ETV Bharat / bharat

କୋରୋନା ଭାଇରସ୍‌ ସର୍ବବ୍ୟାପୀ ମହାମାରୀ: ‘ବିଧିର ବିଧାନ’ ?

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କୋଭିଡ୍‌-19କୁ ଏକ ବିଶ୍ବବ୍ୟାପୀ ମହାମାରୀ ରୂପେ ଘୋଷଣା କରିବା ସହିତ ଭାରତୀୟ ଅର୍ଥ, ଅକ୍ଷୟ ଶକ୍ତି ଏବଂ ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ସାମଗ୍ରୀ କ୍ରୟ ସଂକ୍ରାନ୍ତ ସରକାରୀ ଚୁକ୍ତିନାମାରେ ଏହି ଦୁର୍ବିପାକକୁ ‘ପ୍ରାକୃତିକ ବିପର୍ଯ୍ୟୟ’ ବର୍ଗରେ ରଖାଯାଇଛି ଏବଂ ଅନେକ ବିଶ୍ବାସ କରନ୍ତି ଯେ ଏହା ଦ୍ବାରା ‘ବିଧିର ବିଧାନ’ ରୂପେ ଅଭିହିତ କରିବାର ସର୍ତ୍ତ ପୂରଣ ହୋଇଛି ।

କରୋନା ଭାଇରସ୍‌ ସର୍ବବ୍ୟାପୀ ମହାମାରୀ: ‘ବିଧିର ବିଧାନ’ ?

author img

By

Published : Apr 4, 2020, 3:52 PM IST

ହାଇଦ୍ରାବାଦ: ନୋଭେଲ କୋରୋନା ଭାଇରସ୍‌ର ପ୍ରାଦୁର୍ଭାବ ଏବଂ ଏହାର ପରିଣତି ସ୍ବରୂପ ପରବର୍ତ୍ତୀ ସମୟରେ ଲକ୍‌ଡାଉନ୍‌ ବା ତାଲାବନ୍ଦ ଘୋଷଣା ଯୋଗୁଁ ଦେଶର ସବୁ ପ୍ରକାର ଅର୍ଥନୈତିକ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ଭାରତର ସର୍ବବୃହତ୍‌ ଘରୋଇ ବହୁସଂଖ୍ୟକ ବନ୍ଦର ପରିଚାଳକ-ଅଦାନୀ ପୋର୍ଟ୍‌ସ, ଭାରତ ସରକାରଙ୍କ ମାଲିକାନାରେ ଥିବା ତୈଳ ଓ ଗ୍ୟାସ୍‌ କମ୍ପାନୀ-ଇଣ୍ଡିଆନ୍‌ ଅଏଲ୍‌, ଭାରତର ସର୍ବବୃହତ୍‌ ମଲ୍‌ଟିପ୍ଲେକ୍‌ସ ଶୃଙ୍ଖଳ-ପିଭିଆର୍‌ ସିନେମାସ୍‌ ଭଳି ବଡ଼ ବଡ଼ ସଂସ୍ଥା ସମେତ ଅଧିକରୁ ଅଧିକ ଉଦ୍ୟୋଗ ଏ କ୍ଷେତ୍ରରେ ‘ବିଧିର ବିଧାନ’ ବା ‘ଆକ୍‌ଟ ଅଫ୍‌ ଗଡ୍‌’ ଧାରାକୁ ଲାଗୁ କରିବାକୁ ସ୍ଥିର କରିଛନ୍ତି ଏବଂ ଅନ୍ୟ କେତେକ ସଂସ୍ଥା ବି ଅନୁରୂପ ପନ୍ଥା ଗ୍ରହଣ କରିବାର ସମ୍ଭାବନା ରହିଛି ।

କୋରୋନା ଭାଇରସ୍‌

‘ଫୋର୍ସ ମାଜର୍‌’ ବା ‘ଅଦୃଷ୍ଟ ଶକ୍ତି ଦ୍ବାରା ସଂଘଟନ’ ନାମରେ ମଧ୍ୟ ପରିଚିତ ଏହି ‘ବିଧିର ବିଧାନ’ ଧାରା, ଅନେକ ବଡ଼ ବଡ଼ କମ୍ପାନୀ ଓ ବାଣିଜ୍ୟିକ ସଂସ୍ଥା ପାଇଁ ପ୍ରାୟତଃ ସୁରକ୍ଷିତ ମାର୍ଗ ରୂପେ ପ୍ରମାଣିତ ହୋଇଥାଏ । କାରଣ ଏହା ଫଳରେ ସେମାନେ, ଅନ୍ୟ ବିଷୟ ସହିତ ଭଡ଼ା, ଋଣ ବାବଦ ଦେୟ ପ୍ରଦାନ ଭଳି ଚୁକ୍ତିପତ୍ରରେ ଉଲ୍ଲେଖିତ ସର୍ତ୍ତରୁ ନିସ୍ତାର ପାଆନ୍ତି ।

‘ବିଧିର ବିଧାନ’ କ’ଣ ?

‘ଫୋର୍ସ୍‌ ମାଜର୍‌’ (Force Majeure) ଏକ ଫରାସୀ ଶବ୍ଦ ଯାହାର ଅନୁଦିତ ଅର୍ଥ ହେଉଛି ‘ଉଚ୍ଚତର ଶକ୍ତି’ ଏବଂ ଏହା ଚୁକ୍ତିପତ୍ରର ଏକ ଧାରା, ଯାହା ଫଳରେ କୌଣସି ପକ୍ଷ, ଏହାର ନିୟନ୍ତ୍ରଣ ବାହାରେ ଥିବା କୌଣସି କାରଣରୁ, ଚୁକ୍ତିରେ ସ୍ବୀକାର କରିଥିବା ସର୍ତ୍ତରୁ ଓହରି ଯିବାକୁ ସୁଯୋଗ ପାଏ ।

କୌତୁହଳର କଥା ଯେ, ଭାରତରେ ଚୁକ୍ତିନାମା ସମ୍ପାଦନ କ୍ଷେତ୍ରରେ ପ୍ରଯୁଜ୍ୟ 148 ବର୍ଷ ପୁରୁଣା ଭାରତୀୟ ଚୁକ୍ତି ଆଇନ, 1872 ପ୍ରକାଶ୍ୟ ଭାବେ ‘ଫୋର୍ସ ମାଜର୍‌’ ସମ୍ପର୍କରେ ଉଲ୍ଲେଖ କରେ ନାହିଁ । ହେଲେ, ଏହି ଆଇନର ଧାରା 32 (ଜରୁରୀକାଳୀନ ଚୁକ୍ତିନାମା ସଂପର୍କିତ) ଏବଂ 56 (ନୈରାଶ୍ୟ ସଂପର୍କିତ ମତବାଦର ଅବତାରଣା କରେ) ନିହିତାର୍ଥରେ ଏହି ଆଇନଗତ ଶବ୍ଦାବଳୀକୁ ସ୍ଥାନିତ କରେ । ଏଥିରେ ଉଲ୍ଲେଖ ରହିଛି ଯେ, ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ଭଳି କୌଣସି ବୃହତ୍‌ ଅଦୃଶ୍ୟ ‘ବିଧିର ବିଧାନ’ ପଦବାଚ୍ୟ ଘଟଣା ସଂଘଟିତ ହୁଏ, କମ୍ପାନିଗୁଡ଼ିକ ଏହାକୁ ଚୁକ୍ତିପତ୍ରର ସର୍ତ୍ତ ମୁତାବକ କୌଣସି କର୍ତ୍ତବ୍ୟ ସଂପାଦନରୁ ଓହରି ଯିବା ପାଇଁ ଉପଯୋଗ କରିପାରିବେ । ଅବଶ୍ୟ, ‘ଫୋର୍ସ ମାଜର୍‌’ ଦୁଇ ପକ୍ଷ ମଧ୍ୟରେ ମୂଳ ଚୁକ୍ତିପତ୍ରର ଅଂଶ ରୂପେ ସ୍ଥାନ ପାଇଥିବା ମୂଳତଃ ଆବଶ୍ୟକ । ଯୁଦ୍ଧ, ଦଙ୍ଗା, ବିଦ୍ରୋହ, ବିସ୍ଫୋରଣ, ଧର୍ମଘଟ, ବନ୍ଦର ଅବରୋଧ, ସରକାରୀ କାର୍ଯ୍ୟାନୁଷ୍ଠାନ କିମ୍ବା ବନ୍ୟା, ଭୂମିକମ୍ପ ଏବଂ ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟ- ‘ଫୋର୍ସ୍‌ ମାଜର୍‌’ ବା ଅଦୃଶ୍ୟ ଶକ୍ତି ପରିଚାଳିତ ସଂଘଟନ ରୂପେ ବିବେଚିତ ହୋଇପାରେ ।

ଏହା କିପରି କାମ କରେ ?

କୌଣସି ପକ୍ଷ ଯଦି ଅନୁଭବ କରେ ଯେ ଅସାଧାରଣ ପରିସ୍ଥିତି ଯୋଗୁଁ ଏହା ଚୁକ୍ତିପତ୍ରରେ ଉଲ୍ଲେଖିତ କର୍ତ୍ତବ୍ୟ ସଂପାଦନ କରିପାରିବ ନାହିଁ ଏବଂ ଯଦି ଚୁକ୍ତିନାମାରେ ଏହି ଧାରା ଉଲ୍ଲେଖିତ ହୋଇଥାଏ, ତେବେ ସେହି ପକ୍ଷ ‘ବିଧିର ବିଧାନ’ ଧାରା ଅନୁସରଣ କରିବାକୁ ଯୋଗ୍ୟ ହୋଇପାରିବ । କିନ୍ତୁ, ଚୁକ୍ତିନାମା ସମ୍ପାଦନାରେ ନିୟୋଜିତ ଆଇନଜୀବୀମାନେ କେଉଁ ପ୍ରସଙ୍ଗ ପ୍ରଯୁଜ୍ୟ ଏବଂ କେଉଁଟି ନୁହେଁ, ତାହା ଜାଣିବା ଲାଗି ଅଧିକାଂଶ ସମୟରେ ଚୁକ୍ତିନାମାକୁ ତନ୍ନ ତନ୍ନ କରି ଅଧ୍ୟୟନ କରନ୍ତି । ଏବଂ, ଯଦି ଅନ୍ୟ ପକ୍ଷ ଅନୁଭବ କରନ୍ତି ଯେ, ଏହି ଧାରା ଅନ୍ତର୍ଗତ ଘୋଷଣାନାମାର ଭିତ୍ତି ଦୁର୍ବଳ, ତେବେ ସେ ଏହାର ପ୍ରତିବାଦ କରିପାରିବେ କାରଣ, ଏଥିରେ କେବଳ ‘ବିଧିର ବିଧାନ’ ଆଇନ ଉତ୍‌ଥାପନ କରିବା କଥା ନୁହେଁ, ଆହୁରି ଅନେକ କିଛି ରହିଥାଏ ।

ପ୍ରାୟତଃ ବିଭିନ୍ନ ରାଜ୍ୟରେ ପ୍ରଚଳିତ ନିୟମ ଅନୁସାରେ ଚୁକ୍ତିନାମାର ବ୍ୟାଖ୍ୟା ପରିଚାଳିତ ହୁଏ । ଆଇନ ପରିସରଭୁକ୍ତ କେତେକ ଅଞ୍ଚଳରେ, ବ୍ୟାବସାୟିକ ସଂସ୍ଥାକୁ ଏହା ପ୍ରମାଣିତ କରିବାକୁ ପଡ଼େ ଯେ ସେମାନଙ୍କ କାର୍ଯ୍ୟ ବାଧାପ୍ରାପ୍ତ ହେବାର ପ୍ରକୃତ କାରଣ ସେମାନଙ୍କ ନିୟନ୍ତ୍ରଣ ବାହାରେ ରହିଥିଲା ଏବଂ ସେମାନେ ଅନ୍ୟ ପନ୍ଥାରେ କାର୍ଯ୍ୟ ସଂପାଦନ କରିପାରି ନଥାଆନ୍ତେ ।

ଆଇନ ପରିସରଭୁକ୍ତ ଅନ୍ୟ କେତେକ ଅଞ୍ଚଳରେ, ସେମାନଙ୍କୁ ଏହା ଦର୍ଶାଇବାକୁ ପଡ଼ିବ ଯେ ଏହି ସମସ୍ୟା ପୂର୍ବାନୁମାନଯୋଗ୍ୟ ନଥିଲା । ଏହି ମାପଦଣ୍ଡ ଯୋଗୁଁ ହିଁ କରୋନା ଭାଇରସ୍‌ ପ୍ରାଦୁର୍ଭାବ ଏକ ବିଶ୍ବବ୍ୟାପୀ ସମସ୍ୟାର ରୂପ ଧାରଣ କରିବା ପରେ ସଂପାଦିତ ଚୁକ୍ତିନାମାରେ ‘ଫୋର୍ସ ମାଜ୍‌ର’ ବା ‘ଅଦୃଶ୍ୟ ଶକ୍ତି ଦ୍ବାରା ସଂଘଟିତ’ ଶୀର୍ଷକ ଧାରାକୁ ଲାଗୁ କରାଇବା କଷ୍ଟକର ହୋଇପାରେ ।

କୋରୋନା ଭାଇରସ୍‌ ପ୍ରାଦୁର୍ଭାବ ‘ବିଧିର ବିଧାନ’ ରୂପରେ ଗ୍ରହଣଯୋଗ୍ୟ କି ?

‘ବିଧିର ବିଧାନ’ ଧାରା ସମ୍ମିଳିତ ଚୁକ୍ତିନାମାରେ ପ୍ରାୟତଃ ପ୍ରକାଶ୍ୟ ଭାବରେ ଏହି ଧାରା ଲାଗୁ କରିବାର ସର୍ତ୍ତାବଳୀ କିମ୍ବା ଘଟଣାବଳୀ ଉଲ୍ଳିଖିତ ହୋଇଥାଏ ଏବଂ ପ୍ରାକୃତିକ ବିପର୍ଯ୍ୟୟ, ଯୁଦ୍ଧ ଏବଂ ଅପ୍ରତ୍ୟାଶିତ ସରକାରୀ କାର୍ଯ୍ୟାନୁଷ୍ଠାନ ଏହି ଶବ୍ଦାବଳୀରେ ସାମିଲ ହୋଇଥାଏ । ହୁଏତ, କେତେକ ସମୟରେ, ସେଥିରେ ସର୍ବବ୍ୟାପୀ ମହାମାରୀ, ମହାମାରୀ, ଏବଂ ଗୋଟିଏ ପକ୍ଷର ନିୟନ୍ତ୍ରଣ ଶକ୍ତି ବାହାରେ ଥିବା ‘ସମସ୍ତ ଘଟଣା’ ବର୍ଗକୁ ସୂଚାଇଲା ଭଳି ଭାଷା ରହିଥାଏ ।

କୋଭିଡ୍‌-19କୁ ଏକ ବିଶ୍ବବ୍ୟାପୀ ମହାମାରୀ ରୂପେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଘୋଷଣା କରିବା ସହିତ ଭାରତୀୟ ଅର୍ଥ, ଅକ୍ଷୟ ଶକ୍ତି ଏବଂ ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ସାମଗ୍ରୀ କ୍ରୟ ସଂକ୍ରାନ୍ତ ସରକାରୀ ଚୁକ୍ତିନାମାରେ ଏହି ପ୍ରାଦୁର୍ଭାବକୁ ‘ପ୍ରାକୃତିକ ବିପର୍ଯ୍ୟୟ’ ବର୍ଗରେ ରଖାଯାଇଛି ଏବଂ ଅନେକ ବିଶ୍ବାସ କରନ୍ତି ଯେ ଏହା ଦ୍ବାରା ‘ବିଧିର ବିଧାନ’ ରୂପେ ଅଭିହିତ କରିବାର ସର୍ତ୍ତ ପୂରଣ ହୋଇଛି ।

ବିଶେଷତଃ, ଦେଶବ୍ୟାପୀ ଲକ୍‌ଡାଉନ୍‌ ଯୋଗୁଁ ଲାଗି ରହିଥିବା ଅସାଧାରଣ ପରିସ୍ଥିତିକୁ ବିଚାରକୁ ନେଇ ଏହା ମନେ କରାଯାଏ । ବାସ୍ତବରେ, ମାର୍ଚ୍ଚ 27 ତାରିଖ ଦିନ ଭାରତୀୟ ରେଳବାଇ ମନ୍ତ୍ରାଳୟ ଏକ ଟ୍ବିଟ୍‌ରେ ଘୋଷଣା କରିଥିଲା ଯେ 22.03.20ରୁ 14.04.20 ପର୍ଯ୍ୟନ୍ତ ସମୟକୁ ଏହା ‘ଫୋର୍ସ ମାଜର୍‌’ ବା ‘ଅଦୃଶ୍ୟ ଶକ୍ତି ଦ୍ବାରା ସଂଘଟିତ’ ବୋଲି ଗ୍ରହଣ କରିବ । ଏହାଦ୍ବାରା ଅନ୍ୟମାନେ ଏଭଳି ପନ୍ଥା ଅବଲମ୍ବନ କରିବା ସହଜ ହୋଇଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.