ETV Bharat / bharat

ଏବେ ବି ଯାହା ସୀମା ମାଡିନି କୋରୋନା... - covid 19

ଏବେ ବି ବିଶ୍ବର କିଛି ରାଷ୍ଟ୍ର ଅଛନ୍ତି ଯେଉଁଠାରେ କୋରୋନା ପହଞ୍ଚିପାରିନି । ଏହି ସଂଖ୍ୟା ଅଳ୍ପ କିମ୍ବା ଶୂନ ରହିଛି । ଅଧିକ ପଢନ୍ତୁ...

ଏବେ ବି ଯାହା ସୀମା ମାଡିନି କୋରୋନା...
ଏବେ ବି ଯାହା ସୀମା ମାଡିନି କୋରୋନା...
author img

By

Published : Apr 27, 2020, 11:55 PM IST

ହାଇଦ୍ରାବାଦ: ସାରା ବିଶ୍ବକୁ ଅଚଳ କରିଦେଇଛି ମହାମାରୀ କୋଭିଡ-19 । ଲୋକଙ୍କ ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଛି । ସମସ୍ତ ପ୍ରକାର ସେକ୍ଟର ଏକପ୍ରକାର ଠପ ହୋଇଯାଇଛି । ତିନି ମାସ ତଳେ ଚୀନରୁ ବାହାରିଥିବା ଏହି ଭୂତାଣୁ ଏବେ ସାରା ବିଶ୍ବ ପାଇଁ ଆତଙ୍କ ପାଲଟିଛି । ଉହାନର ଅଳ୍ପ କେତେକ ପଜିଟିଭ ଆଜି ଲକ୍ଷ ଲକ୍ଷ ଲୋକଙ୍କୁ ଆକ୍ରାନ୍ତ କରିଛି ।

କୋରୋନା ଯୋଗୁଁ ବିଶ୍ବର ଆର୍ଥିକ ସ୍ଥିତି ଦୋହଲିଯାଇଛି । ସମସ୍ତ ରାଷ୍ଟ୍ର ନିଜ ସୀମା ବନ୍ଦ କରିଦେଇଛନ୍ତି । ଘରେ ସମସ୍ତେ ନଜର ବନ୍ଦୀ ପରି ରହୁଛନ୍ତି । ଆମ ଦେଶରେ ମଧ୍ୟ ସ୍ଥିତି ଖରାପ ହେଲାଣି । ଏପର୍ଯ୍ୟନ୍ତ 27 ହଜାରରୁ ଅଧିକ ଆକ୍ରାନ୍ତ ବାହାରିଲେଣି । ତେବେ ଏବେ ବି ବିଶ୍ବର କିଛି ରାଷ୍ଟ୍ର ଅଛନ୍ତି ଯେଉଁଠାରେ କୋରୋନା ପହଞ୍ଚିପାରିନି । ଏହି ସଂଖ୍ୟା ଅଳ୍ପ କିମ୍ବା ଶୂନ ରହିଛି । ଆଶା କରୁଛୁ ଆମେ ମଧ୍ୟ ଖୁବଶୀଘ୍ର ଏହି ତାଲିକାରେ ପାଦ ଦେବୁ । ତେବେ ଆସନ୍ତୁ ଜାଣିବା ସେପରି କିଛି ରାଷ୍ଟ୍ରଙ୍କ ତାଲିକା । ଜନ ହପକିନ୍ସ ବିଶ୍ବବିଦ୍ୟାଳୟ ଦ୍ବାରା ସଂଗୃହୀତ ତଥ୍ୟ ତଳେ ପ୍ରଦାନ କରାଗଲା ।

- ଆଫ୍ରିକାର ଲେସୋଥୋ ଏବଂ କୋମୋରୋସ

- ମଧ୍ୟପ୍ରାଚ୍ୟର କିରିବାଟି

- ଓସେନିଆର ମାର୍ଶଲ ଆଇଲାଣ୍ଡସ, ମାଇକ୍ରୋନେସିଆ, ନୌରୁ ଓ ସାମୋଆ

- ଉତ୍ତର କୋରିଆ

- ତାଜିକିସ୍ତାନ

- ଟୋଙ୍ଗା

- ତୁର୍କମେନିସ୍ତାନ

- ଟୂଭାଲୂ

- ଭନୂଆଟୂ

ତେବେ ଏସବୁ ରାଷ୍ଟ୍ର ବିଷୟରେ ବିଶେଷଜ୍ଞ ଭିନ୍ନ ମତ ଦିଅନ୍ତି । କିଛି ଦେଶ ମିଛ କହୁଥିବାବେଳେ ଅନ୍ୟ କେତେକ ଦେଶ ପାଖରେ ଟେଷ୍ଟିଂ କିଟ୍ସ ଓ ସ୍ବାସ୍ଥ୍ୟ ଉପକରଣ ନଥିବା ଜଣାପଡିଛି । ଏଥିପାଇଁ ସେମାନେ ତଥ୍ୟ ଲୁଚାଉଛନ୍ତି ବୋଲି ବିଶେଷଜ୍ଞ କହନ୍ତି । ବିଶ୍ବ ପର୍ଯ୍ୟଟନ ସଂସ୍ଥା ଅନୁସାରେ କେତେକ ରାଷ୍ଟ୍ରରେ ଜନସଂଖ୍ୟା କମ ଥିବାବେଳେ ଏଠାକୁ ବିଦେଶରୁ କମ ପର୍ଯ୍ୟଟକ ଆସିଛନ୍ତି । ଫଳରେ ଏହିସବୁ ଜାଗାରେ ସଂକ୍ରମଣର ଆଶା କମ ରହିଛି ।

ତେବେ ସତ ଯାହା ହେଉନା କାହିଁକି ଏବେ ସୁଦ୍ଧା ତଥ୍ୟ ଅନୁସାରେ ଏହି ସବୁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବାହାରିନାହିଁ । ତଥାପି ନୌରା, ଟୋଙ୍ଗା, କିରିବାଟୀ ଭଳି ଦେଶ ସୁରକ୍ଷା ଦୃଷ୍ଟିରୁ ନିଜ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ସଂକ୍ରମଣ ହୋଇନଥିବା ବେଳେ ପୂର୍ବ ସୁରକ୍ଷା ଯୋଗୁଁ ଏଠାରେ ହୁଏତ କୋରୋନା ବ୍ୟାପିନଥିବା କିଛି ଗବେଷକ ମତ ଦେଉଛନ୍ତି । ସେଥିପାଇଁ ହୁଏତ ବଡ ବଡ ଦେଶରେ ମହାମାରୀ ବିପତ୍ତି ହୋଇଥିବାବେଳେ ଏମାନେ ସୁରକ୍ଷିତ ଅଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.