ETV Bharat / bharat

ନେଲାନି ଆମ୍ବୁଲାନ୍ସ, ଚାଲିଚାଲି ଡାକ୍ତରଖାନା ଗଲେ କୋରୋନା ଆକ୍ରାନ୍ତ - ଚାଲିଚାଲି ଡାକ୍ତରଖାନା ଗଲେ କୋରୋନା ଆକ୍ରାନ୍ତ

ଆମ୍ବୁଲାନ୍ସ ନେବା ପାଇଁ ରୋକଠୋକ ମନା କରିଦେଲା । ଶେଷରେ ଚାଲିଚାଲି ଡାକ୍ତରଖାନା ଗଲେ କୋରୋନା ଆକ୍ରାନ୍ତ । ଅଧିକ ପଢନ୍ତୁ..

Coronavirus Patient Allegedly Denied Ambulance, Walks To Hospital In Maharashtra
ପ୍ରତିକାତ୍ମକ ଫଟୋ
author img

By

Published : May 22, 2020, 8:03 PM IST

ମୁମ୍ବାଇ: ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଛି ମହାମାରୀ କୋରୋନା । ଏହାକୁ ଖୁବ ଶୀଘ୍ର ହଟାଇବା ପାଇଁ ସବୁ ଦେଶ ଚେଷ୍ଟା କରୁଛି । ଏନେଇ ସରକାରଙ୍କ ଠାରୁ ପ୍ରଶାସନ ହୋଇଛନ୍ତି ସଜାଗ । ଗୁରୁତର ସହ ସମସ୍ତ ରୋଗୀଙ୍କ ଚିକିତ୍ସା ନିମନ୍ତେ କରୁଛନ୍ତି ସ୍ବତନ୍ତ୍ର ବ୍ୟବସ୍ଥା । କିନ୍ତୁ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା । ପଜିଟିଭ୍ ଚିହ୍ନଟ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଡୋମ୍ବିଭିଲି ଡାକ୍ତରଖାନାକୁ ପ୍ରାୟ 2 କିଲୋମିଟର ଚାଲି ଚାଲି ଆସିଛନ୍ତି ।

କାରଣ ଆମ୍ବୁଲାନ୍ସକୁ ବାରମ୍ବାର ଜଣାଇବା ପରେ ଆମ୍ବୁଲାନ୍ସ ସେବା ପାଇଁ ସିଧା ମନା କରିଥିଲା ବୋଲି ଆକ୍ରାନ୍ତ ଜଣକ ଅଭିଯୋଗ କରିଛନ୍ତି । କିଛି ସ୍ଥାନୀୟ ବାସିନ୍ଦାଙ୍କ ସାହାଯ୍ୟରେ ଡାକ୍ତରଖାନାକୁ ଚାଲି ଚାଲି ପହଞ୍ଚିଛନ୍ତି ଆକ୍ରାନ୍ତ ଜଣକ। ରୋଗୀ ସହିତ ଆସିଥିବା ଲୋକମାନଙ୍କ ସହ ଡାକ୍ତରଖାନା ବାହାରେ ଘଣ୍ଟା ଘଣ୍ଚା ଅପେକ୍ଷା କରିବାକୁ ଅଧିକାରୀମାନେ କହିଥିବା ଅଭିଯୋଗ କରିଛନ୍ତି ଏମାନେ।

ମୁମ୍ବାଇ ସହ ଏହାର ସୀମାନ୍ତ ଅଞ୍ଚଳ କୋଭିଡ-19 ହଟସ୍ପଟ୍ ଘୋଷଣା ହୋଇଛି । ଯେଉଁଥିରେ ଗୁରୁବାର ପର୍ଯ୍ୟନ୍ତ 4,672 ମାମଲା ଏବଂ 151 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମହାରାଷ୍ଟ୍ର ହେଉଛି ଭାରତର ସର୍ବାଧିକ କୋରୋନାଭାଇରସ୍-ହିଟ୍ ରାଜ୍ୟ ଯେଉଁଥିରେ 40,000 ରୁ ଅଧିକ ମାମଲା ରହିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.