ETV Bharat / bharat

‘ଫାଇଜର୍‌’ କୋଭିଡ ଟିକା କିଣି ନ ପାରନ୍ତି ସରକାର

author img

By

Published : Dec 14, 2020, 10:33 AM IST

ଅତ୍ୟଧିକ ବ୍ୟୟବହୁଳ ହୋଇଥିବାରୁ କୋଭିଡ -19 ସଂକ୍ରମଣକୁ ରୋକିବାରେ 95 ପ୍ରତିଶତ ଫଳପ୍ରଦ ବୋଲି କୁହାଯାଉଥିବା ‘ଫାଇଜର୍‌-ବାୟୋଏନ୍‌ଟେକ୍‌’ ନିର୍ମିତ କୋରୋନା ଭାଇରସ୍‌ ଟିକା କ୍ରୟ କରିନପାରେ ଭାରତ । ଅଧିକ ପଢନ୍ତୁ...

ବ୍ୟୟବହୁଳ ହୋଇଥିବାରୁ ‘ଫାଇଜର୍‌’ କୋଭିଡ ଟିକା କିଣି ନ ପାରନ୍ତି ସରକାର

ନୂଆଦିଲ୍ଲୀ: ଅତ୍ୟଧିକ ବ୍ୟୟବହୁଳ ହୋଇଥିବାରୁ କୋଭିଡ -19 ସଂକ୍ରମଣକୁ ରୋକିବାରେ 95 ପ୍ରତିଶତ ଫଳପ୍ରଦ ବୋଲି କୁହାଯାଉଥିବା ‘ଫାଇଜର୍‌-ବାୟୋଏନ୍‌ଟେକ୍‌’ ନିର୍ମିତ କୋରୋନାଭାଇରସ୍‌ ଟିକା କ୍ରୟ କରିନପାରେ ଭାରତ । କୋରୋନା ପ୍ରତିରୋଧ ସକାଶେ ଦେଶରେ ଅନ୍ୟାନ୍ୟ ବିକଳ୍ପ ଟିକା ଉପଲବ୍ଧ ହେବାକୁ ଯାଉଥିବାରୁ ସରକାର ‘ଫାଇଜର୍‌’ ନିର୍ମିତ ଟିକା ପ୍ରତି ଆଗ୍ରହ ପ୍ରକାଶ ନ କରି ପାରନ୍ତି ବୋଲି ସରକାରୀ ଅଧିକାରୀମାନେ ସୂଚନା ଦେଇଛନ୍ତି ।

ଏପଟେ ରବିବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାରେ ‘ଫାଇଜର୍‌’ କୋରୋନାଭାଇରସ୍‌ ଟିକା ବଣ୍ଟନ ଆରମ୍ଭ ହୋଇଛି । ଆଜି ଠାରୁ(ସୋମବାର) ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱାସ୍ଥ୍ୟ ସେବା କର୍ମୀ ଏବଂ ନର୍ସିଙ୍ଗ୍‌ ହୋମ୍‌ ବାସିନ୍ଦାଙ୍କୁ କୋରୋନା ଭାଇରସ୍‌ ଟିକା ଦିଆଯିବ ବୋଲି ଆଶା କରାଯାଉଛି । କିନ୍ତୁ, ଭାରତରେ ‘ଫାଇଜର୍‌’ ନିର୍ମିତ କୋରୋନା ଟିକାକରଣ ନ ହୋଇପାରିବାର ଅନ୍ୟତମ ପ୍ରମୁଖ କାରଣ ହେଉଛି ଏହାର ମୂଲ୍ୟ । ୩୭ ଡଲାର ଥିବା ଗୋଟିଏ ‘ଫାଇଜର୍‌’ ଟିକାର ମୂଲ୍ୟ ଭାରତୀୟ ମୁଦ୍ରାରେ ହେଉଛି ୨, ୭୨୮ ଟଙ୍କା ।

ତେବେ ଏହି ଟିକାକୁ ଯଦି ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଦ୍ବାରା ନିର୍ମିତ 'କୋଭିଶିଲ୍ଡ' ଏବଂ ଋଷ ଦ୍ବାରା ନିର୍ମିତ କୋରୋନା ଟିକା ସହିତ ତୁଳନା କରାଯାଏ ତେବେ ଏହା ଅଧିକ ମହଙ୍ଗା ଅଟେ । ଏଥିସହ, ଫାଇଜର ଟିକାକୁ ସଂରକ୍ଷଣ କରି ରଖିବା ପାଇଁ ଶୀତଳିକରଣ ବ୍ୟବସ୍ଥା ଆବଶ୍ୟକ କରେ । ଯାହା ଭାରତ ପାଇଁ କଷ୍ଟକର ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.