ETV Bharat / bharat

କୋରୋନା ଭୟ, ବନ୍ଦ ହେଲା ୱାଘା-ଅଟାରୀ ବର୍ଡର ବିଟିଙ୍ଗ ରିଟ୍ରିଟ ଉତ୍ସବ - ବନ୍ଦ ହେଲା ବନ୍ଦ ହେଲା ୱାଘା- ଅଟାରୀ ବୋର୍ଡର ବିଟିଙ୍ଗ ରିଟ୍ରିଟ ଉତ୍ସବ

ବନ୍ଦ ହେଲା ୱାଘା- ଅଟାରୀ ବୋର୍ଡର ବିଟିଙ୍ଗ ରିଟ୍ରିଟ ଉତ୍ସବ । କୋରୋନା ପାଇଁ ଜାରି ହେଲା ସରକାରୀ ନିର୍ଦ୍ଦେଶନାମା । ଅଧିକ ସୂଚନା ପାଇଁ ପଢନ୍ତୁ ...

coronavirus outbreak attari wagah retreat event to be held without spectators
ବନ୍ଦ ହେଲା ୱାଘା- ଅଟାରୀ ବୋର୍ଡର ବିଟିଙ୍ଗ ରିଟ୍ରିଟ ଉତ୍ସବ
author img

By

Published : Mar 6, 2020, 11:12 PM IST

ଚଣ୍ଡୀଗଡ: ଏବେ ଖାଁ ଖାଁ ଲାଗିବ ଭାରତ-ପାକିସ୍ତାନ ୱାଘା ବର୍ଡର । ଆଉ ଦେଖିବାକୁ ମିଳିବନି ୱାଘା- ଅଟାରୀ ବୋର୍ଡର ବିଟିଙ୍ଗ ରିଟ୍ରିଟ ଉତ୍ସବରେ ଜନ ସମାଗମ। କୋରୋନା ଆତଙ୍କ ପାଇଁ ବନ୍ଦ ହେଲା ଅଟାରୀ-ୱାଘା ବୋର୍ଡର ବିଟିଙ୍ଗ ରିଟ୍ରିଟ ଉତ୍ସବ । ଏବେ ସବୁଆଡେ କୋରୋନା ଭୟ । କୋରୋନା ଭାଇରସ୍ ଆତଙ୍କ ଯୋଗୁଁ ଏଭଳି ସତର୍କତା ମୂଳକ ପଦକ୍ଷେପ ନିଆଯାଇଥିବା କହିଛନ୍ତି ସୀମା ସୁରକ୍ଷା ବଳ (ବିଏସଏଫ) କର୍ତ୍ତୃପକ୍ଷ ।

ସରକାରୀ ନିର୍ଦ୍ଦେଶାବଳୀ ମୁତାବକ ଭାରତ-ପାକିସ୍ତାନ ସୀମାରେ ହେଉଥିବା ୱାଘା-ଅଟାରୀରେ ବିଟିଙ୍ଗ ରିଟ୍ରିଟ ଉତ୍ସବକୁ ସ୍ଥଗିତ ରଖାଯାଇଛି । ହେଲେ ବିନା ଦର୍ଶକରେ ବିଏସଏଫ ପତାକା ଓ ଅନ୍ୟାନ୍ୟ ଡ୍ରିଲ ଯଥାବିଧି ଜାରି ରହିବ ବୋଲି ବିଏସଏଫ ପକ୍ଷରୁ କୁହାଯାଇଛି ।

ଭାରତ-ପାକିସ୍ତାନ ସୀମାରେ ୱାଘା-ଅଟାରୀରେ ସୀମାରେ ପ୍ରତିଦିନ ବିଟିଙ୍ଗ ରିଟ୍ରିଟ ଉତ୍ସବ ଦେଖିବା ପାଇଁ ପ୍ରବଳ ଜନସମାଗମ ଦେଖାଯାଏ । ସରକାରୀ ନିର୍ଦ୍ଦେଶନାମା ମୁତାବକ ଶନିବାର ଠାରୁ ଏହି ଉତ୍ସବ ବନ୍ଦ ରହିବ ।

@ANI

For All Latest Updates

TAGGED:

BLANK
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.