ETV Bharat / bharat

ଆଜି ଇଞ୍ଜିନିୟର ଦିବସ, ସବୁଠୁ ବଡ ଇଞ୍ଜିନିୟରଙ୍କୁ ମନେ ପକାଇଲା ଦେଶ - ମୋକ୍ଷଗୁଣ୍ଡମ ବିସେଶ୍ବରାୟଙ୍କର ଜନ୍ମ ଦିବସ

ସେପ୍ଟେମ୍ବର 15 ତାରିଖ । ସାରା ଦେଶ ପାଳନ କରିଥାଏ ଇଞ୍ଜିନିୟର ଦିବସ । ଇଞ୍ଜିନିୟର ମୋକ୍ଷଗୁଣ୍ଡମ ବିସେଶ୍ବରାୟଙ୍କର ଜନ୍ମ ଦିବସକୁ ଇଞ୍ଜିନିୟର ଦିବସ ଭାବେ ପାଳନ କରାଯାଏ ।

ଡିଜାଇନ ଫଟୋ
author img

By

Published : Sep 15, 2019, 10:16 AM IST

ହାଇଦ୍ରାବାଦ: ପ୍ରତିବର୍ଷ ସେପ୍ଟେମ୍ବର 15 ତାରିଖକୁ ଇଞ୍ଜିନିୟର ଦିବସ ଭାବେ ସାରା ଦେଶରେ ପାଳନ କରାଯାଏ। ଆଜିର ଦିନରେ ଦେଶର ସବୁଠୁ ବଡ ବ୍ୟକ୍ତିତ୍ବ ଇଞ୍ଜିନିୟର ମୋକ୍ଷଗୁଣ୍ଡମ ବିସେଶ୍ବରାୟଙ୍କର ଜନ୍ମ। ଆଜି ତାଙ୍କର 150 ତମ ଜନ୍ମଦିବସ।

15 ସେପ୍ଟେମ୍ବର 1860 ମସିହାରେ ମହୀଶୂରରେ ବିଶେଶ୍ବରଙ୍କର ଜନ୍ମ। ପିଲାଟି ବେଳୁ ପିତାଙ୍କୁ ହରାଇଥିଲେ ସେ । ଏହାପରେ ପରିବାର ସହ ସେ କର୍ଣ୍ଣାଟକରେ ଜୀବନ ବିତାଇଛନ୍ତି । କଲେଜ ପରେ ସେ ବମ୍ବେ ବିଶ୍ବବିଦ୍ୟାଳୟରେ ସିଭିଲ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିବା ପରେ ପିଡବ୍ୟ୍ଲୁଡିରେ କାମ କରିଥିଲେ ।

1912-1918 ପର୍ଯ୍ୟନ୍ତ ସେ ଇଞ୍ଜିନିୟର ଭାବେ କାମ କରିଛନ୍ତି । ତାଙ୍କ ପରିଶ୍ରମ ଓ କର୍ମ ପାଇଁ 1955 ମସିହାରେ ତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା । କିଙ୍ଗ ଜର୍ଜ ପଞ୍ଚମ ତାଙ୍କୁ ବ୍ରିଟିଶ ଇଣ୍ଡିଆନ ଏମ୍ପାୟାରର ଉପାଧି ପ୍ରଦାନ କରିଥିଲେ ।

ତାଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ସାରା ଦେଶରେ ଇଞ୍ଜିନିୟର ଦିବସ ପାଳନ କରାଯାଏ। ତାଙ୍କର କାର୍ଯ୍ୟକାଳ ଭିତରେ ସେ କର୍ଣ୍ଣାଟକର ମଣ୍ଡଆ ଜିଲ୍ଲାରେ କୃଷ୍ଣ ସାଗାର ନିର୍ମାଣ କରିଥିଲେ । ହାଇଦ୍ରାବାଦରେ ବନ୍ୟା ନିୟନ୍ତ୍ରଣ ସିଷ୍ଟମ ବନେଇବାରେ ମୁଖ୍ୟ ଇଞ୍ଜିନିୟର ଭାବେ କାମ କରିଥିଲେ । ତାଙ୍କ ପାଇଁ ତାଙ୍କର କର୍ମହିଁ ପୂଜା ଥିଲା । ଏପ୍ରିଲ 14 ତାରିଖ 1962ରେ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ 101 ବର୍ଷ ହୋଇଥିଲା । ହେଲେ ତାଙ୍କର କର୍ମ ଯୋଗୁଁ ସେ ଆଜି ବି ଲୋକଙ୍କ ହୃଦୟରେ ଜୀବିତ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.