ETV Bharat / bharat

କୋରୋନା ବିରୋଧରେ ପିଏମଓର ମିଶନ;ଏହି ରଣନୀତିରେ ହେଉଛି କୋଭିଡ-19 ମୁକାବିଲା - ମହାମାରୀ କୋରୋନା

ଦେଶରେ ଜରୁରୀ ସାମଗ୍ରୀର ସଂକଟ ଓ କଳାବଜାରୀକୁ ରୋକିବା ପାଇଁ ଯୋଗାଣ ବିଭାଗ ଲଗାତାର କାର୍ଯ୍ୟ ଜାରି ରଖିଛି । କ୍ୟାବିନେଟ ସେକ୍ରେଟେରୀ ସମସ୍ତ ରାଜ୍ୟ ସହ ଯୋଗାଯୋଗ ଦାୟିତ୍ବରେ ଥିବାବେଳେ ଦେଶବାସୀଙ୍କୁ ମହାମାରୀ କୋରୋନାରୁ ସୁରକ୍ଷିତ ରଖିବା ପାଇଁ ପିଏମଓ( ପ୍ରାଇମ ମିନିଷ୍ଟର ଅଫିସ) 24 ଘଣ୍ଟା କାର୍ଯ୍ୟ କରୁଛି । ଯାହାର ନେତୃତ୍ବ ନେଉଛନ୍ତି ପିକେ ମିଶ୍ର । ପଢନ୍ତୁ ସମ୍ପୂର୍ଣ୍ଣ ଖବର...କୋରୋନା ମୁକାବିଲା ପାଇଁ ପିଏମଓ କେମିତି କରୁଛି କାର୍ଯ୍ୟ ...

pmo
pmo
author img

By

Published : Mar 28, 2020, 9:02 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନାରୁ ବର୍ତ୍ତିବା ପାଇଁ ସମଗ୍ର ହିନ୍ଦୁସ୍ତାନ ସମ୍ପୂର୍ଣ୍ଣ ରୂପେ ଘରେ ବନ୍ଦୀ ହୋଇରହିଛି । ସେପେଟ ଦେଶବାସୀଙ୍କୁ କୋରୋନା କବଳରୁ ମୁକ୍ତ ଓ ସୁରକ୍ଷା ପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କ ସହ ମିଶି କାର୍ଯ୍ୟ କରୁଛନ୍ତି । କୋରୋନାରୁ ଦେଶକୁ କିଭଳି ଉଦ୍ଧାର କରାଯାଇପାରିବ ସେଥିପାଇଁ ନିଜେ ପ୍ରଧାନମନ୍ତ୍ରୀ ବିଗତ ଏକ ମାସ ହେଲା ସମସ୍ତ କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ନେଇ ବିଭିନ୍ନ କମିଟି ଗଠନ କରିବା ସହ ନିଜେ ଗ୍ରାଉଣ୍ଡ ଜିରୋରୁ ଶୀର୍ଷ ସ୍ତର ପର୍ଯ୍ୟନ୍ତ ସମୀକ୍ଷା, ଆଲୋଚନା, ପର୍ଯ୍ୟାଲୋଚନା କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ନିଜେ କୋରୋନା ସମ୍ପର୍କିତ ସମସ୍ତ ରିପୋର୍ଟର ତଥ୍ୟ ଅବଗତ ନେଉଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର, ସ୍ବାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ, ମନ୍ତ୍ରଣାଳୟର ସଚିବ ପ୍ରିତୀ ସୁଦନ, ଏବଂ ଆଇସିଏମଆର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ ପ୍ରମୁଖ ସମସ୍ତ ସରକାରୀ ନିର୍ଦ୍ଦେଶାବଳୀ ଜାରି କରୁଛନ୍ତି । ଏହାସହ ରାଜ୍ୟ ସରକାର ମାନଙ୍କ ଦାବି, ଆପତ୍ତି ଓ ପରାମର୍ଶକୁ ବିଚାର କରୁଛନ୍ତି । ଏତତ ବ୍ୟତୀତ କୋରୋନା ଟେଷ୍ଟ କିଟ ଠାରୁ ଆଇସୋଲେଶନ ବେଡ ନିର୍ମାଣ, ଜରୁରୀ କାଳୀନ ବିଷୟ ଭଳି ସମସ୍ତ କଥା ବୁଝୁଛନ୍ତି ।

ପ୍ରତିଦିନ ହେଉଛି କେନ୍ଦ୍ରମନ୍ତ୍ରୀ ଓ ସଚିବଙ୍କ ବୈଠକ

କୋରୋନା ମୁକାବିଲା ପାଇଁ ପ୍ରତିଦିନ ଗ୍ରୁପ ଅଫ ମିନିଷ୍ଟର୍ସ ( ମନ୍ତ୍ରୀ ସ୍ତରୀୟ କମିଟି) ବୈଠକ ହେଉଛି । ଯେଉଁଥିରେ ସ୍ବାସ୍ଥ୍ୟମନ୍ତ୍ରୀ , ଗୃହରାଜ୍ଯ ମନ୍ତ୍ରୀ, ସହର ବିକାଶ ମନ୍ତ୍ରୀ, ସ୍ବାସ୍ଥ୍ୟ ରାଜ୍ୟମନ୍ତ୍ରୀ, ସାର ଓ ରସାୟନ ମନ୍ତ୍ରୀ, ସିଡିଏସ, ସମସ୍ତ କୋରୋନା ସମ୍ପର୍କିତ ମନ୍ତ୍ରଣାଳୟର ସଚିବ ଏବଂ ଆଇସିଏମଆର ମହାନିର୍ଦ୍ଦେଶକ ସାମିଲ ହେଉଛନ୍ତି । ଏହି ସମସ୍ତ ମନ୍ତ୍ରୀ ସଚିବ ଓ ବରିଷ୍ଠ ଅଧିକାରୀ ସାରା ଦେଶରୁ କୋରୋନା ସମ୍ପର୍କିତ ଓ ଲକଡାଉନକୁ ନେଇ ଆସୁଥିବା ରିପୋର୍ଟ ଉପରେ ଭିଡିଓ କନଫରେନ୍ସି ଯୋଗେ ବିଶେଷଜ୍ଞ ଡାକ୍ତରଙ୍କ ସହ ଚର୍ଚ୍ଚା କରୁଛନ୍ତି । ଆଗକୁ ମୁକାବିଲା ପାଇଁ କଣ କଣ ପଦକ୍ଷେପ ନେବାକୁ ହେବ ସେନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି । ରଣନୀତି ପ୍ରସ୍ତୁତ ହେବାପରେ ଏହାକୁ ନେଇ ପିଏମଓକୁ ଅବଗତ କରିବା ସହ ମଞ୍ଜୁର ପାଇଁ ଅନୁରୋଧ କରୁଛନ୍ତି ।

ଡିଏମ ଓ ଏସଏସପିଙ୍କ ସହ ନିତିଦିନ କଥାହେଉଛନ୍ତି କେନ୍ଦ୍ରମନ୍ତ୍ରୀ

ଦେଶରେ ଜରୁରୀ ସାମଗ୍ରୀର କୌଣସି ସଂକଟ ନହେବ ଓ କଳାବଜାରୀ ଉପରେ ରୋକ ଲାଗିବ ସେଥିପାଇଁ କଡା ନଜର ରଖାଯାଇଛି । ଏହାର ନେତୃତ୍ବ ନେଉଛନ୍ତି ବିଭାଗୀୟ ମନ୍ତ୍ରୀ ରାମବିଳଶ ପାଶ୍ବାନ ଓ ସଚିବ । ପ୍ରତିଦିନ ରିପୋର୍ଟ ପିଏମଓକୁ ପଠାଇ ସ୍ଥିତି ଉପରେ ଅବଗତ କରାଯାଉଛି । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ନିଜ ମନ୍ତ୍ରୀ ମଣ୍ଡଳର ସମସ୍ତ ସଦସ୍ୟଙ୍କୁ ବିଭିନ୍ନ ରାଜ୍ୟର ଦାୟିତ୍ବ ଦେଇଛନ୍ତି । ମନ୍ତ୍ରୀ ମାନେ ଦାୟିତ୍ବରେ ଥିବା ରାଜ୍ଯ ଗୁଡିକର ଡିଏମ ଓ ଏସଏସପିଙ୍କ ସହ ଫୋନ ହେଉବା ଭିଡିଓ କନଫରେନ୍ସି ଯୋଗେ ସିଧା ସଳଖ ସମ୍ପର୍କ କରି ଯୋଗାଣ ବ୍ୟବସ୍ଥା ଓ ଜରୁରୀ ସାମଗ୍ରୀର ତଦାରଖ କରୁଛନ୍ତି । ଖାଲି ଏତିକି ନୁହେଁ ମନ୍ତ୍ରୀ ମାନେ ଲକଡାଉନକୁ ନେଇ ମଧ୍ୟ କଣ ସମସ୍ୟା ଉପୁଜିଛି, ଆଇନ ଶୃଙ୍ଖଳାର ସ୍ଥିତି କଣ ସେସବୁକୁ ନେଇ ପ୍ରତିଦିନ ପିଏମଓକୁ ରିପୋର୍ଟ ଦେଉଛନ୍ତି ।

ସୋସିଆଲ ମିଡିଆ ଉପରେ ତୀକ୍ଷ୍ଣ ନଜର

ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଟେଲିଭିଜନ, ଖବର କାଗଜ, ରେଡିଓ ଓ ସାମାଜିକ ଗଣମାଧ୍ୟମରେ କୋରୋନା ସମ୍ବନ୍ଧୀୟ ସଚେତନତା ଜାରି ରଖିଛି । ବିଭାଗର ଆଉ ଏକ ପ୍ରମୁଖ କାର୍ଯ୍ୟ ହେଉଛି ସୋସିଆଲ ମିଡିଆରେ କୋରୋନାକୁ ନେଇ ଯେମିତି କୌଣସି ଗୁଜବ ପ୍ରଚାର ନହୁଏ । ତତ୍‌ସହିତ ପ୍ରତ୍ୟେକ ଦିନ ଗଣମାଧ୍ୟମର ଖବର ଆଧାରରେ ରିପୋର୍ଟ ପ୍ରସ୍ତୁତ କରି ପିଏମଓକୁ ବ୍ରିଫିଙ୍ଗ କରୁଛି । ସେହିପରି ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ମଧ୍ୟ ସୋସିଆଲ ମିଡିଆକୁ ସତର୍କତାର ସହ ପରିଚାଳନା କରୁଛି । ଯେଉଁମାନେ ଗୁଜବ ପ୍ରସାରଣ କରୁଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରୁଛି । ଆଉ ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ କ୍ରମେ ଦେଶରେ ଲକଡାଉନ ଥିବାରୁ ଯେମିତି ଇଣ୍ଟରନେଟ ସ୍ପିଡ କମ ହେବ ନାହିଁ ତାହାକୁ ନିଶ୍ଚିତ କରିବା ପାଇଁ ଟେଲିକମ କମ୍ପାନୀଙ୍କ ସହ ଲଗାତାର ଯୋଗାଯୋଗରେ ଅଛି ମନ୍ତ୍ରଣାଳୟ ।

ଆର୍ଥିକ ପ୍ୟାକେଜକୁ ପହଞ୍ଚାଇବା ଦାୟିତ୍ବ

ସମସ୍ତ ମନ୍ତ୍ରଣାଳୟର ଅନୁରୋଧ ଓ ଲୋକଙ୍କ ହିତ ପାଇଁ ଅର୍ଥ ମନ୍ତ୍ରଣାଳୟ ପିଏମଓର ମଞ୍ଜୁର ପରେ ଦେଶର ଆର୍ଥିକ ମେରୁଦଣ୍ଡକୁ ଦୃଢ ରଖିବା ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛି । ପ୍ୟାକେଜକୁ କିଭଳି ସମସ୍ତ ମନ୍ତ୍ରଣାଳୟ ସଠିକ ଉପଯୋଗ କରି ଲୋକଙ୍କ ପାଖରେ ପହଞ୍ଚାଇବେ ସେନେଇ ମଧ୍ୟ ସୁ-ଚିନ୍ତିତ ଯୋଜନା ସହ କାମ କରୁଛି ଅର୍ଥ ମନ୍ତ୍ରଣାଳୟ ।

ନମାଜ ପାଠକୁ ନେଇ ଧର୍ମଗୁରୁଙ୍କ ସହ ଆଲୋଚନା

ସମସ୍ତ ରାଜ୍ୟର ମୁଖ୍ଯ ଶାସନ ସଚିବଙ୍କ ସହ ଆବଶ୍ୟକ ସ୍ଥଳେ ଆଲୋଚନା କରୁଛନ୍ତି କ୍ୟାବିନେଟ ସେକ୍ରେଟେରୀ । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ସଂଖ୍ୟାଲଘୁ ମନ୍ତ୍ରୀ ମୁକ୍ତାର ଆବାସ ନକବୀ ଦେଶର ସମସ୍ତ ମୁସଲିମ ଧର୍ମଗୁରୁଙ୍କ ସହ ଆଲୋଚନା କରିଛନ୍ତି । ବିଶେଷ କରି ନମାଜ ପାଠ ମସଜିଦରେ ନକରି ନିଜ ନିଜ ଘରେ କରିବାକୁ ଅନୁରୋଧ କରିଛନ୍ତି ।

ବିଦେଶରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଦାୟିତ୍ବ ଓ ମୋଦିଙ୍କ ହସ୍ତକ୍ଷେପ

ଶେଷରେ ପିଏମଓର ନିର୍ଦ୍ଦେଶ ଅନୁସାରେ ଗତ ଏକ ମାସ ଧରି ସାରା ବିଶ୍ବରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରି ସ୍ବଦେଶ ଫେରାଇ ଆଣିବା ଦାୟିତ୍ବ ତୁଲାଉଛି ବୈଦେଶିକ ମନ୍ତ୍ରଣାଳୟ। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ନେତୃତ୍ବରେ ବିଭାଗ ସଫଳତାର ସହ ଭାରତୀୟଙ୍କୁ ଉଦ୍ଧାର କରି ଆଣୁଛି । ଶେଷ ରଣନୀତି ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନକୁ ଦୁଇଥର କୋରୋନା ସମ୍ପର୍କିତ ସମସ୍ତ ରିପୋର୍ଟ ଉପରେ ଅବଗତ ହେବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ବ୍ୟକ୍ତିଗତ ସେକ୍ରେଟେରୀଙ୍କୁ ନିର୍ଦ୍ଦେଶ ଦେଉଛନ୍ତି । ଏହାପରେ କୋରୋନା ମୁକାବିଲା ପାଇଁ ପିଏମଓରୁ ସମସ୍ତ ନିର୍ଦ୍ଦେଶନାମା ଜାରି ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.