ନୂଆଦିଲ୍ଲୀ: ଶୁକ୍ରବାର ଠାରୁ ରାଷ୍ଟ୍ରପତି ଭବନ ଜନସାଧାରଣଙ୍କ ପାଇଁ ବନ୍ଦ କରାଯିବ । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ ଏହାକୁ ବନ୍ଦ ରଖାଯିବ ।
ରାଷ୍ଟ୍ରପତି ଭବନ ମ୍ୟୁଜିୟମ କମ୍ପ୍ଲେକ୍ସ ଓ ଗାର୍ଡ ସେରିମନି ମଧ୍ୟ ବନ୍ଦ ରଖାଯିବ ବୋଲି ରାଷ୍ଟ୍ରପତି ଭବନ ମୁଖପାତ୍ରଙ୍କ ଦ୍ବାରା ପ୍ରକାଶିତ ଏକ ବିବୃତିରେ କୁହାଯାଇଛି ।
@PTI