ଜୟପୁର: ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି କୋରୋନା ଭାଇରସ । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ରବିବାର ଜନତା କର୍ଫ୍ୟୁ ପାଳୁଥିବା ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମାର୍ଚ୍ଚ 31 ପର୍ଯ୍ୟନ୍ତ ସମଗ୍ର ରାଜସ୍ଥାନକୁ ଲକଡାଉନ ଘୋଷଣା କରିଛନ୍ତି ।
ଗତ ଶନିବାର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଏକ ବୈଠକରେ କୁହାଯାଇଛି , ଲଡ୍ ଡାଉନ ସମୟରେ ଜରୁରୀକାଳୀନ ସେବା ଯେପରି ରାସନ ଦୋକାନ, ମେଡିକାଲ ଷ୍ଟୋର, ଏଟିଏମ୍ ଆଦି ଖୋଲା ରହିବ । ତେବେ ଏହି ସମୟରେ ବଜାର, ସରକାରୀ ଅଫିସ ଏବଂ ବିଭିନ୍ନ ପ୍ରତିଷ୍ଠାନ ସମେତ ସାର୍ବଜନୀନ ବାହନ ଆଦି ବନ୍ଦ ରହିବ ।
ପ୍ରକାଶ ଥାଉକି, ସମଗ୍ର ବିଶ୍ବ ଏବେ କଠିନ ସମୟ ଦେଇ ଗତି କରୁଛି । ମାରାତ୍ମକ କୋରୋନା ଭାଇରସକୁ ଯେପରି ରୋକାଯାଇ ପାରିବ ସେନେଇ ଭାରତ ସରକାରଙ୍କ ପକ୍ଷରୁ ବିଭନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ତେବେ ବର୍ତ୍ତମାନ ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 315ରେ ପହଞ୍ଚିଛି ।