ETV Bharat / bharat

କୋରୋନା ଆତଙ୍କ: 175 ନାଗରିକଙ୍କୁ ଏୟାରଲିଫ୍ଟ କଲା ନେପାଳ - corona virus

ଚୀନରେ କୋରୋନା ଭାଇରସ ସ୍ଥିତି ଦିନକୁ ଦିନ ଭୟାନକ ରୂପ ନେଉଛି । ଯାହାକୁ ଦୃଷ୍ଟିରେ ରଖି ନେପାଳ ଏୟାରଲାଇନ୍ସର ଚାର୍ଟାଡ ବିମାନ ହୁୱାଇ ପ୍ରାନ୍ତର 6ଟି ସହରରେ ଫସିଥିବା 175 ନାଗରିକଙ୍କୁ ଏୟାରଲିଫ୍ଟ କରିଛି ।

coronavirus
କୋରୋନା ଭାଇରସ
author img

By

Published : Feb 16, 2020, 11:59 AM IST

ବେଜିଂ: ଚୀନରେ କୋରୋନା ଭାଇରସ ସ୍ଥିତି ଦିନକୁ ଦିନ ଭୟାନକ ରୂପ ନେଉଛି । ଯାହାକୁ ଦୃଷ୍ଟିରେ ରଖି ଚୀନରେ ଫସିଥିବା ନିଜ ନିଜ ନାଗରିକଙ୍କୁ ଉଦ୍ଧାର କରୁଛନ୍ତି ବିଭିନ୍ନ ଦେଶ । ଏହି କ୍ରମରେ ଚୀନର ହୁୱାଇ ପ୍ରାନ୍ତର ଭିନ୍ନ ଭିନ୍ନ ସହରରେ ଫସିଥିବା ନିଜର 175 ନାଗରିକଙ୍କୁ ସ୍ବଦେଶ ଫେରାଇ ଆଣିଛି ନେପାଳ ।

ବେଜିଂର ନେପାଳ ଦୂତାବାସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ନେପାଳ ଏୟାରଲାଇନ୍ସର ଚାର୍ଟାଡ ବିମାନ ହୁୱାଇ ପ୍ରାନ୍ତର 6ଟି ସହରରେ ଫସିଥିବା 175 ନାଗରିକଙ୍କୁ ଏୟାରଲିଫ୍ଟ କରିଛି । ସେମାନଙ୍କ ମଧ୍ୟରୁ 170 ଜଣ ଛାତ୍ର ରହିଥିବାବେଳେ ଜଣେ କର୍ମଚାରୀ, 2 ଜଣ ପର୍ଯ୍ୟଟକ ଏବଂ 2 ଜଣ ଶିଶୁ ରହିଛନ୍ତି । ଚୀନର ସ୍ଥାନୀୟ ସମୟ ଅନୁଯାୟୀ ବିମାନଟି ସେଠାରୁ ରାତି 12ଟା 52 ମିନିଟ ସମୟରେ ଉଡାଣ ଭରିଥିଲା ଏବଂ ନେପାଳର ସ୍ଥାନୀୟ ସମୟ ଅନୁଯାୟୀ ରାତି ପ୍ରାୟ 4ଟା ସମୟରେ ନେପାଳର ତ୍ରିଭୁବନ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଲ୍ୟାଣ୍ଡ କରିଥିଲା ।

ତେବେ ନେପାଳ ପହଞ୍ଚିବା ପରେ ସେମାନଙ୍କୁ ପ୍ରାୟ 14 ଦିନ ପର୍ଯ୍ୟନ୍ତ ସ୍ବତନ୍ତ୍ର ପର୍ଯ୍ୟବେକ୍ଷଣରେ ରଖାଯିବ । ଆବଶ୍ୟକୀୟ ଚିକତ୍ସା ପରେ ସେମାନଙ୍କୁ ଛଡାଯିବ ବୋଲି ଜଣାପଡିଛି । ସେପଟେ 185 ନାଗରିକଙ୍କ ମଧ୍ୟରୁ 4 ଜଣ ସେଠାରେ ହିଁ ରହିବାର ନିଷ୍ପତ୍ତି ନେଇଥିବାବେଳେ 6 ଜଣ ସ୍ବାସ୍ଥ୍ୟଗତ କାରଣରୁ ବିମାନରେ ଆସିପାରିଲେ ନାହିଁ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.