ETV Bharat / bharat

61% ଲୋକେ କୋରୋନା ଟୀକା ପାଇବାକୁ ତତ୍ପର ନୁହଁନ୍ତି: ସର୍ଭେ - ‘ଲୋକାଲ ସର୍କଲ’ ସର୍ଭେ

‘ଲୋକାଲ ସର୍କଲ’ ର ଏକ ସର୍ଭେରୁ ଜଣାପଡିଛି ଯେ, ପ୍ରାୟ 61% ଲୋକେ ଦାବି କରିଛନ୍ତି ଯେ ସେମାନେ କୋରୋନା ଟୀକାକୁ ନେଇ ସନ୍ଦେହ କରୁଛନ୍ତି ଏବଂ 2021ରେ ଟୀକା ଉପଲବ୍ଧ ହେଲେ ମଧ୍ୟ ଏହାକୁ ନେବାକୁ ତତ୍ପର ହେବେ ନାହିଁ । ଅଧିକ ପଢନ୍ତୁ...

61% ଲୋକ କୋରୋନା ଟିକା ପାଇବାକୁ ତତ୍ପର ନୁହଁନ୍ତି

author img

By

Published : Oct 23, 2020, 2:59 PM IST

ନୂଆଦିଲ୍ଲୀ: ପ୍ରାୟ 61% ଲୋକେ ଦାବି କରିଛନ୍ତି ଯେ ସେମାନେ କୋରୋନା ଟୀକାକୁ ନେଇ ସନ୍ଦେହ କରୁଛନ୍ତି ଏବଂ 2021ରେ ଟୀକା ଉପଲବ୍ଧ ହେଲେ ମଧ୍ୟ ଏହାକୁ ନେବାକୁ ତତ୍ପର ହେବେ ନାହିଁ ବୋଲି ଏକ ସର୍ଭେରୁ ଜଣାପଡିଛି ।

ଆସନ୍ତା ବର୍ଷ କୋରୋନା ଟୀକା ଆସିବାକୁ ନେଇ ଲୋକଙ୍କ ମତ ଜାଣିବା ପାଇଁ ‘ଲୋକାଲ ସର୍କଲ’ ଏକ ସର୍ଭେ କରିଥିଲେ । ଏଥିସହ ‘ଲୋକାଲ ସର୍କଲ’କୋରୋନା ବିପଦର ସମ୍ମୁଖୀନ ହେଉଥିବା ଲୋକଙ୍କ ଆଚରଣ ଏବଂ କେତେ ଦିନ ପର୍ଯ୍ୟନ୍ତ ସେମାନେ ମହାମାରୀର ଯନ୍ତ୍ରଣା ସହ୍ୟ କରିବେ ବୋଲି ସର୍ଭେ କରିଥିଲେ । ଏହି ସର୍ଭେ ଦେଶର 225 ରୁ ଅଧିକ ଜିଲ୍ଲା ପକ୍ଷରୁ କରାଯାଇଥିଲା । ଯେଉଁଥିରେ 25,000 ରୁ ଅଧିକ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ଯଦି ଆସନ୍ତା ବର୍ଷ ଆରମ୍ଭରେ ଟିକା ଉପଲବ୍ଧ ହୁଏ ତେବେ ଆପଣ ଏହାକୁ ପାଇବାକୁ ଚାହାଁନ୍ତି କି ପଚରାଯାଇଥିବା ପ୍ରଶ୍ନରେ 8,312 ଜଣ ଉତ୍ତର ଦେଇ କହିଛନ୍ତି, କୋରୋନା ଟୀକାକୁ ନେଇ ଆମେ ସନ୍ଦେହରେ । ଯଦି ଏଦା ଆସନ୍ତା ବର୍ଷ ଉପଲବ୍ଧ ହୁଏ ତେବେ ମଧ୍ୟ ଏହାକୁ ପାଇବାକୁ ଆମେ ତତ୍ପର ହେବୁନାହିଁ ।

ଟୀକାକରଣ କରାଯିବା ପରେ ଆମେ ପୁଣି ପୂର୍ବ ଜୀବନଶୈଳୀକୁ ଫେରିବୁ ବୋଲି 12 ପ୍ରତିଶତ ଲୋକ କହିଥିବା ବେଳେ 25 ପ୍ରତିଶତ ଲୋକ କହିଛନ୍ତି ଯେ, ସେମାନେ ଟୀକା ପାଇବେ ସତ କିନ୍ତୁ ପୂର୍ବ ଜୀବନଶୈଳୀକୁ ଫେରିବୁ ନାହିଁ । ଏହାଛଡା 10 ପ୍ରତିଶତ ଲୋକ ଟିକାକୁ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି।

ସେହିପରି କୋରୋନା ମହାମାରୀ ସହ 8 ମାସ ପରେ ସେମାନେ କିପରି ମାନସିକ ସ୍ତରରେ ଅନୁଭବ କରୁଛନ୍ତି ବୋଲି ଲୋକଙ୍କୁ ପଚରାଯାଇଥିଲା । ଯାହାର ଉତ୍ତର ଦେବାକୁ ୟାଇ 8,590 କହିଛନ୍ତି, ସେମାନେ ଚିନ୍ତିତ ଅଛନ୍ତି, 19% ଲୋକ କହିଛନ୍ତି, ଆମେ ଶାନ୍ତ ଏବଂ ଖୁସି ଅଛୁ, 13% ଲୋକ କହିଛନ୍ତି, ଆମେ ଡିପ୍ରେସନରେ ଥିଲୁ, 5% ଲୋକ କହିଛନ୍ତି ଉତ୍ସାହୀ ଅଛୁ, 20% ଲୋକ କହିଛନ୍ତି, ସେମାନେ କୃତଜ୍ଞତା ଅନୁଭବ କରୁଛନ୍ତି ଏବଂ 10% ଲୋକ କହିଛନ୍ତି, ଆମେ କିଛି ଅନୁଭବ କରିନାହୁଁ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.