ଗାନ୍ଧିନଗର: କାହିଁ କେଉଁ ଅମଳରୁ ରହି ଆସିଛି ଏହି ପରମ୍ପରା । ବିବାହ ନହେବା ପୂର୍ବରୁ ଏଠାରେ ଏକାଠି ରହିଥାନ୍ତି ପୁଅଝିଅ । ଗୁଜୁରାଟର ଲମ୍ବଡିଆରେ ରହିଛି ଏହି ପରମ୍ପରା ।
ଏକାଠି ରହିବା ପିଲା ଜନ୍ମ କରିବା ଆଦିକୁ ଅପରାଧ ଗଣା ଯାଏ ନାହିଁ । ଯେବେ ଇଚ୍ଛା ହୁଏ ବିବାହ କରିଥାନ୍ତି ଏହି ପ୍ରେମୀ ଯୁଗଳ । ଲମ୍ବଡିଆର 75 ବର୍ଷିୟ ଗମନାଭାଇ ବଞ୍ଜରୀ ଦେବୀଙ୍କୁ ବିବାହ ପାଇଁ ଦେଇଥିଲେ ପ୍ରସ୍ତାବ । ତେଣୁ ଉପହାର ନେଇ ବଞ୍ଜରୀଙ୍କ ଘରେ ପହଞ୍ଚିଥିଲେ ଗମନାଭାଇ । ପ୍ରସ୍ତାବରେ ରାଜି ହୋଇଥିଲେ ବଞ୍ଜରୀ । ଆଉ ଦୁହେଁ ଏକାଠି ଗୋଟିଏ ଛାତ ତଳେ ରହିବା ଆରମ୍ଭ କରିଥିଲେ ।
ଏହାଭିତରେ ବଞ୍ଜରୀ ଦେବୀ 4 ସନ୍ତାନର ମା ହୋଇଥିଲେ । ସାଧାରଣ ପରିବାର ଭଳି ତାଙ୍କ ପରିବାର ମଧ୍ୟ ସୁଖଶାନ୍ତିରେ ଚାଲିଥିଲା । ଆଉ ଏବେ ହୋଇଛି ଦୁହିଁଙ୍କ ବିବାହ । ସାମିଲ ହୋଇଛନ୍ତି ବନ୍ଧୁବାନ୍ଧବ ଏବଂ ନିଜ ପୁଅଝିଅ । ବିବାହ ପାଇଁ ଖର୍ଚ୍ଚ ହୋଇଥାଏ ଦେଢ ରୁ 23 ଲକ୍ଷ ଟଙ୍କା । ଏମାନେ ସାଧାରଣତଃ ମଜୁରୀ କାମକରି ପେଟ ପୋଷନ୍ତି । ତେଣୁ ଟଙ୍କା ସଂଗ୍ରହ କରୁକରୁ ସମୟ ପଳାଇଯାଏ । ବୃଦ୍ଧ ବୟସରେ କରନ୍ତି ବିବାହ ।