ETV Bharat / bharat

ଅନଲକ-5 ଗାଇଡଲାଇନ: 30 ନଭେମ୍ବର ଯାଏଁ କଣ୍ଟେନମେଣ୍ଟ ଜୋନରେ ଜାରି ରହିବ ଲକଡାଉନ - କଣ୍ଟେନମେଣ୍ଟ ଜୋନ ଲକଡାଉନ

ଅନଲକ-5ର ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ କଣ୍ଟେନମେଣ୍ଟ ଜୋନରେ 30 ନଭେମ୍ବର ପର୍ଯ୍ୟନ୍ତ ଜାରି ରହିବ ଲକଡାଉନ । ଅଧିକ ପଢନ୍ତୁ...

ଅନଲକ-5 ଗାଇଡଲାଇନ: 30 ନଭେମ୍ବର ଯାଏଁ କଣ୍ଟେନମେଣ୍ଟ ଜୋନରେ ଜାରି ରହିବ ଲକଡାଉନ

author img

By

Published : Oct 27, 2020, 4:48 PM IST

ହାଇଦ୍ରାବାଦ: ଅନଲକ-5ର ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ତେବେ ଅନଲକ 4 ଅନ୍ତର୍ଗତ ଯାହା ସବୁ ଖୋଲିବାକୁ ଗାଇଡଲାଇନ ଜାରି କରାଯାଇଥିଲା ତାକୁ ନଭେମ୍ବର 30 ଯାଏଁ ବଢାଇଛନ୍ତି କେନ୍ଦ୍ରସରକାର । ଅନଲକ 4 ପାଇଁ ସେପ୍ଟମ୍ବର 30ରେ ଜାରି କରାଯାଇଥିଲା ଗାଇଡଲାଇନ ।

ଗୃହମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ କଣ୍ଟେନମେଣ୍ଟ ଜୋନରେ 30 ନଭେମ୍ବର ପର୍ଯ୍ୟନ୍ତ ଜାରି ରହିବ ଲକଡାଉନ । ତେବେ ଆନ୍ତଃରାଜ୍ୟ ପରିବହନ ଓ ଯାତ୍ରୀ ଯିବା ଆସିବା ନେଇ କୌଣସି ପ୍ରତିବନ୍ଧକ ରହିବ ନାହିଁ କିମ୍ବା ଏଥିପାଇଁ ସ୍ବତନ୍ତ୍ର ପରମିଟ ପାସ୍‌ର ଆବଶ୍ୟକତା ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ପୂର୍ବରୁ ବାର, ହୋଟେଲ, ରେଷ୍ଟୁରାଣ୍ଟ ଖୋଲିବାକୁ ଅୁମତି ଦିଆଯାଇସାରିଥିବା ବେଳେ କିଛି ରାଜ୍ୟରେ ଏବେ ବି ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଛି । ସେପଟେ ନିର୍ବାଚନୀ ସଭାରେ ହାଜାର ହଜାର ଲୋକଙ୍କୁ ନେଇ ଜନସମାବେଶ କରାଯାଉଥିବା ଦେଖିବାକୁ ମିଳୁଛି ।

ମଙ୍ଗଳବାର ଦେଶରେ ତିନିମାସ ପରେ ପ୍ରଥମ ଥର ପାଇଁ 40 ହଜାରରୁ କମ ନୂତନ ମାମଲା ରିପୋର୍ଟ ହୋଇଛି। ଏଥିସହ ମୃତ୍ୟୁସଂଖ୍ୟା 500ରୁ କମ ରହିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ ମଙ୍ଗଳବାର 36,470 ନୂତନ ମାମଲା ଆସିବା ପରେ ସଂକ୍ରମଣ ମାମଲା 79,46,429କୁ ବୃଦ୍ଧି ପାଇଛି। ଏଥି ସହିତ 488 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା 1,19,502ରେ ପହଞ୍ଚିଛି ।

ସେହିପରି ଦେଶରେ 72,01,070 ଜଣ ସୁସ୍ଥ ହେବା ସହିତ ରୋଗୀଙ୍କ ଆରୋଗ୍ୟ ହାର 90.62 ପ୍ରତିଶତକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ମୃତ୍ୟୁ ହାର 1.50 ପ୍ରତିଶତ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.