ETV Bharat / bharat

ଆତ୍ମଘାତୀ ବିସ୍ଫୋରକ ବାନ୍ଧି ଆତଙ୍କି ଅଞ୍ଚଳକୁ ଯିବାକୁ ମୋଦିଙ୍କୁ ମାଗିଲେ ଅନୁମତି

ପୁଲୱାମା ଆତଙ୍କି ହମଲାରେ ଶହୀଦ ଯବାନଙ୍କୁ ନେଇ ଭାବୁକ ହୋଇଗଲେ କୋର୍ଟ କର୍ମଚାରୀ । ପ୍ରତିଶୋଧ ନେବା ପାଇଁ ନିଜ ଦେହରେ ବିସ୍ଫୋରକ ବାନ୍ଧି ଆତଙ୍କି ଅଞ୍ଚଳକୁ ଯିବା ପାଇଁ ମୋଦିଙ୍କୁ ମାଗିଲେ ଅନୁମତି ।

author img

By

Published : Feb 16, 2019, 4:02 PM IST

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ପୁଲୱାମାରେ ଆତଙ୍କି ହମଲା ଘଟଣା ଦେଶବାସୀଙ୍କୁ ଦୋହଲାଇ ଦେଇଛି । ଦେଶ ନିଜର ବୀର ଯବାନଙ୍କୁ ହରାଇ ଲୁହ ଝରାଉଛି । ଖାଲି ସେତିକି ନୁହେଁ ନିଜ ବୀରପୁତ୍ରଙ୍କ ମୃତ୍ୟୁର ପ୍ରତିଶୋଧ ନିଆଁରେ ଜଳୁଛି ସାରା ଦେଶ । ଏହି ପରିପ୍ରେକ୍ଷୀରେ ରିୱାର ଜଣେ କୋର୍ଟ କର୍ମଚାରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିଜ ଶରୀରେ ବିସ୍ଫୋଟକ ବାନ୍ଧି ଆତଙ୍କୀ ଅଞ୍ଚଳକୁ ଯିବା ପାଇଁ ଅନୁମତି ମାଗିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କର ଏନେଇ ଅନୁମତି ଦିଅନ୍ତୁ ବୋଲି ସେ ଇଚ୍ଛା ପ୍ରକାଶ କରିଛନ୍ତି ।

ମଊଗଞ୍ଜ ସିଭିଲ କୋର୍ଟରେ କାର୍ଯ୍ୟରତ କର୍ମଚାରୀ ରାଜକରଣ ସିଂହ । ସେ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କୁ ସମ୍ବୋଧିତ କରି ଲେଖିଛନ୍ତି ଯେ, ଦେଶକୁ ସୁରକ୍ଷା ଦେବା ଉଦ୍ଦେଶ୍ୟ ଯବାନମାନେ ଦିନରାତି ଜାଗ୍ରତ ରହୁଛନ୍ତି । ରାଜକରଣ ନିଜର ଏହି ପତ୍ର ମାଧ୍ୟମରେ ନିଜ ମନର ଭାବନାକୁ ଜାହିର କରିଛନ୍ତି ।

ସାରା ଦେଶ ବୀର ଯବାନଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡି ଥିବାବେଳେ ରାଜକରଣ ଶହୀଦଙ୍କ ପ୍ରତି ନିଜ ଭାବନାତ୍ମକ ସମ୍ବେଦନା ଜଣାଇଛନ୍ତି । ଯେଉଁ କାରଣରୁ ସେ ନିଜ ଶରୀରରେ ବିସ୍ଫୋଟକ ବାନ୍ଧି ଆତଙ୍କି ଅଞ୍ଚଳକୁ ଯିବା ପାଇଁ ଅନୁମତି ମାଗିଛନ୍ତି । ସୂଚନାଯୋଗ୍ୟ, ଗତ ଗୁରୁବାର ପୁଲୱାମାର ଅବନ୍ତିପୁରାର ଜାତୀୟ ରାଜପଥରେ ସିଆରପିଏଫ ଯବାନଙ୍କ ଗାଡି ଆତଙ୍କି ଆକ୍ରମଣର ଶିକାର ହୋଇଥିଲା ।

ଭୁବନେଶ୍ୱର:ରାଜ୍ୟରୁ ଧୀରେ ଧୀରେ ଶୀତର ପରଶ ଅପସରି ଯାଉଥିବା ବେଳେ ଏବେ କିନ୍ତୁ କୁହୁଡ଼ିର ପ୍ରଭାବ କମିବା ବଦଳରେ ବଢି ବଢି ଯାଉଥିବା ଦେଖାଯାଉଛି।ତେବେ ରାଜ୍ୟରେ ଆଜି ଓ କାଲି ପାଇଁ ଘଡଘଡି ସହିତ ବର୍ଷା ହେବାର ସୂଚନା ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିଲା।
ତେବେ ଆଜି ଛାଡି ଆସନ୍ତା କାଲିଠାରୁ କିଛିଦିନ ପାଇଁ ଉପକୂଳ ଓଡିଶାରେ ସାମନ୍ୟରୁ ମଧ୍ୟମ ଧରଣର କୁହୁଡି ହେବାର ଆଶଙ୍କା ଥିବାବେଳେ ଆଜି ବଡୀ ଭୋରରୁ  ରାଜଧାନୀରେ ଘନ କୁହୁଡି ଦେଖିବାକୁ ମିଳୁଛି।ସେଥିପାଇଁ ଗାଡି ମଟର  ଚାଳକ ମାନେ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ସାଧାରଣ ଲୋକ ଓ ସ୍କୁଲ ଯାଉଥିବା ପିଲାମନେ ମଧ୍ୟ ସକାଳୁ ଏଥିପାଇଁ ହଇରାଣ ହେଉଥିବା ଦେଖିବାକୁ ମିଳିଛି।ବର୍ତ୍ତମାନ ସୁଦ୍ଧା ଏହା କବଳରେ ରାଜଧାନୀ ଆବୃତ ରହିଥିବା ବେଳେ ଏହା ସକାଳ 10ଟା ପୂର୍ବରୁ ସମ୍ପୂର୍ଣ୍ଣ ହଟିବାର ଆଶା କରାଯାଉନାହିଁ।
Laxmikanta das
Bhubaneswar
Visual already sent by WhatsApp
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.