ନୂଆଦିଲ୍ଲୀ : ବର୍ଷ ବର୍ଷ ଧରି ଏକାଠି ରହୁଥିବା ପ୍ରେମୀଙ୍କ ପାଇଁ ନୂଆ ଆଇନ । ଯଦି ଏମାନେ ଏକାଠି ସ୍ବାମୀ- ସ୍ତ୍ରୀ ଭଳି ରୁହନ୍ତି ତେବେ ସେମାନଙ୍କୁ ଦମ୍ପତି ବୋଲି ମନାଯିବ । ଏହାସହ ସ୍ତ୍ରୀ ଭଳି ପ୍ରେମିକା ଆପଣଙ୍କୁ ମଧ୍ୟ ଭରଣପୋଷଣ ମାଗିପାରିବ ।
ହାଇକୋର୍ଟ କହିବା ଅନୁସାରେ,ଟ୍ରାଏଲ କୋର୍ଟର ନିଷ୍ପତ୍ତିରେ କୌଣସି ତ୍ରୁଟି ନାହିଁ । ହେଲେ ଯାଚିକାକର୍ତ୍ତାଙ୍କୁ ତଳ କୋର୍ଟ ପକ୍ଷରୁ ଶୁଣାଯାଇଛି କି, ମାସକୁ ପ୍ରେମିକାଙ୍କୁ 5 ହଜାର ଟଙ୍କା ଲେଖାଏଁ ଦେବେ ପ୍ରେମିକ । ଯଦି ଦୁହେଁ 20 ବର୍ଷରୁ ଏକାଠି ରହିବା ପରେ କିଛି ସମସ୍ଯା ହେଲେ ଦୁହେଁ ଅଲଗା ହେବା ପରେ ପୁରୁଷ ବନ୍ଧୁ ଜଣକ ପ୍ରେମିକାଙ୍କୁ ଦେବେ ଭରଣପୋଷଣ ଟଙ୍କା ।
ଅନ୍ୟପଟେ ଏହି ଯାଚିକାକୁ ଖାରଜ କରିଛନ୍ତି ହାଇକୋର୍ଟ । ଏହି ମାମଲାରେ ହାଇକୋର୍ଟ କୌଣସି ରାୟ ଦେବ ନାହିଁ ବୋଲି ସୂଚନା ଦେଇଛି ।