ETV Bharat / bharat

ମୌସୁମୀ ଓ ଶୀତ ଦିନରେ ଭାରତରେ ବଢିବ କୋରୋନା: IIT ଭୁବନେଶ୍ବର

author img

By

Published : Jul 20, 2020, 6:00 PM IST

ଆଇଆଇଟି-ଭୁବନେଶ୍ବର ଏବଂ ଏମ୍ସ ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟ ଅନ୍ୟନ୍ତ ଚିନ୍ତାଜନକ । ଏହି ସର୍ଭେ ରିପୋର୍ଟରେ ତାପମାତ୍ରା କମିବା ଦ୍ବାରା ଭାରତରେ କୋରୋନା ସଂକ୍ରମଣ ଆହୁରି ବଢିବ ବୋଲି କୁହାଯାଇଛି ।

coronavirus spread may spike
କୋରୋନା ସଂକ୍ରମଣ ଆହୁରି ବଢିବ

ହାଇଦ୍ରାବାଦ: ଲଗାତାର ଦେଶରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ । ତେବେ ଏହାକୁ ନେଇ ଆଇଆଇଟି-ଭୁବନେଶ୍ବର ଏବଂ ଏମ୍ସ ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟ ଅନ୍ୟନ୍ତ ଚିନ୍ତାଜନକ । ଏହି ସର୍ଭେ ରିପୋର୍ଟରେ ତାପମାତ୍ରା କମିବା ଦ୍ବାରା ଭାରତରେ କୋରୋନା ସଂକ୍ରମଣ ଆହୁରି ବଢିବ ବୋଲି କୁହାଯାଇଛି । IIT-ଭୁବନେଶ୍ବରର ବିନୋଜ ଭି, ଗୋପୀନାଥ ଏନ, ଲେଣ୍ଡୁ.କେ ଏବଂ ଏମ୍ସ ଭୁବନେଶ୍ବରର ମାଇକ୍ରୋବାୟୋଲୋଜି ବିଭାଗର ବିଜୟୀନି ବି ଏବଂ ବୈଜନ୍ତିମାଳା ମିଳିତ ଭାବେ ଏହି ଅଧ୍ୟୟନ କରାଯାଇଥିଲା ।

ଏହି ଅଧ୍ୟୟନ ଅନୁଯାୟୀ, ବର୍ଷାରେ ତାପମାତ୍ରା ହ୍ରାସ ଏବଂ ଶୀତଦିନେ ଥଣ୍ଡାପାଗ ଯୋଗୁଁ କୋରୋନା ଭୁତାଣୁ ସଂକ୍ରମଣ ଅଧିକ ବ୍ୟାପିପାରେ ବୋଲି କୁହାଯାଇଛି । ଏହି ଷ୍ଟଡିର ଶୀର୍ଷକ 'ଭାରତରେ COVID-19 ର ଡିଫ୍ୟୁଜନ କରିବା ସହ ତାପମାତ୍ରା ଏବଂ ଆର୍ଦ୍ରତା ଉପରେ ନିର୍ଭରଶୀଳତା' ନାମରେ ଏହି ଅଧ୍ୟୟନ କରାଯାଇଥିଲା ।

ଅଧ୍ୟୟନରେ କୁହାଯାଇଛି, 'କୋଭିଡ -19 ମହାମାରୀ ହେଉଛି ସ୍ବାସ୍ଥ୍ୟ ଜଗତର ଏମିତି ଏକ ଜରୁରୀକାଳୀନ ସ୍ଥିତି ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା । ଏହା ଏକ ମହାମାରୀ ଭାବେ ଉଭା ହୋଇଥିବାବେଳେ ଦିନକୁ ଦିନ ଦ୍ରୁତ ଗତିରେ ଏହି ଭୁତାଣୁ ବ୍ୟାପିବାରେ ଲାଗିଛି । ଏହି କାରଣରୁ ବିଶ୍ବ ଅର୍ଥନୈତିକ ବ୍ୟବସ୍ଥା ଏକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି | ଏକବିଂଶ ଶତାବ୍ଦୀର ମହାମାରୀ (SARS-CoV-2, ସ୍ବାଇନ୍ ଫ୍ଲୁ AH-1N-1) ମଧ୍ୟ ପାଗରେ ପରିବର୍ତ୍ତନ ଯୋଗୁଁ ଅଧିକ ବ୍ୟାପିଥିଲା ।

ଏହି ରିପୋର୍ଟ ଗତ ଏପ୍ରିଲ ଠାରୁ ଜୁନ ମଧ୍ୟରେ 28 ଟି ରାଜ୍ୟରେ କୋରୋନା ଭାଇରସର ପ୍ରକୋପ, ପ୍ରକାର ଏବଂ ସଂଖ୍ୟାକୁ ଆଖି ଆଗରେ ରଖି ପ୍ରସ୍ତୁତ କରାଯାଇଛି । ଡକ୍ଟର ଭିନୋଜଙ୍କ ଅନୁଯାୟୀ, ଅଧ୍ୟୟନରୁ ଜଣାପଡିଛି ଯେ, ତାପମାତ୍ରା ବୃଦ୍ଧି ଦ୍ବାରା ଭାଇରସର ସଂଖ୍ୟା ବୃଦ୍ଧି ହ୍ରାସ ପାଇଥାଏ । ଏହି ଅଧ୍ୟୟନ ଏବେ ପ୍ରି-ପ୍ରିଣ୍ଟ ପର୍ଯ୍ୟାୟରେ ଅଛି । ଏହାର କହିବା କଥା, ତାପମାତ୍ରା ଏବଂ ହ୍ୟୁମିଡିଟି କୌଣସି ରୋଗ ବୃଦ୍ଧି ଏବଂ ଦ୍ବିଗୁଣା ହେବାରେ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.