ନୂଆଦିଲ୍ଲୀ: ଦମ୍ପତିଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ହାଇକୋର୍ଟ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ମୁକ୍ତା ଗୁପ୍ତା କୋର୍ଟରେ ଉପସ୍ଥିତ ଥିବା ଜଣେ କନଷ୍ଟେବଳଙ୍କ ଫୋନ ନମ୍ବରକୁ ଦାଖଲ କରାଯାଇଥିବା ଯାଚିକାରେ ସଂଲଗ୍ନ କରିଛନ୍ତି । ସେମାନେ ଜରୁରୀକାଳିନ ପରିସ୍ଥିତିରେ ଯାଚିକାରେ ଦିଆଯାଇଥିବା ନମ୍ବରରେ ଯୋଗଯୋଗ କରି ନିଜର ଅଭିଯୋଗ ଜଣାଇ ପାରିବେ ।
ମହିଳାଙ୍କ ପକ୍ଷରୁ ଯାଚିକା ଦାୟର କରିଥିବା ଓକିଲ ଉତ୍କର୍ଷ ସିଂହଙ୍କ କହିବାନୁଯାୟୀ 2016ରେ ମହିଳାଙ୍କର ତାଙ୍କ ପ୍ରେମୀକ ସହ ଦେଖା ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ମହିଳା ନିଜର ଧର୍ମ ଓ ନାମ ପରିବର୍ତ୍ତନ କରି ନିଜ ପ୍ରେମୀକ ସହ ବିବାହ (ନିକା) କରିଥିଲା । ଯାହାକୁ ବିରୋଧ କରିଥିଲେ ମହିଳାଙ୍କ ପରିବାର ।
ମହିଳାଙ୍କ ମାତା-ପିତା ସେମାନଙ୍କୁ ମାନସିକ ନିର୍ଯାତନ ଦେଉଥିବା ଯାଚିକାରେ ଉଲ୍ଲେଖ ରହିଛି । ସେହିପରି ଲଭ ଜିହାଦର ଶିକାର ହୋଇଥିବା ଏବଂ ଦୁଇ ବର୍ଷ ପରେ ସ୍ବାମୀ ଛାଡି ଦେବା ଧମକ ଦେଇ ନିଜ ଝିଅକୁ ଡରାଉଛି ପରିବାର । ଅନ୍ୟପଟେ ମହିଳାଙ୍କ ସମ୍ପର୍କୀୟ ବିଜେପି ଏବଂ ହିନ୍ଦୁ ସେନାରେ ସାମିଲ ଅଛନ୍ତି । ସେ ମଧ୍ୟ ଉଭୟଙ୍କୁ ଜୀବନରୁ ମାରି ଦେବାକୁ ଧମକା ଥିବା ଯାଚିକାରେ ଲେଖା ହୋଇଛି ।