ନୂଆଦିଲ୍ଲୀ: INX ମିଡିଆ ମାମଲାରେ ବିଚାର ବିଭାଗୀୟ ହାଜତକୁ ଗଲେ ଚିଦାମ୍ବରମ । ଦିଲ୍ଲୀର ରୋଜ ଆଭେନ୍ୟୁ କୋର୍ଟ ସେପ୍ଟେମ୍ବର 19 ଯାଏଁ ଚିଦାମ୍ବରମଙ୍କୁ ଜେଲକୁ ପଠାଇଛନ୍ତି । ସବିଆଇ ପକ୍ଷରୁ ଆବେଦନ ପରେ ଚିଦାମ୍ବରମଙ୍କୁ ଜେଲ ପଠାଯାଇଛି ।ତିହାର ଜେଲରେ ରହିବେ ଚିଦାମ୍ବରମ।
ଜେଲରେ ରହଣି ସମୟରେ ସୁରକ୍ଷା ପାଇଁ ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି । ତାଙ୍କୁ ଅଲଗା କୋଠରୀରେ ରଖାଯିବା ସହ ଯଥେଷ୍ଟ ସୁରକ୍ଷା ଦିଆଯିବ। ସିବିଆଇ ରିମାଣ୍ଡ ଶେଷ ପରେ କୋର୍ଟରେ ହାଜର ହୋଇଥିଲେ ସେ । ଅନ୍ୟପକ୍ଷେ ଇଡି ମାମଲାରେ ଆତ୍ମସମର୍ପଣ କରିବାକୁ ଚିଦାମ୍ବରମ ଆବେଦନ କରିଛନ୍ତି । ଏନେଇ ରୋଜ ଆଭେନ୍ୟୁ କୋର୍ଟ ଇଡିକୁ ନୋଟିସ ପଠାଇଛନ୍ତି । 12 ସେପ୍ଟେମ୍ବରରେ ମାମଲାର ଶୁଣାଣି ହେବ ।