୋନା ଉପରେ ହାଇ ଲେଭଲ୍ ଗ୍ରୁପ୍ ଅଫ୍ ମିନିଷ୍ଟରର (GoM) ର 15 ତମ ବୈଠକରେ ସେ କହିଛନ୍ତି ଯେ ପ୍ରି-ଲକ୍-ଡାଉନ୍ ଅବଧିରେ ମୃତ୍ୟୁହାର 3.2 ପ୍ରତିଶତରୁ 2.1 ପ୍ରତିଶତକୁ ଖସି ଆସିଛି। । ଅଧିକ ପଢନ୍ତୁ...

ହର୍ଷ ବର୍ଦ୍ଧନ
କୋରୋନାରେ ମୃତ୍ୟୁହାର ହ୍ରାସ, ଆରୋଗ୍ୟ ହାରରେ ଉନ୍ନତି: ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପରିସ୍ଥଳେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ସମଗ୍ର ଦେଶ ପାଇଁ ଆଶ୍ବସ୍ତିକର ଖବର ପାଲଟିଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଶୁକ୍ରବାର କହିଛନ୍ତି ଯେ ଦେଶରେ କୋଭିଡ-19 ର ମୃତ୍ୟୁହାର (CFR) ହ୍ରାସ ପାଇଛି । କୋରୋନା ଉପରେ ହାଇ ଲେଭଲ୍ ଗ୍ରୁପ୍ ଅଫ୍ ମିନିଷ୍ଟରର (GoM) ର 15 ତମ ବୈଠକରେ ସେ କହିଛନ୍ତି ଯେ ପ୍ରି-ଲକଡାଉନ୍ ଅବଧିରେ ମୃତ୍ୟୁହାର 3.2 ପ୍ରତିଶତରୁ 2.1 ପ୍ରତିଶତକୁ ଖସି ଆସିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ବିଶ୍ବବ୍ୟାପୀ କୋଭିଡ-19 ପଜିଟିଭ ମାମଲା 42,48,389 ସହିତ 2,94,046 ମୃତ୍ୟୁ ରେକର୍ଡ ହୋଇଛି । ଏହି ଅନୁଯାୟୀ ବିଶ୍ବରେ ମୃତ୍ୟୁହାର 6.92 ପ୍ରତିଶତ ବୋଲି ଆକଳନ କରାଯାଇଛି । ଭାରତରେ ଥିବାବେଳେ ମୋଟ କୋରୋନା ପଜିଟିଭ ମାମଲା 81,970 ରେ ପହଞ୍ଚିଛି ଏବଂ 2,649 ମୃତ୍ୟୁ ଘଟିଛି ଏବଂ ମୃତ୍ୟୁହାର 3.23 ପ୍ରତିଶତ ବୋଲି ଆକଳନ କରାଯାଇଛି । ଏପର୍ଯ୍ୟନ୍ତ ମୋଟ 27,920 ଲୋକ ଆରୋଗ୍ୟ ଲାଭ କରିଛନ୍ତି ।

ଏହାସହ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଯଦି ଗତ 24 ଘଣ୍ଟା ମଧ୍ୟରେ ଦେଖାଯାଏ, 1,685 ସଂକ୍ରମିତ ଭଲ ଥିବା ଜଣାପଡିଛି । ଆରୋଗ୍ୟ ହାର ହେଉଛି 34.06 ପ୍ରତିଶତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.