ETV Bharat / bharat

କୋରୋନା ଭାଇରସ ଭାରତ ଉପରେ ସୀମିତ ପ୍ରଭାବ ପକାଇବ: RBI ଗଭର୍ଣ୍ଣର

କୋରୋନା ଭାଇରସ ଦ୍ବାରା ଭାରତ ଉପରେ ସୀମିତ ପ୍ରଭାବ ପଡିବ ବୋଲି କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ମାତ୍ର ବିଶ୍ବର ଅର୍ଥନୀତି ଉପରେ ଏହା ଗଭୀର ପ୍ରଭାବ ପକାଇବ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ...

author img

By

Published : Feb 19, 2020, 8:32 PM IST

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: କୋରୋନା ଭାଇରସ ଦ୍ବାରା ଭାରତ ଉପରେ ସୀମିତ ପ୍ରଭାବ ପଡିବ ବୋଲି କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ମାତ୍ର ବିଶ୍ବର ଅର୍ଥନୀତି ଉପରେ ଏହା ଗଭୀର ପ୍ରଭାବ ପକାବ ବୋଲି ସେ କହିଛନ୍ତି ।

ଭାରତର ଔଷଧର ପ୍ରସ୍ତୁତି ବା ବିକ୍ରୟ ଓ ଇଲେକ୍‌ଟ୍ରୋନିକ ଶିଳ୍ପ ଚୀନ ଉପରେ ନିର୍ଭରଶୀଳ । ଏହି ସେକ୍ଟର ପ୍ରଭାବିତ ହେବା ଆଶଙ୍କା ରହିଛି । ଦେଶର ବଡ ବଡ ଫାର୍ମା କମ୍ପାନୀରେ ଆବଶ୍ୟକୀୟ ଔଷଧ 3-4 ପର୍ଯ୍ୟନ୍ତ ମହଜୁଦ ରହିଛି । ଫଳରେ ସେମାନେ ଆବଶ୍ୟକୀୟ ପରିଚାଳନା ଓ ବିତରଣ କରିବାରେ ସକ୍ଷମ ହେବେ । ଏହି ଭଳି ଏକ ବଡ ଘଟଣା ଉପରେ ବିଶ୍ବର ସମସ୍ତ ନୀତି ନିର୍ମାତାଙ୍କୁ ସତର୍କ ଦୃଷ୍ଟି ରଖିବା ଆବଶ୍ୟକ ରହିଛି । ଏହାସହ ଏଥିପାଇଁ ଅବଶ୍ୟକୀୟ ପଦକ୍ଷେପ ନେବା ପାଇଁ ମଧ୍ୟ ଚେଷ୍ଟା ଜାରି ରଖିବା ଦରକାର ।

ତେବେ ସେ କହିଛନ୍ତି ଯେ ପ୍ରତ୍ୟେକ ଦେଶର ସରକାର ଓ କେନ୍ଦ୍ରୀୟ ବ୍ୟାଙ୍କ ଏହି ଭୁତାଣୁ ସଂକ୍ରମଣ ଉପରେ ସତର୍କ ଦୃଷ୍ଟି ରଖିବା ଆବଶ୍ୟକ । ସାର୍ସ ଠାରୁ ଭୟଙ୍କର ଏହି କୋରୋନା ଭାଇରସ ଏବେ ଚୀନରେ ବ୍ୟାପିବାରେ ଲାଗିଛି । ଚୀନ ବିଶ୍ବ ଅର୍ଥନୀତିରେ ଏବେ ପୂର୍ବାପେକ୍ଷା ଅଧିକ ଅଂଶୀଧାର ରହିଛି । ଫଳରେ କୋରୋନା ପ୍ରଭାବରେ ଚୀନ ଓ ବିଶ୍ବ ଅର୍ଥନୀତିକୁ ବଡ ପ୍ରଭାବ ପଡିବ ।

ଏଠାରେ ସୂଚନା ଯୋଗ୍ୟ ଯେ ସାରା ବିଶ୍ବରେ କୋରୋନା ଭାଇରସ ମୃତ୍ୟୁ ସଂଖ୍ୟା 2ହଜାର ଟପିବା ସହ 75 ହଜାର ସଂକ୍ରମଣ ରିପୋର୍ଟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.