ETV Bharat / bharat

ଚେତାଇଲେ କେଜ୍ରିୱାଲ; ଲକଡାଉନ ଅସଫଳ ହେଲେ ଆମେ ହାରିଯିବା ! - କୋରୋନା ଲଢେଇ

ଲକ ଡାଉନ ଯୋଗୁଁ ଫସି ରହିଥିବା ଶ୍ରମିକଙ୍କ ପୁଣି ଥରେ କେଜ୍ରିୱାଲଙ୍କ ଅପିଲ । ଯିଏ ଯେଉଁଠାରେ ଅଛ, ସେଠାରେ ରୁହ ନଚେତ କୋରୋନା ଲଢେଇରେ ହାରିଯିବା ।

ଚେତାଇଲେ କେଜ୍ରିୱାଲ; ଲକଡାଉନ ଅସଫଳ ହେଲେ ଆମେ ହାରିଯିବା !

author img

By

Published : Mar 29, 2020, 7:37 PM IST

ନୂଆଦିଲ୍ଲୀ: ଲକ ଡାଉନ ଯୋଗୁଁ ଘର ମୁହାଁ ଶ୍ରମିକ । ଯାହା ଦେଶକୁ ବିପଦ ଆଡକୁ ଟାଣିନେବ । ସହରରୁ ଗାଁକୁ ଯିବା ଦ୍ବାରା କୋରୋନା ସଂକ୍ରମଣ ତ୍ରୀବ ଗତିରେ ବ୍ୟାପିବାର ଆଶଙ୍କା ରହୁଛି। ତେଣୁ ଯିଏ ଯେଉଁଠି ଅଛ, ସେଠାରେ ରହିବାକୁ ପୁଣି ଥରେ ନିବେଦନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆଉ ଯଦି, କୋରୋନାକୁ ରୋକିବାକୁ ହେବ ତେବେ ଲକ ଡାଉନ ନିୟମକୁ କଡାକଡି ପାଳନ କରିବାକୁ ହେବ, ନଚେତ ଆମେ ଏହି କୋରୋନା ଲଢେଇରେ ହାରିଯିବା ବୋଲି କହିଛନ୍ତି କେଜ୍ରିୱାଲ ।

ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ ଡାଉନ ସମୟରେ କହିଥିଲେ ଯିଏ ଯେଉଁଠି ଅଛ, ସେଠାରେ ରୁହ । ଆଉ ଏହା ହିଁ ଲକ ଡାଉନର ମନ୍ତ୍ର ବୋଲି କହିଛନ୍ତି ସିଏମ । ଏହା ଦ୍ବାରା ହିଁ ଆମେ କୋରୋନାକୁ ହରେଇ ପାରିବା ବୋଲି ସେ ପୁଣି ଥରେ ଦୋହରାଇଛନ୍ତି ।

ସୂଚନାଯୋଗ୍ୟ, ଦେଶର ବିଭିନ୍ନ ରାଜ୍ୟରେ କାମ କରୁଥିବା ଶ୍ରମିକ ଲକ ଡାଉନ ପରେ କାମଧନ୍ଦା ଓ ଖାଇବାକୁ ନ ପାଇ ଗାଁକୁ ଫେରି ଯିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଗାଁରେ ଏଯାଏଁ କୋରୋନା ଭାଇରସର ଛାଇ ମଧ୍ୟ ପହଞ୍ଚି ପାରିନି । ଯଦି ଶ୍ରମିକମାନେ ସହରରୁ ଗାଁକୁ ଫେରି ଯାଆନ୍ତି ତେବେ ସଂକ୍ରମଣର ଆଶଙ୍କାକୁ ଏଡାଇ ଦିଆଯାଇପାରିବ ନାହିଁ ।

ବଡ ବଡ ଆଉ ବିକଶିତ ଯେଉଁଠି କୋରୋନା ଆଗରେ ଅସହାୟ ହୋଇ ପଡିଛନ୍ତି, ,ସେଠି ଭାରତ ଏହାକୁ ନିୟନ୍ତ୍ରଣ କରିପାରିବ ନାହିଁ । ଆପଣଙ୍କ ରହିବା, ଖାଇବା ରହିବା ପାଇଁ ଦେଶର ସମସ୍ତ ରାଜ୍ୟ ବନ୍ଦୋବସ୍ତ କରିଛନ୍ତି । ଆପଣଙ୍କ ସୁବିଧା ପାଇଁ । ତେଣୁ ଶେଷରେ ହାତ ଯୋଡି ଅନୁରୋଧ କରି ଘରୁ ନ ବାହାରିବାକୁ କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.